ଯାଜପୁର ସଦର, ୩୦ା୦୭: ଯାଜପୁରର ଯୁବ ଆଇନିଜୀବି ରାଜିବ କୁମାର ମହାନ୍ତି ରାଜ୍ୟ ବାରକାଉନସିଲଲ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ଦ୍ୱିତୀୟ ରାଉଣ୍ଡରେ ମ୍ୟାଜିକ ୧୫୦ ଖଣ୍ଡ ଭୋଟ ପାଇ ବିଜୟ ଟିକା ପିନ୍ଧିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ୪୦ ବର୍ଷ ବୈବଧାନ ପରେ ରାଜ୍ୟ ବାରକାଉନସିଲର ନିର୍ବାଚିତ ହୋଇ ଶ୍ରୀ ମହାନ୍ତି ବିଜୟ ଟିକା ପିନ୍ଧିଥିବା ବେଳେ, ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରୀ ମହାନ୍ତୀଙ୍କ ନିକଟକୁ ଶୁଭେତ୍ସାରେ ବାର୍ତ୍ତା ସୁଅ ଛୁଟିବାରେ ଲାଗିଚି । ଚଳିତା ବର୍ଷ ଅନୁଷ୍ଟିତ ହୋଇଥିବା ଏହି ନିର୍ବାଚନରେ ସାରା ରାଜ୍ୟରେ ମୋଟ ୯୬ ଜଣ ଆଇନି ଜୀବି ବାର କାଉନସିଲ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ, ଏଥିରେ ରାଜ୍ୟରୁ ୧୭ ହଜାର ୨ଶହ ୮୯ ଆଇନି ଜୀବି ସେମାନେ ତାଙ୍କର ମତଦାନ ସାବ୍ୟସ୍ତ କରିଥିଲେ । ଯାହାକି ଯାଜପୁର ଯୁବ ଆଇନି ଜୀବି ଶ୍ରୀ ରାଜିବ କୁମାର ମହାନ୍ତି ପ୍ରଥମ ରାଉଣ୍ଡରେ ୧୦୪ ଖଣ୍ଡ ଭୋଟ ପାଇଥିବା ବେଳେ, ପୁଣି ଦ୍ୱିତୀୟ ରାଉଣ୍ଡ ବେଳକୁ ଦ୍ୱିତୀୟ ପସନ୍ଦ ଭାବେ ୪୪ ଖଣ୍ଡ ଭୋଟ ପାଇ ମ୍ୟାଜିକ ନଂ ୧୦୫୦ ଖଣ୍ଡ ଛୁଇଁବା ପରେ ରାଜ୍ୟର ଦୁଇ ନମ୍ବର ସଭ୍ୟ ନିର୍ବାଚିତ ହୋଇଛନ୍ତି । ରାଜ୍ୟ ସଭା ନିର୍ବାଚନ ଶୈଳୀରେ ଗଣାଯାଇ ଏହି ଭୋଟ ରାଜ୍ୟର ସମସ୍ତ ଆଇନିଜୀବିଙ୍କ ଶ୍ରଦ୍ଧା ଏବଂ ଭଲପାଇବାକୁ ନେଇ ସମସ୍ଥଙ୍କ ଆଶ୍ରୀର୍ବାଦ ରହିଥିବା ବେଳେ, ମା ବିରଜା ଏବଂ ଜଗନ୍ନାଥଙ୍କ କୃପାରୁ ଶ୍ରୀ ମହାନ୍ତି ବିପୁଳ ବିଜୟ ସମ୍ଭବ ହେଲା ବୋଲି ମାଙ୍କର ଆଶ୍ରୀର୍ବାଦ ରହିଚି । ଏହା ଆମ ଯାଜପୁର ଜିଲ୍ଲାର ଗର୍ବ ଏବଂ ଗୌରବ ଆଣିଦେଇଥିବା ଯୁବ ଆଇନି ଜୀବି ଶ୍ରୀ ରାଜିବ ମହାନ୍ତିଙ୍କୁ ବିଭିନ୍ନ ସାମ୍ବାଦିକ ସଂଗଠନ ପକ୍ଷରୁ ଶୁଭେତ୍ସାର ସୁଅ ଛୁଟିବାରେ ଲାଗିଚି । ମା ବିରଜା, ପ୍ରଭୂ ଜଗନ୍ନାଥ ଶ୍ରୀ ମହାନ୍ତିଙ୍କୁ ତାଙ୍କ ଚଲାପଥରେ ପୁଷ୍ପବୃଷ୍ଟି କରନ୍ତୁ ବୋଲି ଏତିକି କାମନା ।
ଯାଜପୁର ଯୁବ ଆଇନିଜୀବି କାଉନସିଲ ନିର୍ବାଚନରେ ବିଜୟ ଟିକା ପିନ୍ଧିଲେ
|
August 1, 2023 |