ଯାଜପୁର, ୧୭/୩ (ସନ୍ଧାନ ନିୟୁଜ/ଜେ ରାଉତ): ରସୁଲପୁର ବ୍ଲକ ଅର୍ନ୍ଗତ କୁଆଖିଆ ବଜାର ସ୍ଥିତ ଅଭିମନୁ୍ୟ ସାମନ୍ତ ସିଂହାର ଭବନ ଠାରେ ଯାଜପୁର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ବୈଠକ କମିଟିର ସଭାପତି ରବିନ୍ଦ୍ର ମଳିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ଗୟାଧର ମଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଅନୁସୂଚିତ ଜାତି/ଜନଜାତିର ଜିଲା ନେତୃତ୍ୱବୃନ୍ଦ ଯୋଗଦେଇ ସଂପ୍ରଦାୟର ସୁରକ୍ଷା ଓ ସ୍ୱାର୍ଥରକ୍ଷା ପାଇଁ ଲଢେଇ ଜାରିି ରହିବ ବୋଲିି ମତ ରଖିଥିଲେ । ଚଳିତ ସାଧାରଣ ନିର୍ବାଚନରେ ସଂପ୍ରଦାୟର ଲୋକଙ୍କ ଭାଗିଦାରୀ ସଂପର୍କରେ ଆଲୋଚନା ହୋଇଥିଲା । ଦଳିତ ଆଦିବାସୀ ଲୋକଙ୍କ ଉପରେ ଦିନକୁ ଦିନ ନିର୍ଯ୍ୟାତନା ବଢିବାରେ ଲାଗିଛି । ସେ ସବୁକୁ ରୋକିବାରେ ଯେ କୌଣସି ସରକାର ବ୍ୟର୍ଥ ହୋଇଛନ୍ତି । ତେବେ ଏହି ସଂପ୍ରଦାୟ ଭୋଟରଙ୍କ ସଂଖ୍ୟା ମୋଟ ଭୋଟରଙ୍କ ୧ ତୃତୀୟାଂଶ । ସେହିମୁତାବକ ସେମାନଙ୍କୁ ନ୍ୟାୟ ମିଳୁ ନାହିଁ । ଏ ଦିଗରେ ମିଳିତ କ୍ରିୟାନୁଷ୍ଠାନ କମିଟି ଆନେ୍ଦାଳନ ଜାରି ରଖିବ । ଜିଲାର ୧୦ଗୋଟି ବ୍ଲକ ୨ଟି ମୁନିସପାଲିଟିର ଜଣେ ଲେଖାଏଁ ନେତାଙ୍କୁ ନେଇ ଏକ କମିଟି ଗଠନ କରାଯାଇଛିି । କମିଟରେ ଶଶିକାନ୍ତ ମଳିକ, ରବି ମଳିକ, ମାଗୁଣି ଜେନା, ଦୁର୍ଯୋଧନ ଗୋଚ୍ଛାୟତ, ମେଘନାଦ ଜେନା, ଦୁର୍ଯୋଧନ ଦଳାଇ, ଦୁଷମନ୍ତ ଜେନା, ହରିହର ଗୋଚ୍ଛାୟତ, ଗୀତା ମହାନ୍ତ, ମନୋଜ ପେରାଇ ପ୍ରମୁଖ ଦଳିିତ ନେତାଙ୍କୁ ସ୍ଥାନ ଦିଆଯାଇଛି । ଉକ୍ତ ନେତାଗଣ ପ୍ରତ୍ୟେକ ବ୍ଲକ ଓ ପୌରପରିଷଦ ପରିସରରେ କାର୍ଯ୍ୟକରିବେ ଏବଂ କ୍ରିୟାନୁଷ୍ଠାନ କମିଟିକୁ ସହଯୋଗ କରିବେ । ଚଳିତ ମାସ ୨୪ ତାରିଖରେ ଜିଲାର ବଡଚଣା ବ୍ଲକରେ ଆଉ ଏକ ବୈଠକ ଅନୁଷ୍ଠିତ ହେବ । ଉକ୍ତ ବୈଠକରେ ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ବାବା ସାହେବ ଆମ୍ବେଦକରଙ୍କ ନୀତି ଆଦର୍ଶକୁ ଆଧାରକରି କାର୍ଯ୍ୟ ଖସଡା ପ୍ରସ୍ତୁତ ହେବ । ସେହି ମୁତାବକ କମିଟି ତାର ଅଭିଯାନ ଆରମ୍ଭ ହେବ ବୋଲି ନାରଣ ମଳିକ, ପିନାକି ମଳିକ, ଅଲେଖ ଦାସ, ମାଧବାନନ୍ଦ ଜେନା, ନଟବର ମଳିକ, ବନ୍ଦନା ଜେନା, ଉର୍ମିଳା ମଳିିକ, ଗୀତାଞ୍ଜଳି ମଳିକ ପ୍ରମୁଖ ମତ ରଖିଥିଲେ । ସଂପାଦକ ମାଗୁଣି ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଜିଲା ବିଭିନ୍ନ ବ୍ଲକ ଓ ମୁନିସି ପାଲିଟିରୁ ଶତାଧିକ ଦଳିତ ନେତା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଯାଜପୁର ମିଳିତ କ୍ରିୟାନୁଷ୍ଠନ କମିଟି ବୈଠକ : ଅନୁସୂଚିତ ଜାତିି-ଜନଜାତି ସଂପ୍ରଦାୟ ସୁରକ୍ଷା ସ୍ୱାର୍ଥରକ୍ଷା ପାଇଁ ଲଢେଇ ଜାରି ରହିବ
|
March 17, 2019 |



