ଯୁକ୍ତ୨ ସିଲାବସ୍ ସଂଶୋଧିତ ହେଲା : ଏକାଡେମି କ୍ୟାଲେଣ୍ଡର ଜାରି କଲା ସି.ଏଚ୍.ଏସ୍.ଇ.
ଯୁକ୍ତ୨ ସିଲାବସ୍ ସଂଶୋଧିତ ହେଲା : ଏକାଡେମି କ୍ୟାଲେଣ୍ଡର ଜାରି କଲା ସି.ଏଚ୍.ଏସ୍.ଇ.
Manas Kumar Rout |
August 10, 2018 |
ଭୁବନେଶ୍ୱର ୧୦/୮(ସନ୍ଧାନ ନିୟୁଜ) ସଂଶୋଧିତ ହେଲା ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ପାଠ୍ୟକ୍ରମ। କେତେକ ବିଷୟରେ ତ୍ରୁଟି ରହିଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ସିଲାବସ୍ କମିଟି ବୈଠକ ବସି ସେଥିରେ ସଂଶୋଧିତ ଅଣାଯାଇଛି। ଏଥିସହ ୨୦୧୯ ଯୁକ୍ତ୨ ପରୀକ୍ଷାରେ ପ୍ରଶ୍ନପତ୍ରଗୁଡ଼ିକରେ ରହୁଥିବା ମାର୍କରେ ସଂସ୍କାର ଆଣିବାକୁ ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
୨୦୧୬ରୁ ସିବିଏସ୍ଇ ଢାଞ୍ଚାରେ ଯୁକ୍ତ୨ ସିଲାବସ୍ ପ୍ରସ୍ତୁତ ହୋଇଥିବା ବେଳେ କିଛି ବିଷୟରେ ସାମାନ୍ୟ ତ୍ରୁଟି ରହିଥିବା ନଜରକୁ ଆସିଥିଲା। ଯେଉଁଥିପାଇଁ ଗତ ପରୀକ୍ଷା ସମୟରେ ଦ୍ୱନ୍ଦ୍ୱ ଉପୁଜିଥିଲା। ଶେଷ ମୁହୂର୍ତ୍ତରେ ପରୀକ୍ଷା ସମୟରେ ବି ପରିବର୍ତନ କରିବାକୁ ପଡ଼ିଲା। ତେଣୁ ଏଥର ସେଭଳି ସମସ୍ୟାର ସମାଧାନ ପାଇଁ ସିଲାବସ୍ରେ କେତେକ ସଂଶୋଧନ କରାଯାଇଛି। ପ୍ରାୟ ୧୫୦ଟି ବିଷୟର ସିଲାବସ୍ କମିଟି ବୈଠକ ବସି ପୁସ୍ତକ ଓ ସିଲାବସ୍ରେ ଥିବା ତ୍ରୁଟିଗୁଡ଼ିକ ବିଷୟରେ ବ୍ୟାପକ ଆଲୋଚନା ପରେ ସଂଶୋଧିତ ହୋଇଛି। ଖୁବ୍ଶୀଘ୍ର ସଂଶୋଧିତ ପାଠ୍ୟକ୍ରମ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ େଓ୍ଵବସାଇଟ୍ରେ ଉଲ୍ଲେଖ କରାଯିବ ବୋଲି ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
Related Posts
About The Author