ଯୁବକଙ୍କ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

Spread the love

ନୟାଗଡ଼ର ୩୦/୧୧ (ସନ୍ଧାନ ନିୟୁଜ୍)  ଓଡ଼ଗାଁ ଥାନା ଭାଟସାହି ଗାଁରେ ଜଣେ ନିଶାସକ୍ତ ଯୁବକଙ୍କ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ଓଡ଼ଗାଁ ଥାନା ଭାଟସାହି ଗାଁରେ ଶୁକ୍ରବାର ରାତିରେ କିଛି ଯୁବକ ଭୋଜି କରୁଥିଲେ। କୌଣସି ଏକ କାରଣରୁ କିଛି ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ସେହି ସମୟରେ ଆକ୍ରମଣ ଶିକାର ଯୁବକଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ନିଶାସକ୍ତ ଯୁବକଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲେ। ଗୁରୁତର ସ୍ୱାମୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଉକ୍ତ ଅଭିଯୁକ୍ତ ଜଣକ ଫେରାର ଥିବା ସହ ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

Report- P Samal

Related Posts

About The Author

Add Comment