ଯାଜପୁର ଶିକ୍ଷକ ସମାଜ ପାଇଁ ଗର୍ବ ଆଣିଲେ ଯଦୁନାଥ; ଶିକ୍ଷାଦାନ ପାଇଁ ଜାତୀୟସ୍ତରରେ ହେବେ ସମ୍ନାନିତ

Spread the love

ରସୁଲପୁର ୧୫/୦୯ (ସନ୍ଧାନ ନିୟୁଜ/ନାରାୟଣ ରଥ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅର୍ନ୍ତଗତ ପଂଚାୟତ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଯଦୁନାଥ ତ୍ରିପାଠୀ ଜାତୀୟ ସ୍ତରରେ ଶିକ୍ଷାଦାନ କ୍ଷେତ୍ରରେ ପ୍ରତିନିଧିତ୍ୱ ପାଇଁ ଏବଂ ଶିକ୍ଷାଦାନ ପ୍ରତି ଅନୁପ୍ରାଣିତ ହେବା ନିମନ୍ତେ ଆଇ.ପି. ହବ୍ ଦ୍ୱାରା ପରିଚାଳିତ ଟାଲେଂଟ ଆକ୍ସିଲେଟର ପୋଗ୍ରାମ ଆଇ.ପି. ହବ ସୁପର – ୩୦ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ୧୯୬୦ ମସିହାରେ ଜନ୍ମିତ ଶ୍ରୀଯୁକ୍ତ ତ୍ରିପାଠୀ ଗରିବବନ୍ଧୁ ଇଚ୍ଚ ବିଦ୍ୟାଳୟରୁ ମାଧ୍ୟମିକ,ନରସିଂହ ଚୋଧୁରୀ ମହାବିଦ୍ୟାଳୟରୁ ସ୍ନାତକ ଏବଂ ରାଧାନାଥ ଉଚ୍ଚତର ସଂସ୍ଥାନରୁ ବି.ଏଡ଼୍ ଶେଷ କରିବା ପରେ ଶିକ୍ଷାଦାନ କ୍ଷେତ୍ରରେ ପାଦ ଦେଇଥିଲେ । ପ୍ରଥମେ ସୁକିନ୍ଦା କାଦୁଅବଂନ୍ଧୀ ବିଦ୍ୟାଳୟରେ ଅଳ୍ପ ପାରିଶ୍ରମିକରେ ଶିକ୍ଷାଦାନ କରୁଥିବାବେଳେ ୧୯୮୬ ମସିହାରେ ରସୁଲପୁର ବ୍ଲକର ଲକ୍ଷ୍ମୀନଗର ପଂଚାୟତରେ ନୁତନ ଭାବେ ଗଢିଉଠିଥିବା ପଂଚାୟତ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ କରିବାର ସୂଯୋଗ ଲାଭ କରନ୍ତି । ସଂଯୋଗବଶତ ଆଜିଯାଏ ଉକ୍ତ ବିଦ୍ୟାଳୟରେ ଶିକ୍ଷାଦାନ କରିବାର ସୋଭାଗ୍ୟ ଲାଭ କରିବା ସହିତ ନିଜ ହାତରେ ଅନେକ ଇଂଜିନିୟର,ଡ଼ାକ୍ତର,ଓକିଲ,ସମାଜସେବୀ ତିଆରି କରିଛନ୍ତି । ଆସନ୍ତା ମାସରେ ଜାତୀୟ ରାଜଧାନୀରେ ଏକ ସ୍ୱତଂତ୍ର ଉତ୍ସବରେ ତାଙ୍କୁ ସମ୍ନାନୀତ କରାଯିବ ବୋଲି ଆୟୋଜକମଣ୍ଡଳୀ ଜଣାଉଛନ୍ତି । ସର୍ବଭାରତୀୟ ସ୍ତରରେ ଶିକ୍ଷାଦାନ ପାଇଁ ଅନୁପ୍ରେରିତ ଶିକ୍ଷକମାନଙ୍କୁ ସମ୍ନାନୀତ କରିବା ପାଇଁ ଆଇ.ପି. ହବ ସୁପର – ୩୦ ଟାଲେଂଟ ଆକ୍ସିଲେଟର ପୋଗ୍ରାମ ମାଧ୍ୟମରେ କରୁଥିବା ଏପରି ଏକ ପରିକଳ୍ପନାକୁ ସାଧୁବାଦ ଜଣାଇବା ସହିତ ଏହାର ଦୀର୍ଘାୟୁ କାମନା କରିଛନ୍ତି ଶ୍ରୀଯୁକ୍ତ ତ୍ରିପାଠୀ । ସାରା ଓଡ଼ିଶା ତଥା ଯାଜପୁର ଜିଲ୍ଲାରୁ ଏକମାତ୍ର ଶିକ୍ଷକଭାବେ ଏଭଳି ଜାତୀୟସ୍ତରୀୟ ସମ୍ନାନ ପାଉଥିବାରୁ ଶ୍ରୀଯୁକ୍ତ ତ୍ରିପାଠୀଙ୍କ ନିକଟକୁ ବହୁ ପୁରାତନ ଛାତ୍ରଛାତ୍ରୀ,ସହକର୍ମୀ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନ ତରଫରୁ ଶୁଭେଛାର ସୁଅ ଛୁଟିଚାଲିଛି ।

Related Posts

About The Author

Add Comment