ଯୁବପିଢିଙ୍କ ପ୍ରାକ୍ ବୈବାହିକ ଜୀବନଶୈଳୀ ଶୀର୍ଷକ ଅଲୋଚନାଚକ୍ର ଅନୁଷ୍ଠିତ

Spread the love
କୋରାପୁଟ, ୨୦/୦୮/୨୦୨୨ (ସନ୍ଧାନ ନିଉଜ ) : ସ୍ୱାମୀ ବିବେକାନନ୍ଦ ଲୋକସଂସଦ କୋରାପୁଟ ଜିଲ୍ଲା ବିଚାରଧାର‍ ଶାଖା ଦ୍ୱାରା ବିଂଶତମ ଇ-ପାଠଚକ୍ର ଅନୁଷ୍ଠିତ ହେଇଯାଇଅଛି। ଶନିବାର ସଂଧ୍ୟା ୭.୦୦-୮.୦୦ ମଧ୍ୟରେ ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ଏହି ସଭାଟି ଅନୁଷ୍ଠିତ ହେଇଥିଲା । ଏଥିରେ ଆଲୋଚକ ଭାବେ ଯୋଗଦେଇଥିଲେ ଜେକେ କାଗଜକଳ ରାୟଗଡ଼ାର ମହାପ୍ରବନ୍ଧକ ଶ୍ରୀ ଗୌରୀଶଙ୍କର ପଟ୍ଟନାୟକ । ସେ ନିଜ ଅଭିଭାଷଣରେ ବିଦେଶରୁ ଆସିଥିବା ମିଳିତ ଅବସ୍ଥାନ କିଭଳି ଭାରତୀୟ ଯୁବାଙ୍କୁ କବଳିତ କରି, ନିଜର, ପିତାମାତାଙ୍କ ତଥା ଭବିଷ୍ୟର ବଂଶଧରଙ୍କ ଭବିଷ୍ୟ ନଷ୍ଟ କରୁଅଛି ସେହି ବିଷୟରେ ଆଲୋଚନା କରିଥିଲେ  । ସଭାଧ୍ୟକ୍ଷ ଋପେ ଯୋଗଦେଇଥିଲେ ନାଲ୍ କୋର ସହ ମହାପ୍ରବନ୍ଧକ ତଥା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ କୋରାପୁଟ ଜିଲ୍ଲା ଶାଖା ଉପ ସଭାପତି ଡ଼. ପ୍ରଦୀପ କୁମାର ପାଟଯୋଶୀ ।ଓଡିଶା ତଥା ରାଜ୍ୟବାହାରୁ  ଜ୍ଞାନପିପାସୁ ଗଣ ଏହି ଅନ୍ ଲାଇନ୍ ପାଠଚକ୍ରରେ ଯୋଗଦେଇ ଜ୍ଞାନଯଜ୍ଞଟିକୁ ସଫଳ କରେଇଥିଲେ।ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ଶ୍ରୀମତୀ ନମିତା ମହାପାତ୍ର ଏବଂ ବିବେକବାଣୀ ପାଠ କରିଥିଲେ ସୁଶ୍ରୀ ରୋଜାଲିନ୍ ମହାପାତ୍ର ।ସଭାରେ ଜିଲ୍ଲା ବିଚାରଧାରା ଅଧ୍ୟକ୍ଷା  ତଥା ଅଧ୍ୟାପିକା ମାନସୀ ଆଚାର୍ଯ୍ୟ ସଂଯୋଜନା କରିଥିବା ସ୍ଥଳେ ଧନ୍ୟବାଦ ଅର୍ପଣ କରିଥିଲେ ରାୟଗଡ଼ାରୁ ଅଧ୍ୟାପକ ଡ଼. ଅଶ୍ୱିନୀ କୁମାର ପଣ୍ତା  ।ପ୍ରତିମାସ ୨୦ ତାରିଖରେ କୋରାପୁଟର ବିକାଶ କୁ ନେଇ ଏଭଳି ଆଲୋଚନା ଚକ୍ର ଜାରି ରହିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି ।

Related Posts

About The Author

Add Comment