ଧର୍ମଶାଳା, ୦୪/୧୨ (ସନ୍ଧାନ ନିୟୁଜ/ମାନସ ରାଉତ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ଆରୁହା ପଂଚାୟତ ଯାବରାତଳୀ ଗ୍ରାମରେ କୁମ୍ବକାର ସମ୍ପ୍ରଦାୟ ପକ୍ଷରୁ କୁରାଳପଂଚମୀ ଉତ୍ସବ ଆଡମ୍ବର ସହକାରେ ପାଳିତ ହେଉଛି । ଏଠାରେ ଲକ୍ଷ୍ମୀନାରାୟଣ ଜଗନ୍ନାଥ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ମୁର୍ଣ୍ଣୟୀ ମୂର୍ତ୍ଥି କରାଯାଇ ପୂଜାର୍ଚ୍ଚନା କରାଯିବା ସହିତ ପୂଜାମଣ୍ଡପକୁ ଆଲୋକ ସଜ୍ଜାରେ ଝଲସି ଉଠୁଛି । ଏଠାରେ ବାସ କରୁଥିବା କୁମ୍ବକାର ପରିବାର ପକ୍ଷରୁ କୁମ୍ବ, ଚକ, ପିଣ୍ଡ, ପିଟଣା, ସୂତା ଆଦି ପୂଜା କରାଯାଉଥିବା ବେଳେ ଏହି ପର୍ବ ମାର୍ଗଶିର ମାସ ଶୁକ୍ଳପକ୍ଷରେ ଆରମ୍ଭ ହୋଇ ଦଶମି ତିଥିରେ ସମାପନ ହେବାର ବିଧି ରହିଛି । ଏହି ଦିବସ ମାନଙ୍କରେ କୁମ୍ବାର ପରିବାର ନିଜର କୁଳବେଉସା ହାଣ୍ଡି ମାଠିଆ ଆଦି ତିଆରି କରନ୍ତି ନାହିଁ । ପ୍ରତ୍ୟହ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଆମୋଦପ୍ରମୋଦ କରିବା ସହିତ ପ୍ରତ୍ୟକ ସଂଧ୍ୟାରେ ପୂଜା ମଣ୍ଡପ ନିକଟରେ ବହୁ ବକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି ।
ତାଜା ଖବର
- ସବଡେଗାରେ ଅବକାରି ବିଭାଗର ଚଢ଼ାଉ ,୨୩୪ ଲିଟର ବିଦେଶୀମଦ ଜବତ
- ନାରୀ ନିର୍ଯାତନା ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କନ୍ଧମାଳ ଜିଲ୍ଲା କଂଗ୍ରେସ
- ଶ୍ରୀରାମ ବାଟିକାରେ ୨୪ ପ୍ରହରୀ ନାମଯଜ୍ଞ, ସାଧୁ ସନ୍ଥଙ୍କ ସମାଗମ
- ମାର୍ଚ୍ଚ ୧୯ରୁ ନୂଆ ନିୟମ ଲାଗୁ କରିବ ୟୁଟ୍ୟୁବ
- ଆଇସିସି ଚାମ୍ପିଅନ୍ସ ଟ୍ରଫି; ୩ୟ ଥର ପାଇଁ ଟାଇଟଲ ହାତେଇଲା ଭାରତ
- ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ
- ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ
- ଗର୍ଜନୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର
- କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଆୟୋଜିତ
- ଓ୍ବାର୍ଲ୍ଡ ବୁକ୍ ଅଫ୍ ରେକର୍ଡ ଅଧିକାରୀ ଚାରି ବର୍ଷର ଆଦଭିକ୍