ସୁନ୍ଦରଗଡ , ୨୦/୦୪ (ସନ୍ଧାନ ନିଉଜ): ବଣେଇ ଉପଖଣ୍ଡ କୋଇଡା ଥାନା ଅନ୍ତର୍ଗତ କ୍ରିଆକୁଦ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ 3 ଜଣ ଗିରଫ ହୋଇଥିବା ଜଣାପଡିଛି । କ୍ରିଆକୁଦ ଗ୍ରାମରେ ଜଣେ ଯୁବତୀ ତାଙ୍କ ଦିବ୍ୟାଙ୍ଗ ମାଙ୍କ ସହ ଘରେ ଶୋଇଥିଲେ । ସେହି ସମୟରେ ୩ ଜଣ ଯୁବକ ପାପୁନ ବାରିକ, ବିଜୁ ବାରିକ , ଦୁର୍ଗା ମହାକୁଡ ତାଙ୍କ ଘରକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ 2 ଜଣ ଘର ବାହାରେ ଜଗିଥିବା ବେଳେ ଜଣେ ଘର ଭିତରକୁ ଯାଇ ଯୁବତୀ ଜଣଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ ।
ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ୩ ଗିରଫ
|
April 20, 2020 |
