ଯାଜପୁର ମହିଳା ସମିତି ପକ୍ଷରୁ ସଡ଼କ ସୁରକ୍ଷା ଅଭିଯାନ

Spread the love

ଚଣ୍ଡିଖୋଲ, ୨/୧୧ (ସନ୍ଧାନ ନିଉଜ) : ଆଜି ଚଣ୍ଡିଖୋଲ ଛକ ଠାରେ ଯାଜପୁର ମହିଳା ସମିତି ତରଫରୁ ସଡ଼କ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି । ଯାଜପୁର ମହିଳା ସମିତିର ଶତାଧିକ ମହିଳା ଓ ପୁରୁଷ ଏହି ଅଭିଯାନ ରେ ସାମିଲ ହୋଇ ଚଣ୍ଡିଖୋଲ ଛକ ପରିକ୍ରମା କରାଯାଇ ଚଣ୍ଡିଖୋଲ ସ୍ଥିତ ଗୌ୍ତମ ବୁଦ୍ଧଙ୍କ ପ୍ରତିମୃତ୍ତିରେ ମାଲ୍ୟାର୍ପଣ କରି ଗାନ୍ଧି ଛକ ଠାରେ ଏକ ପଥପ୍ରାନ୍ତ ସଭା ଆୟୋଜନ ହୋଇଥିଲା । ଯାଜପୁର ମହିଳା ସମିତି ସଭା ନେତୀ୍ର ଗୀତାଞ୍ଜଳୀ ମଲିକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବଡ଼ଚଣା ମାନ୍ୟବର ବିଧାୟକ ଅମର ପ୍ରସାଦ ଶତପଥି, ସମ୍ମାନୀୟ ମୂଖ୍ୟ ବକ୍ତା ଭାବେ ୃାଟିକଲ ନୋଡାଲ ଅଫିସର ଶ୍ୟାମସୁନ୍ଦର ଦାସ, ଯୋଗ ଦେଇ ଜନସାଧାରଣ ମାନେ ସଡ଼କ ସୁରକ୍ଷା ପ୍ରତି ସଚେତନ ହେଲେ ଦୁର୍ଘଟଣା ହ୍ରାସ ପାଇବା ସହିତ ବହୁ ଧନ ଜୀବନ ସୁରକ୍ଷା ହୋଇପାରିବ । ମୂଖ୍ୟ ବକ୍ତା ଶ୍ରୀ ଦାସ ମହିଳା ମାନେ ଆର୍ଥକ କ୍ଷେତ୍ରରେ ସ୍ୱାବଲମ୍ବି ହେଲେ ଦେଶ ସମାଜ ଓ ପରିବାର ଉନ୍ନତି ହେବା ସହିତ ସରକାରଙ୍କର ବିଭିନ୍ନ ଆର୍ଥି୍କ ପ୍ରୋତ୍ସାହନ ପ୍ରତି ସଚେତନ ହେଲେ ନିଜର ଆର୍ଥିକ ଉନ୍ନତି କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଡ଼ଚଣା ଥାନା ଅଧିକାର ୀ ଦିପକ କୁମାର ଜେନା ଓ ଚଣ୍ଡିଖୋଲ ଫାଣ୍ଡୀ ଅଧିକାରୀ ସୁଶୀଲ କୁମାର ନାୟକ, ଜିଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ଆର ସେଠୀ, କିଷାାର ଶତପଥୀ, ସଂପାଦିକା ଅଞ୍ଜନା ପରିହାରୀ, ସହ ସଂପାଦିକା ରୋସ୍ମାନା ବେଗମ, ସଂଯୋଜକ ଆଲୋକଲତା ପୁଟିଆ, ମଞ୍ଜୁଲତା ବେହେରା, ସାଇନା ପରବିନ, ପ୍ରଭାତି ମଲିକ ପ୍ରମୂଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଯାଜପୁର ମହିଳା ସମିତି ମୁଖ୍ୟ ଉପଦେଷ୍ଟା, ସୀତାର୍ଶୁଂ ଶେଖର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଧର୍ମଶାଳା ବ୍ଲକ ଅନ୍ତର୍ଗତ ଚଉଷଠି ପଡ଼ାର ୪ଟି ଗ୍ରାମକୁ ମଦମୁକ୍ତ ଗ୍ରାମ ତଥା ଆଦର୍ଶ ଗ୍ରାମ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା ।

Related Posts

About The Author

Add Comment