ଯାଜପୁର,୨୯/୦୨ (ସନ୍ଧାନ ନିୟୁଜ): ଜନ ଗଣନା ଏକ ସାମାଜିକ ଦାୟିତ୍ୱବୋଧ । ଜନଗଣନା ଆଧାରରେ ସାଧାରଣ ଲୋକ ମାନଙ୍କ ପାଇଁ ଯୋଜନା ପ୍ରସ୍ତୁତ ହେବା ସହ ସେମାନଙ୍କ ଉନ୍ନତି ପାଇଁ ସରକାର ବିବିଧ କାର୍ଯ୍ୟକ୍ରମ କରିଥାନ୍ତି ବୋଲି ଭାରପ୍ରାପ୍ତ ଜିଲ୍ଳ୍ାପାଳ ତଥା ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ ମତ ବ୍ୟକ୍ତ କରିଚ୍ଥନ୍ତି । ଶନିବାର ପୂର୍ବାହ୍ନରେ ଜିଲ୍ଳ୍ା ପ୍ରଶାସନ ପକ୍ଷରୁ ଜିଲ୍ଳ୍ା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଅନୁଷ୍ଠିତ ୨ ଦିନିଆ ଜନ ଗଣନା ପ୍ରଶିକ୍ଷଣର ଊଦ୍ୟାପପନୀ କାର୍ଯ୍ୟକ୍ରମରେ ଶ୍ରୀ ନାୟକ ଅଧ୍ୟକ୍ଷତା କରି ଉପଯୁକ୍ତ ପ୍ରଶିକ୍ଷଣ ହିଁ ଏକ ସଠିକ ଓ ନିର୍ଭୁଲ ଜନ ଗଣନାରେ ସହାୟକ ହୋଇପାରିବ ବୋଲି କହିଥିଲେ । ପ୍ରତି ୧୦ ବର୍ଷରେ ଯେ ହେତୁ ଏହି ଗଣନା କରାଯାଊଚ୍ଥି ଏଥିପ୍ରତି ଅଧିକ ସତର୍କ ହେବାକୁ ସେ କହିଥିଲେ । ଏହି ଗଣନା ଦୁଇ ପର୍ଯ୍ୟାୟ ଅର୍ଥାତ୍ ଗୃହ ଓ ଲୋକ ମାନଙ୍କୁ ଗଣନା କରାଯାଉଚ୍ଥି । ତେଣୁ ଏହାକୁ ସହଜରେ ଜଣେ ବୁଝିବା ସମ୍ଭବ ନ ହୋଇପାରେ । ସେଥିପାଇଁ ବିଷୟ ବିଷାରଦମାନେ ଉପଯୁକ୍ତ ଭାବେ ତାଲିମ ପ୍ରଦାନ କରୁଚ୍ଥନ୍ତି । ଏହାକୁ ନିଷ୍ଠାର ସହ ଗ୍ରହଣ କରି, ଯଦି ବୁଝିବାରେ କୈାଣସି ସମସ୍ୟା ରହୁଚି୍ଥ ତେବେ ପ୍ରଶ୍ନ ମାଧ୍ୟମରେ ତାହାର ସମାଧାନ କରି ଉପଯୁକ୍ତ ପ୍ରଶିକ୍ଷଣ ନେବାକୁ ଶ୍ରୀ ନାୟକ ଆହ୍ୱାନ ଦେଇଥିଲେ । ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି ଜନ ଗଣନାକୁ ତୃଟିଶୂନ୍ୟ ଭାବେ ପରିଚାଳନା ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ କିନ୍ତୁ ତାଲିମଧାରୀ ମାନେ ଉପଯୁକ୍ତ ତାଲିମ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ନିଜ ଦାୟିତ୍ୱକୁ ଠିକ୍ ବୁଝି କାର୍ଯ୍ୟକାରୀ କରିଲେ ଆମେ ସପଂଳ ହେବା ବୋଲି ଶ୍ରୀ ମହାନ୍ତି କହିଥିଲେ । ବିଷୟ ବିଷାରଦ ଭାବେ ଉପେନ୍ଦ୍ର କୁମାର ନାୟକ, ଜଗଦୀଶ ମୁଖାର୍ଜୀ, ରାଜେନ୍ଦ୍ର କୁମାର ସାହୁ ବିଷଦ ଭାବେ ଜନ ଗଣନାର ଆବଶ୍ୟକତା, ଗଣନା ପ୍ରକ୍ରିୟା, ଚାର୍ଜ ଅପିଂସର, ଏନୁମେରେଟର, ସୁପରଭାଇଜର ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କର ଦାୟିତ୍ୱ, ସମୟସୀମା, ଆବଶ୍ୟକୀୟ ପଂର୍ମ ପୂରଣ, ସାଧାରଣ ଲୋକ ମାନଙ୍କର ଦାୟିତ୍ୱ, ସେମାନଙ୍କ ପ୍ରତି ବ୍ୟବହାର, ସାମ୍ଭାବ୍ୟ ପ୍ରଶ୍ନୋତ୍ତର ଇତ୍ୟାଦିକୁ ବର୍ଣ୍ଣନା କରିଥିଲେ । ଯେ ହେତୁ ଏହି ଗଣନାରେ ଜନସାଧାରଣଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଓ ସେମାନଙ୍କ ଠାରୁ ବିବିଧ ତଥ୍ୟ ହାସଲ କରାଯିବ, ସେଥିପାଇଁ ସେମାନଙ୍କ ସହ ଗଣନାକାରୀ ମାନେ ସମ୍ମାନର ସହ ବ୍ୟବହାର ପ୍ରଦର୍ଶନ କରିବା, ନିଜ ବ୍ୟବହାରକୁ ମାର୍ଜିତ ଓ ଧର୍ଯ୍ୟର ସହ କାର୍ଯ୍ୟ ପରିଚାଳନା କରିବାକୁ ବିଷୟ ବିଶାରଦ ମାନେ ଅନୁରୋଧ କରିଥିଲେ । ସେହିପରି ପ୍ରତି ଜନଗଣନା ପରି ଏହା ମାନୁଆଲ ହେବା ସହ ନୂତନ ଭାବେ ମୋବାଇଲ ମାଧ୍ୟମରେ ଡାଟା ସଂଗ୍ରହର ବ୍ୟବସ୍ଥା କରାଯାଇଥିବାରୁ ଦାୟିତ୍ୱରେ ଥିବା ଅଧିକାରୀ ମାନେ ସବୁ ବିଷୟକୁ ପ୍ରାଞ୍ଜଳ ଭାବେ ଅବଗତ ହେବାକୁ ସେମାନେ ଅନୁରୋଧ କରିଥିଲେ । ପ୍ରାରମ୍ଭରେ ସହକାରୀ ଜିଲ୍ଳ୍ାପାଳ ତିଳୋତ୍ତମା ପୃଷ୍ଟି ସମସ୍ତଙ୍କୁ ସ୍ୱାଗତ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ୨ ଦିନିଆ କର୍ମଶାଳାରେ ମାଷ୍ଟର ଟ୍ରେନର, ଚାର୍ଜ ଅପିଂସର, ଅତିରିକ୍ତ ଚାର୍ଜ ଅପିଂସର ଅର୍ଥାତ ତହସିଲଦାର, ବି.ଡି.ଓ., ପୈାର ନିର୍ବାହୀ ଅଧିକାରୀ, ଅତିରିକ୍ତ ତହସିଲଦାର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ଯାଜପୁର: ୨ଦିନିଆ ଜନ ଗଣନା ପ୍ରଶିକ୍ଷଣ ଉଦ୍ୟାପିତ
|
February 29, 2020 |



