ଯୁବ ଚିକିତ୍ସକ ସମାଜସେବୀ ଡାକ୍ତର ନିହାର ରଞ୍ଜନ କର ସହିଦ ଭଗତ ସିଂ ଯୁବକ ସଂଘ ,ବ୍ୟାସନଗର ଦ୍ୱାରା ସମ୍ମାନିତ ।

Spread the love

   ଯାଜପୁର/୨୪/୦୩/୨୧/ସନ୍ଧାନ ନିଉଜ୍)(ପ୍ରଶାନ୍ତ ସାମଲ)   ସହିଦ ଭଗତ ସିଂ ,ରାଜଗୁରୁ ଓ ଶୁକଦେବ ଙ୍କର ୯୦ ତମ ଫାଶି ଦିବସ ବ୍ୟାସନଗର ସ୍ଥିତ ଗୁଗୁଲି ମଣ୍ଡପ ଠାରେ ପାଳିତ ହୋଇଯାଇଛି ।
ସହିଦ ଭଗତ ସିଂ ଯୁବକ ସଙ୍ଘ ,ବ୍ୟାସନଗର ଦ୍ୱାରା ଆୟୋଜିତ ଏହି ରାଷ୍ଟ୍ରବାଦୀ କାର୍ଯ୍ୟକ୍ରମକୁ ସଂଘ ର ସଭାପତି ତଥା ବିଶିଷ୍ଟ ସମାଜସେବୀ ରାଜେନ୍ଦ୍ର ବିଶ୍ୱାଳ ପରିଚାଳନା କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ, ପୂର୍ବତନ ଅର୍ଥମନ୍ତ୍ରୀ ,ବର୍ଷିଆନ ବିଚକ୍ଷଣ ରାଜନେତା ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ମୁଖ୍ୟ ଅତିଥି ଏବଂ ସାହିତ୍ୟିକ ପ୍ରଫେସର ନେତାଜୀ ଅଭିନନ୍ଦନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସଂଘ ର ବିଭିନ୍ନ ସାମାଜିକ କାର୍ଯ୍ୟ କୁ ପ୍ରଶଂସା କରିବା ସହ ଭବିଷ୍ୟତରେ ସମାଜ ର ଅବହେଳିତ ବର୍ଗ ଙ୍କ ପାଇଁ ସମର୍ପିତ ହେବା କୁ ଯୁବସମାଜ କୁ ଆହ୍ୱାନ ଦେଇଥିଲେ ।
ସମାଜ ର ବିଭିନ୍ନ କ୍ଷେତ୍ର ରେ ନିଜର ଅନବରତ ଉଦ୍ୟମ ଓ ନିସ୍ଵାର୍ଥପର ସେବା ଯୋଗାଉ ଥିବା ବିଭିନ୍ନ ସଂଗଠନ ଏବଂ ବ୍ୟକ୍ତିତ୍ୱ ଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା ।
କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ସ୍ୱାସ୍ଥ୍ୟ ଅଧିକାରୀ ତଥା ସମାଜସେବୀ ରୋଟାରୀଆନ ଡ଼ାକ୍ତର ନିହାର ରଞ୍ଜନ କର ଙ୍କୁ ତାଙ୍କର ଲୋକାଭିମୁଖୀ ଓ କରୋନା ସମୟରେ ଅବିରତ ଉତ୍ସର୍ଗୀକୃତ ସେବା ପାଇଁ “କରୋନା ଯୋଦ୍ଧା “ଭାବେ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସଂଘ ର ସଭାପତି ବରିଷ୍ଠ ସମାଜସେବୀ ରାଜେନ୍ଦ୍ର ବିଶ୍ୱାଳ ,ସମ୍ପାଦକ ଯୁବ ସମାଜସେବୀ ହେମନ୍ତ ଧୀର ଏବଂ ବରିଷ୍ଠ ରାଜନେତା ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ରସାନନ୍ଦ ମହାନ୍ତି ସମ୍ମାନିତ କରିବା ସହ ତାଙ୍କର ସମାଜସେବା ଜାରି ରଖିବା ପାଇଁ ଉତ୍ସାହିତ କରିଥିଲେ ।ଫାଶି ଦିବସ ଉପଲକ୍ଷେ ସଙ୍ଘ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଉତ୍କ କାର୍ଯ୍ୟକ୍ରମରେ ବ୍ୟାସନଗର ସହର ର ସୁନାମଧନ୍ୟ ଚିକିତ୍ସକ ଡ଼ାକ୍ତର ପ୍ରସନ୍ନ କୁମାର ସାହୁ ,ଡ଼ାକ୍ତର ଚିନ୍ମୟ ସାମଲ ,ଡ଼ାକ୍ତର ସୌଭାଗ୍ୟ ସୁବୁଦ୍ଧି ,ଡ଼ାକ୍ତର ପୁଲକ ରଞ୍ଜନ ମଲିକ ପ୍ରଭୂତି ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।ସଂଘର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ ।

Related Posts

About The Author

Add Comment