ଜେନାପୁର/ ୦୮/୦୪/ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ସୋରାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି । ଏହି ଗ୍ରାମର ହାଉଳା (ଡାକ ନାମ)ଜେନାଙ୍କ ପୁଅ ସୁରେଶ ଜେନା (୨୯)ଙ୍କର ଆଜି ଅପରାହ୍ନରେ ସନ୍ଧେହ ଜନଙ୍କ ମୃତ୍ୟୁ ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ସୁରେଶ ଜଣେ ଖଣ୍ଡାୟତ ପରିବାରର ପିଲା ଗତ ୩ ବର୍ଷ ତଳେ ସେହି ଗ୍ରାମରେ ଏକ ଦଳିତ ପରିବାରରେ ପ୍ରେମ ବିବାହ କରିଥିଲା । । ସୁରେଶ ଖଣ୍ଡାୟତ ପରିବାରର ପିଲା ହୋଇ ଏକ ଦଳିତ ପରିବାରରେ ବିବାହ କରିଥିବା କାରଣରୁ ବାପା ହାଉଳା(ଡାକ ନାମ) ପୁଅକୁ ତେଯ୍ୟ ପୁତ୍ର କରିଥିବା ଘରପାଖ ଲୋକଙ୍କ ପାଖରୁ ଶୁଣିବାକୁ ମିଳୁଛି । ସୁରେଶ ଘର ପାଖରୁ କିଛି ବାଟ ଦୂରରେ ନିଜ ପତ୍ନୀକୁ ଧରି ରହୁଥିଲେ ତାଙ୍କର ତିନିବର୍ଷର ଏକ କନ୍ୟା ସନ୍ତାନ ଥିବା ଜଣାଯାଉଛି । ସୁରେଶର ରୋଜଗାର କିଛି ନଥିବା କାରଣରୁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରାୟ ଛୋଟ ମୋଟ ଝଗଡା ହେଉଥିଲା । ଆଜି ସକାଳୁ କୌଣସି କାରଣ ବଶତଃ ଘରେ ଝଗଡା ହୋଇଥିବା ବେଳେ ସୁରେଶ ଆଜି ସମୟ ପ୍ରାୟ ୫ ଟା ହେବ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ।ସଙ୍ଗେ ସଙ୍ଗେ ସୁରେଶର ପତ୍ନୀ ଓ ଗ୍ରାମର କିଛି ଯୁବକ ସ୍ଥାନୀୟ କବାଟବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ସୁରେଶର ବେକରେ ଏକ ରଶି ଦାଗ ପଡିଥିବାର ଦେଖିବାକୁ ପାଇଥିଲେ ଏବଂ ସେଠାରେ ତାଙ୍କୁ ମୃତ ଘୋଷଣା କରିବା ସହିତ ଜେନାପୁର ପୋଲିସଙ୍କୁ ଖବର ଦେଇଥିଲେ । ଖବର ପାଇ ଜେନାପୁର ପୋଲିସ କବାଟବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚି ଶବ ଜବଦ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଦାନଗଦି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ପାଇଁ ବେବସ୍ତା କରୁଥିବା ବେଳେ ସେଠାରେ ପରିବାରର କୌଣସି ଜଣେ ସଦସ୍ୟଙ୍କୁ ଦେଖିବାକୁ ପାଇଁ ନଥିଲେ କେବଳ ସୁରେଶର ପତ୍ନୀ ଓ ତାଙ୍କର କୁନି ଝିଅ କୁ ଦେଖିବାକୁ ମିଳିଥିଲା । ପୋଲିସ ଘର ପାଖକୁ ଯାଇ ତଦନ୍ତ ଜାରି ରଖିଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସୁରେଶ ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି ସୂଚନା ମିଳିଛି ।
ଯୁବକର ସନ୍ଧେହ ଜନକ ମୃତ୍ୟୁ : ବେକରେ ରଶିଲଗାଇ ଆତ୍ମହତ୍ୟା କରିଥିବା ସନ୍ଧେହ
|
April 8, 2021 |