ଜେନାପୁର, ୩ ।୮ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ): ପବିତ୍ର ରକ୍ଷା ବନ୍ଧନ ଅବସରରେ ଆଜି ଜେନାପୁର ଥାନା ଅନ୍ତର୍ଗତ ରାଁପୁର କଇଥା ରାଧାକୃଷ୍ଣ ମନ୍ଦୀର ପରିଷରରେ ଜିଲା ଯାଦବ ମହାସଙ୍ଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ଉସôବରେ ଜେନାପୁର ଥାନାଧିକାରୀ ସୁଶାନ୍ତ କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମଣିଷ ପ୍ରାକୃତିକ ପରିବେଶ ମଧ୍ୟରେ ବ‚ôବାକୁ ହେଲେ ପରିବେଶକୁ ବିଶେଷ କରି ବୃକ୍ଷକୁ ନିଜର ଭାଇ ଭାବରେ ଗ୍ରହଣ କରି ଆଜିର ଦିନରେ ରାକ୍ଷୀ ଟିଏ ବାନ୍ଧିବାକୁ ପଡିବ ବୋଲି କହିଥିଲେ । ପରିବେଶ ସନ୍ତୁଳନ ରକ୍ଷା ଦିଗରେ ପଦକ୍ଷେପ ସ୍ୱରୁପ ମଣିଷକୁ ପ୍ରତ୍ୟେକ ଦିନ ଗଛ ଟିଏ ଲଗାଇବାର ଆବଶ୍ୟକତା ରହିଥିବା ମତ ବ୍ୟକ୍ତ କରିଥିଲେ । ସଙ୍ଘ ପରାମର୍ଶଦାତା ଓକିଲ ପ୍ରେମାନନ୍ଦ ବେହେରା ମଣିଷ ସମାଜକୁ ଦୀର୍ଘସ୍ଥାୟୀ କରିବାରେ ବୃକ୍ଷ ରୋପଣ ଏକମାତ୍ର ବକଳ୍ପ ବୋଲି କହିବା ସହିତ ସଙ୍ଘର ଆଜିର କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ସଭାପତି ଆଲେକଜାଣ୍ଡର ଦାସ, ଅରୁଣ ଖିଲାର, ଶରତ ଚନ୍ଦ୍ର ଦାସ, କାହ୍ନୁଚରଣ ଦାସ, ତ୍ରୀଜଙ୍ଗା ସରପଞ୍ଚ ଭରତଚନ୍ଦ୍ର ଦାସ, ରାଁପୁର କଇଥା ଯାଦବ ସଙ୍ଘ ସଭାପତି ରଘୁନାଥ ବେହେରା, ଅକ୍ଷୟ ବେହେରା, ସୁଦାମ ଚରଣ ଦାସ, ବାବାଜି ରାଉତ, କୁଶଚନ୍ଦ୍ର ଦାସ, ପଙ୍କଜ ମଲ୍ଲ ପ୍ରମୁଖ କାର୍ଯ୍ୟକ୍ରମରେ ଭାଗନେଇ ବୃକ୍ଷ ରୋପଣ କରିଥିଲେ ।
ଯାଦବ ମହାସଙ୍ଘ ପକ୍ଷରୁ ବୃକ୍ଷ ରୋପଣ
|
August 3, 2020 |
