ଯୁବତୀ ଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ କୋର୍ଟ ଚାଲାଣ।

Spread the love

ଜେନାପୁର,୨୦/୮ (ସନ୍ଧାନ ନ୍ୟୂଜ): ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜେନାପୁର ପୋଲିସ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। କୋର୍ଟ ଚାଲାଣ ହୋଇଥିବା ଯୁବକ ଜଣଙ୍କ ଏହି ଥାନା ଅନ୍ତର୍ଗତ ଘାସିବର ଗ୍ରାମର ବିଶ୍ୱନାଥ ବେହେରାଙ୍କ ପୁଅ ଅନନ୍ତ ଚନ୍ଦ୍ର ବେହେରା (୩୨) ବୋଲି ଜଣାପଡ଼ିଛି। ସୂଚନା ମୁତାବକ ସେହି ଗ୍ରାମର ହେନା ଓଝା ନାମକ ଜଣେ ଯୁବତୀ ଗତ ୧୭ ତାରିଖ ଦିନ ସଂକ୍ରାନ୍ତି ଥିବାରୁ ତାଙ୍କ ବାପା ମା ମନ୍ଦିର ଯାଇଥିଲେ। ଅଭିଯୁକ୍ତ ଅନନ୍ତ ପିଡ଼ିତା ଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ତାଙ୍କୁ ଅସଦାଚରଣ କରିଥିଲେ। ଏନେଇ ପିଡ଼ିତା ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ କେସ ନମ୍ବର ୨୯୩/ ୨୫ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା। ବୁଧବାର ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି

Related Posts

About The Author

Add Comment