ଜେନାପୁର, ୧୪/୧୦ (ସନ୍ଧାନ ନିଉଜ/ସାମଲ) : ଜେନାପୁର ଥାନା ପୁଲିସ ଯୁବକଙ୍କୁ ହତ୍ୟା ଅଭିଯୋଗରେ ଜଣେ ଯୁବକକୁ ପଚରା ଉଚରା କରୁଥିବା ବେଳେ ଅନ୍ୟ ପଟେ ମୃତକ ପରିବାରଙ୍କ ସହ ସ୍ଥାନୀୟ ଅଞ୍ଚଳରେ ଶତାଧିକ ଗ୍ରାମବାସୀ ବିଭିନ୍ନ ପ୍ରକାର ଦାବିନେଇ ଆଜି ଅପରାହ୍ନରେ ଚଣ୍ଡିଖୋଲ -ଦୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ବଳରାମପୁର ଛକରେ ଶବକୁ ଧରି ରାସ୍ତା ଅବରୋଧ କରିଥିଲେ ।ଘଟଣା ସ୍ଥଳରେ ପୁଲିସ ପହଞ୍ଚି ବୁଝା ସୁଝା କରିଥିଲେ ମଧ୍ୟ ଉତକ୍ତ ଲୋକମାନେ ବୁଝି ନଥିଲେ ।ଶେଷରେ ଧର୍ମଶାଳା ତହସିଲଦାର, କଳିଙ୍ଗ ନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଘଟଣା ସ୍ଥଳରେ ପହଞ୍ଚି ଉତକ୍ତ ଲୋକଙ୍କୁ ବୁଝା ସୁଝା କରିବା ସହ ଦଦନ୍ତ କରି ଦାବି ପୂରଣ ପ୍ରତିଶୃତି ଦେଇ ରାସ୍ତା ଅବରୋଧ ହଟାଇ ଥିଲେ ।ମୃତକ ତାଳଗଡ଼ ଗ୍ରାମର ପଥୁରିଆ ସାହିର ପୀତବାସ ମଲ୍ଲିକଙ୍କ ପୁଅ ପ୍ରଦୀପ ଓରଫ କାବୁଲା ବୋଲି ଜଣାପଡିଛି । ପରେ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, କଳିଙ୍ଗ ନଗର ଅତିରିକ୍ତ ଆରକ୍ଷୀ ରାଜ କିଶ୍ୱର ଦୋରା, କଳିଙ୍ଗ ନଗର ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ମୃତକ ପରିବାରକୁ ଦଶ ହଜାର ଟଙ୍କା ରେଡକ୍ରସ ପାଣ୍ଠିରୁ ପ୍ରଦାନ କରିବା ସହ ଖୁବୁ ଶୀଘ୍ର ତଦନ୍ତ କରାଯାଇ ଅଭିଯୁକ୍ତକୁ ଗିରଫ କରାଯିବ ଓ ମୃତକ ପରିବାରକୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ପ୍ରତିଶ୍ରୁତି ପାଇବା ପରେ ସନ୍ଧ୍ୟା ସାଡେ ୬ଟା ବେଳେ ରାସ୍ତା ଅବରୋଧ ହଟିଥିଲା ।ଦୀର୍ଘ ୫ ଘଣ୍ଟା ଧରି ରାସ୍ତା ଅବରୋଧ ଫଳରେ ଉଭୟ ପାଶ୍ୱର୍ରେ ହଜାର ହଜାର ସଂଖ୍ୟାରେ ଗାଡି ମୋଟର ଅଟକି ରହିଥିଲା ।
ଯୁବକଙ୍କୁ ଟ୍ରକ ଚଢାଇ ହତ୍ୟା , ଗିରଫ୍ ଦାବିର ୫ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ
|
October 15, 2019 |
