ଯୁବକ ନିଖୋଜ

Spread the love

ଯାଜପୁର, ୧୨ /୩ (ସନ୍ଧାନ ନିୟୁଜ/ପି ସାମଲ): ସୁକିନ୍ଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହାତିବାରୀ ଗ୍ରାମ ପଞ୍ଚାୟତ ଅଧିନ ବୈରିମାଳ ଗ୍ରାମର ସାଗର ରାଉତଙ୍କ ପୁଅ ତରୁଣ କୁମାର ରାଉତ (୨୫) ସେ କଲିକତାରେ ଫରକ୍କା ରେ ଏକ ଘରୋଇ କମ୍ପାନୀ କାର୍ଯ୍ୟ କରୁଥିଲେ। ଚଳିତ ମାସ ୯ ତାରିଖରେ ଘରକୁ ଆସିବାପାଇଂ ସକାଳ ୫ଟା ସମୟରେ ହାୱଡ଼ା ଷ୍ଟେସନ ଆସିଥିଲେ,।ସେଠାରୁ ଧଉଳି କିମ୍ବା ଫାଲକାନାମା ଏକ୍ସପ୍ରେସ ଯୋଗେ ସେ ଯାଜପୁରରୋଡ ଷ୍ଟେସନ ଆସିଥାନ୍ତେ,।କିନ୍ତୁ ସେଇଦିନ ସକାଳ ୫ଟା ପରଠୁ ଆଉ ତାଙ୍କଦୁଇଟି  ମୋବାଇଲି ଫୋନ ବନ୍ଦହୋଇ ଯାଇଥିଲା। ପୁଅକୁ ଦୁଇଦିନ ଅପେକ୍ଷା କରିବା ପରେ ତାଙ୍କ ବାପା ଆଜିସନ୍ଧ୍ୟାରେ ଯାଜପୁର ରୋଡ ଷ୍ଟେସନରେ ପହଁଞ୍ଚି ରେଳବାଇ ଅଧିକାରୀଙ୍କୁ  ଘଟଣା ସମ୍ପର୍କରେ ଅବଗତ କରାଇଥିଲେ।ପାଖା ପାଖି ୪ ଦିନ ବିତିଯାଇଥିଲେବି ପୁଅ ଘରକୁ ଆସିନଥିବାବେଳେ ଫିରକ୍କାରେ ଥିବା ତାଙ୍କ କମ୍ପାନୀକୁ ମଧ୍ୟ ଯାଇନଥିବା ତାଙ୍କ ବାପା ରେଳବାଇ ସୁରକ୍ଷା ଅଧିକାରୀ ଶ୍ରୀ ସିଂଙ୍କୁ ସୂଚନା ଦେଇଥିଲେ।ଘଟଣା ହାୱଡ଼ା ଷ୍ଟେସନରେ ହୋଇଥିବାରୁ ଏତଲା ସେଠାରେ ଦେବାକୁ ପରାମର୍ଶ ଦେଇ ସୁରକ୍ଷା ଅଧିକାରୀ ଶ୍ରୀ ସିଂ ଟାରୁଣର ଫଟୋ ଓ ତଥ୍ୟକୁ ହାୱଡାଷ୍ଟେସନର ସୁରକ୍ଷା କର୍ମୀଙ୍କଅବଗତ ନିମନ୍ତେ ପଠାଇଥିବା ଜଣାପଡିଛି।।।

Related Posts

About The Author

Add Comment