ସୁନ୍ଦରଗଡ ତା:୧୪/୬/୨୧ ( ସନ୍ଧାନ ନିଉଜ/ ରାଜୁ ପଟେଲ ) ସବୁଜ ପରିବେଶ ଓ ସ୍ୱଚ୍ଛତା ମଧ୍ୟରେ ଟାଙ୍ଗରପାଲି ବ୍ଲକର ଯୋଗୀମାଲ ପଞ୍ଚାୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରକୃତି ମିତ୍ର ପୁରସ୍କାର ପାଇଁ ମନୋନୀତ ହୋଇଛି । ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହଯୋଗରେ ବିଦ୍ୟାଳୟରେ ଅନେକ ଔଷଧ ବୃକ୍ଷ ,ଫଳ, ପୁଷ୍ପ ଓ ବଗିଚା ଗଢିଉଠିଛି । ଅନେକ ସମୟରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ସ୍ଵଛତା ଓ ପରିବେଶ ସୁରକ୍ଷା ବିଷୟରେ ପ୍ରବନ୍ଧ ଗଳ୍ପ ପ୍ରତିଯୋଗିତା ସହ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଆସୁଛି । ଏହା ବ୍ୟତୀତ ପରିବେଶ ପରିଛନ୍ନତ ପାଇଁ ପ୍ରତି ସପ୍ତାହରେ ତର୍ଜମା କରାଯାଉଛି । ଏହାର ମୂଲ୍ୟାଙ୍କନ କରି ଓଡିଶାର ଜଙ୍ଗଲ ଓ ପରିବେଶ ବିଭାଗ ପୁରସ୍କାର ଦେବାପାଇଁ ମନସ୍ଥ କରିଛନ୍ତି । ଏଥିପାଇଁ ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ନିରୂପମା ପଟେଲ , ବିଦ୍ୟାଳୟର ପରିଚାଳନା ସଭାପତି ପଦ୍ମନ ମହାନନ୍ଦିଆ,ଓ ମୋ ସ୍କୁଲ ଅଭିଯାନର ସଭାପତି ସନ୍ତୋଷ କୁମାର ଷଡଙ୍ଗୀ ଜଙ୍ଗଲ ପରିବେଶ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ।
ଯୋଗୀମାଲ ଉଚ୍ଚ ବିଦ୍ୟାଳୟ ପ୍ରକୃତି ମିତ୍ର ପୁରସ୍କାର ପାଇଁ ମନୋନୀତ
|
June 15, 2021 |