ଯୁବତୀଙ୍କୁ ନର୍ଯାତନା ଦେଇଥିବା ଅଭିଯୁକ୍ତ ଫେରାର

Spread the love

ବାରିପଦା, 26.11.2020 (ଲିଙ୍ଗରାଜ ଫଣ୍ଡା)-ଜନୈକା ଯୁବତୀଙ୍କୁ ୪୨ ଦିନ ଧରି ନୂଆଦିଲ୍ଲୀ ଓ ରାଞ୍ଚି ସମେତ ଭାରତର ବିଭିନ୍ନ ସ୍ଥାନକୁ ନେଇ ଜୀବନରୁ ମାରି ଦେବାର ଧମକ ଦେବା ସହ ବାରମ୍ବାର ଯୌନ ନିର୍ଯ୍ୟାତନା କରିଥିବା ଅଭିଯୋଗ ନେଇ ବାରିପଦା ଟାଉନ ଥାନାରେ – ୮୩୯୨୦ ନମ୍ବରର ଏକ ମାମଲା ଭାରତୀୟ ଦଣ୍ଡବିଧୁ ଆଇନର ୩୬୩, ୩୬୫, ୩୭୬(୨) (ଏ), ୫୦୬, ୪୨୭, ୪୨୦, ୨୯୪ ଓ ୩୪ ଦଫାରେ ଗତକାଲି ରୁଜୁ ହୋଇଥିବା ଜଣାଯାଇଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଶୁଳିଆପଦା ଥାନା ଇଲାକାର ଡୁମୁରଡିହା ଗ୍ରାମର ଶିବ ବିନ୍ଧାଣୀଙ୍କ ସମେତ ତିନି ଜଣ ଅଭିଯୁକ୍ତ ଥିବା ଜଣାଯାଇଛି । ପୁଲିସ ପକ୍ଷରୁ ଏକ ସ୍ବତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇ ଅଭିଯୁକ୍ତଙ୍କ ଗ୍ରାମର ବାସଗୃହରେ ଚଢଉ କରାଯାଇଥିଲେ ମଧ୍ୟ ୧୦ ଦିନ ପୂର୍ବରୁ ଫେରାର ହୋଇଯାଇଥିବା ପ୍ରକାଶ ପୀଡିତାଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ ମୁଖ୍ୟ ଅଭିଯୁକ୍ତ ଜଣକ । ତାଙ୍କର ଦୂର ସଂପର୍କୀୟ ଥିବାରୁ ତାଙ୍କ ଘରକୁ ବହୁ ସମୟରେ ବୁଲିବାକୁ ଆସିଥାନ୍ତି । ତାଙ୍କୁ ଗତ ଅଗଷ୍ଟ ୩୦ ତାରିଖ ସନ୍ଧ୍ୟା ୭ଟା ସମୟରେ ବଜାରକୁ ବୁଲାଇବା ପାଇଁ ଏକ ଅଟୋ ସାହାଯ୍ୟରେ ନେଇଥିଲେ । ସେହି ଅଟୋରେ ଅନ୍ୟ ଦୁଇ ଜଣ, ଲୋକ ମଧ୍ୟ ପୂର୍ବରୁ ବସିଥିଲେ । ତାଙ୍କୁ କ’ଣ ଶୁଘାଇ ଦେବାରୁ ସେ ଅଚେତ ହୋଇ ପଡିଥିବା ସହ ତାଙ୍କ ଚେତାଫେରିବା ବେଳକୁ ସେ ଦିଲ୍ଲୀଠାରେ ଏକ ବନ୍ଦ କୋଠରୀ ମଧ୍ୟରେ ଆବଦ୍ଧ ଥିବାର ଜାଣିବାକୁ ପାଇଥିଲେ । ସେଠାରେ ଓ ରାଞ୍ଚିକୁ ମଧ୍ୟ ନେଇ ଜୀବନରୁ ମାରି ଦେବାର ଧମକ ଦେବା ସହ ବାରମ୍ବାର ଯୌନ ନିର୍ଯ୍ୟାତନା ଦେଇଥିବାର ଅଭିଯୋଗରେ ଉଲ୍ଲେଖ କରାଯାଇଛି । ଏପରିକି ତାଙ୍କର ମୋବାଇଲ ଫୋନକୁ ଅକାମୀ କରିବା ସହ ଘର ଲୋକଙ୍କସହ ଯୋଗାଯୋଗ କରିବାକୁ ମଧ୍ୟ ଦେଇ ନ ଥିଲେ। ୪୨ ଦିନ ପରେ ଅର୍ଥାତ୍ ଗତ ଅକ୍ଟୋବର ୧୧ ତାରିଖ ଦିନ ଅଭିଯୁକ୍ତ ଜଣକ ତାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି | ଦେଇ ତାଙ୍କ ବାସଭବନରେ ଛାଡି ଦେଇ ନିଜ ଡୁମୁରଡିହା ଗ୍ରାମକୁ ଚାଲିଲେ । ଏହି । ପ୍ରତିଶ୍ରୁତି ଅନୁଯାୟୀ ଚଳିତମାସ ୧୩ ତାରିଖ ଦିନ ସେ ଓ ତାଙ୍କ ପରିବାର ସଦସ୍ୟମାନେଅଭିଯୁକ୍ତଙ୍କ ଡୁମୁରଡିହା ଗ୍ରାମକୁ ବିବାହ ପ୍ରସ୍ତାବ ନେଇ ଯାଇଥିଲେ । କିନ୍ତୁ ସେମାନଙ୍କୁ  ଦେଖୁ ଅଭିଯୁକ୍ତ ଜଣକ ଘରୁ ପଳାଇଯିବା ସହ ପରିବାରଙ୍କ ପକ୍ଷରୁ ସେମାନଙ୍କୁ ଅଶ୍ଳୀଳ । । ଭାଷାରେ ଗାଳିଗୁଲଜ ସହ ନାନା ଧମକ ଚମକ ଦେଇ ଘରୁ ବାହାର କରି ଦେଇଥିଲେ। । ବୋଲି ଅଭିଯୋଗରେ ଦର୍ଶାଯାଇଛି । ଏହି ମାମଲାର ପୁଲିସ ପକ୍ଷରୁ ତଦନ୍ତ ଚାଲିଛି ।

 

Related Posts

About The Author

Add Comment