ଯାଜପୁର୧୯/୧୧(ସନ୍ଧାନ ନିୟୁଜ୍/ମାନସ ରାଉତ)-ଯାଦବ ମହାସଭା ଯାଜପୁରର ଏକ କାର୍ଯ୍ୟକାରିଣୀ ବୈଠକ ବଡଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିଖୋଲସ୍ଥ ଦୁର୍ଗାମଣ୍ଡପ ପରିସରରେ ଜିଲ୍ଲାସଭାପତି ଶ୍ରୀ ରାମଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦୁଇ ଗୋଟି ଗୁରୁତ୍ୱପୂର୍ଣ୍ଣ ନିିଷ୍ପତ୍ତି ନିଆଯାଇ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିବା ସଭାପତି ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ପ୍ରଥମ ପ୍ରସ୍ତାବ ଜିଲ୍ଲା କାର୍ଯ୍ୟକାରିଣୀ କମିଟି କାର୍ଯ୍ୟକାଳ ଆସନ୍ତା ବର୍ଷ ପୁରିଯାଉଥିଲେ ସୁଦ୍ଧା ଜିଳ୍ଳାର ବ୍ଲକ ଗୁଡିକର ସଭାପତି ନିର୍ବାଚନ ନିମନ୍ତେ ସଂପୃକ୍ତ ବ୍ଳକ ସଭାପତି ମାନଙ୍କୁ ଚିଠି କରାଯାଇ ସଭାପତି ନିର୍ବାଚନ ନିମିତ୍ତ ତାରିଖ ସ୍ଥାନ ଓ ସମୟ ଜିଲ୍ଳାକୁ ଜଣାଇଲେ ଏକ ପର୍ଯ୍ୟବେକ୍ଷକ ନିଯୁକ୍ତ କରି ସଭାପତି ନିର୍ବାଚନ କରାଯାଇବକୁ ଅନୁରୋଧ କରାଯାଇଛି । ଉକ୍ତ ସମୟ ପର୍ଯ୍ୟନ୍ତ ଜିଳ୍ଲା ସଭାପତି ରାମଚନ୍ଦ୍ର ବେହେରାଙ୍କୁ ରାଜ୍ୟ ସଭାପତି କରିବାକୁ ନିଆଯାଇଛି । ଦ୍ୱିତୀୟ ପ୍ରସ୍ତାବରେ ଆଗାମୀ ସାଧାରଣ ନିର୍ବାଚନ ଆଖିଆଗରେ ରଖି ଜିଲ୍କାରେ କୋ÷ଣସି ଯାଦବ ସମାବେଶ ନ କରିବା ପାଇଁ ନିଷ୍ପତ୍ତି ନିଯାଇଥିବା ସଭାପତି ପ୍ରକାଶ କରିଛନ୍ତି । ଏହି ବୈଠକରେ ରାଜ୍ୟ ଉପଦେଷ୍ଟା ତଥା ଜିଳ୍ଳା କାର୍ଯ୍ୟକାରୀ ସଭାପତି ଗୋବର୍ଦ୍ଧନ ପ୍ରଧାନ ,ସାଧାରଣ ସମ୍ପାଦକ ସୁଦାମ ଚରଣ ନାୟକ,ଜିଲ୍ଲା ଯୁବ ସଭାପତି ପ୍ରକାଶ କୁମାର ଦାସ,ଜିଲ୍ଲା କାର୍ଯ୍ୟକାରୀ ସଭାପତି ନୀଳମଣି ଦାସ ,ଯୁବନେତା ଧୂଲେଶ୍ୱର ଦାସ,ବଡଚଣା ବ୍ଲକ ସଭାପତି ବିଜୟ କୁମାର ବାରିକ,ଧର୍ମଶାଳା ବ୍ଳକ ସଭାପତି ନିତ୍ୟାନନ୍ଦ ବେହେରା,ରସୁଲପୁର ବ୍ଲକ ସଭାପତି ବାସୁଦେବ ପଳେଇ,ସୁକିନ୍ଦା ବ୍ଲକ ସଭାପତି ପରମାନନ୍ଦ ନାୟକ,କୋରେଇ ସଭାପତି ରତ୍ନାକର ପଳେଇ ,ଦାନଗଦି ସମ୍ପାଦକ ବିଷ୍ଣୁଚରଣ ନାଟିଆ, ଏବଂ ମନୋଜ ଦାସ,କାର୍ତ୍ତିକ ଗାରେଡିଆ,ବିଜୟ ଦାସ,ଉମାକାନ୍ତ ଦାସ, ଯୋଗେନ୍ଦ୍ରନାୟକ ,କିଶୋର ପଳେଇ,କପିଳ ବେହେରା, ଆଇନଜୀବି ଦେବରାଜ ବେହେରା,ତି୍ରଲୋଚନା ନାୟକ,ଅଙ୍କୁର ଚଚଣ ନାୟକ ପ୍ରମୁଖ ବହୁ ଯାଦବ ଊପସ୍ଥିତ ଥିଲେ । ଶେଷରେ ଜିଲ୍ଳା ଯୁବ ସଭାପତି ପ୍ରକାଶ କୁମାର ଦାସ ଧନ୍ୟବାଦ ଦେଇଥିଲେ ।
ଯାଦବ ମହାସଭା ଯାଜପୁର ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ
|
November 19, 2018 |



