ଯାଜପୁର: ନାତିର ଠେଙ୍ଗାମାଡରେ ଜେଜେ ମୃତ

Spread the love

ଜେନାପୁର, ୧୮/୦୪ (ସନ୍ଧାନ ନିଉଜ) ଜେନାପୁର ଥାନା ଅନ୍ତର୍ଗତ ତାଲଜଙ୍ଗ ପଂଚୟତ ବଳରାମପୁର ତଳଗଡ (ନୁଆସାହି)ଗ୍ରାମରେ ଏକ ଅଭାବନୀୟ ଘଟଣା କ୍ରମରେ ନାତିର ଠେଙ୍ଗା ପାହାରରେ ଜେଜେର ମୃତ୍ୟୁ ହୋଇଛି । ଖବର ନେବାରେ ଜଣାଯାଏ ଏହି ଗ୍ରାମର ପପୁ ମଳିକ ପି-୰ପ୍ରଦୀପ ମଳିକ ପଡିଶା ଘରର ଜନୈକ ଝିଅକୁ ପ୍ରେମ କରିଆସୁଥିଲା । ଏହା ଜାଣିବା ପରେ ଘରର ମୁରବୀ ହିସାବରେ ଜେଜେ ସନାତନ ମଳିକ(୬୫) ଉଭୟଙ୍କ ପ୍ରେମକୁ ବିରୋଧ କରିବା ସହିତ ନାତିକୁ ପଚାରିବାରେ ସେଥିରେ ଉତକ୍ଷୀପ୍ତ ହୋଇ ନାତି ପପୁ ମଳିକ ଓ ଭାଇ ଦୀପୁ ମଳିକ ଉଭୟ ସନାତନକୁ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରିଥିଲେ । ଏହା ଦେଖି ଖୁଡି ତନୁଜା ମଳିକ ଉଭୟଙ୍କୁ ବାଧା ଦେବାକୁ ଆସି ଆଭିଯୁକ୍ତଙ୍କ ଠାରୁ ମାଡ ଖାଇ ଲହୁ ଲୁହାଣ ହେବାପରେ ପପୁର ଠେଙ୍ଗା ପାହାରରେ ଜେଜେ ସନାତନ ଘଟଣା ସ୍ଥଳରେ ହିଁ ଆଖି ବୁଜିଥିଲେ । ଏହା ଦେଖି ଉଭୟେ ପପୁ ଓ ଦିପୁ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣା ଯାଇଛି । ଏ ନେଇ ଜେନାପୁର ଥାନରେ ସନାତନର ପୁଅ ଶୁସାନ୍ତ ମଳିକ ଏକ ଲିଖିତ ଅଭିଯୋଗ କଲାପରେ ଜେନାପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଶବ ଉଦ୍ଧାର କରିବା ସହିତ ବ୍ୟବସେôଦ ନିମନ୍ତେ ଦାନଗଦି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଘଟଣାର ଅଧିକ ତଦନ୍ତ ଚଳାଇଥିବା ଥାନାଧିକାରୀ ସୁଶାନ୍ତ କୁମାର ଦାସ ସୁଚନା ଦେଇଛନ୍ତି ।

Related Posts

About The Author

Add Comment