ଯାଜପୁର ସଦର: ୧୦ /୧୨ /୨୫ (ସନ୍ଧନ ନ୍ୟୁଜ ) ଯାଜପୁର ଜିଲ୍ଲାରେ ପୁଣି ପୋଲିସ ପୋଷାକରେ କଳାଦାଗ ଲାଗିଥିବା ଦେଖିବାକୁ ମିଳିଚି । ଜମିଜମା ମାମଲାରେ କୋର୍ଟରେ କେଶ ଚାଲିଥିବା ବେଳେ, ଏନେଇ ଯାଜପୁର ଟାଉନ ଥାନା ଏସଆଇ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଶ୍ରୀ ଦାସଙ୍କୁ ଭିଜିଲାନ୍ସ ଟିମ ମାଡ଼ିବା ଘଟଣା ଏହି ଜିଲ୍ଲାରେ ଚହଳ ପକାଇଚି । ଘଟଣାରୁ ପ୍ରକାଶ ଯେ, ଯାଜପୁର ଟାଉନ ଥାନା ଏସଆ ନନ୍ଦ କିଶୋର ଦାସ ଜମି ଜମା ବିବାଦ ରହିଥିବା ବେଳେ ଏହାକୁ ଫଇସଲା କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ବେଳେ, ପକ୍ଷ ୫ହଜାର ଟଙ୍କା ସଂଧ୍ୟାରେ ଦେଉଥିବା ସମୟରେ ଯାଜପୁର ଭିଜିଲାନ୍ସ ହାତରେ ଧରାପଡ଼ି ହଟହଟା ହେଉଥିବା ଦେଖିବାକୁ ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, ୫ହଜାର ଟଙ୍କା ଲାଞ୍ଚ ନେଉଥିବା ଟଙ୍କାକୁ ଜବତ କରିବା ସହିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ପଚରା ଉଚରା କରୁଚି । ଯାଜପୁର ବଡ଼ ବଜାର ଅଞ୍ଚଳର ଦୋଳଗୋବିନ୍ଦ ସାହୁ ଭାଇ ରସାନନ୍ଦ ସାହୁଙ୍କ ମଧ୍ୟରେ ଜମି ବାଡ଼ିକୁ ନେଇ ୨୦୧୫ ରେ ବିବାଦ ଦେଖାଦେଇଥିବା ବେଳେ, ଏହା ଉଚ୍ଚ ନ୍ୟାୟଳୟକୁ ଯାଇଥିବାରୁ ଉଚ୍ଚ ନ୍ୟାୟଳୟରେ ୧୦ ବର୍ଷ ଧରି ମାମଲା ଚାଲିଥିବା ବେଳେ, ଏହା ସାନଭାଇ ଦୋଳଗୋବିନ୍ଦ ସାହୁଙ୍କ ସପକ୍ଷରେ କୋର୍ଟ ରାୟ ପ୍ରକାଶ ପାଇଥିଲା । ଏନେଇ ଦୋଳଗୋବିନ୍ଦ ସିମା ନିର୍ଦ୍ଧାରଣ କରାଯିବାପାଇଁ ଉପ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ । ଏନେଇ ବଡ଼ ଭାଇ ରସାନନ୍ଦ ସାହୁ ପୁଣି ଉଚ୍ଚ ନ୍ୟାୟଳୟରେ ପୁନ୍ନ ବିଚାର କରାଯିବା ପାଇଁ ଆବେଦନ କରିଥିଲେ । ଉଚ୍ଚ ନ୍ୟାୟଳୟ ଯାଜପୁର ତହସିଲଦାରଙ୍କୁ ସିମାନିର୍ଦ୍ଧାରଣ କରାଯିବାପାଇଁ ନିର୍ଦ୍ଦେଷ ଦେଇଥିଲେ । ତହସିଲଦାର ସିମା ନିର୍ଦ୍ଧାରଣ କରିବା ସମୟରେ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଯାହା ଫଳରେ ସିମା ନିର୍ଦ୍ଧାରଣ ସ୍ଥଗିତ କରାଯାଇଥିଲା । ଏନେଇ ଯାଜପୁର ଟାଉନ ଥାନାରେ କେସ ନଂ ୫୨୩/୨୫ ରେ ଏକ ମାମଲା ରୁଜୁ ହୋଇଥିଲା । ତଦନ୍ତ ଦାୟିତ୍ୱ ଥାନା ଏସଆଇ ନନ୍ଦକିଶୋର ଦାସ ନେଇଥିବା ବେଳେ, ଦୋଳଗୋବିନ୍ଦଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଦୋଳଗୋବିନ୍ଦ ଭିଜିଲାନ୍ସର ଦ୍ୱାରସ୍ତ ହୋଇଥିଲେ । ଭିଜିଲାନ୍ସ ପକ୍ଷରୁ ଶ୍ରୀ ଦାସଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ । ଦୋଳଗୋବିନ୍ଦ ସାହୁ ୫ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ, ଭିଜିଲାନ୍ସ ବିଭଗ ଶ୍ରୀ ଦାସଙ୍କୁ ଟଙ୍କା ସହିତ ମାଡ଼ି ବସିଥିଲେ । ଏହି ଚଢ଼ାଉ ବେଳେ, ଭିଜିଲାନ୍ସ ଡିଏସପି ସୁସିଲ ଏକ୍ରା, ଡିଏସପି ସୁଲଚନା ନାୟକ, ଇନିସ୍ପେକ୍ଟର ବିଜୟ ସେଠୀ, ଇନ୍ସପେକ୍ଟର ସରୋଜ ସେଟୀ, ଶୀକାନ୍ତ ନାୟକ, ଏସଆଇ ସୁାବଶିଷ ବେହେରା, ବିଶ୍ୱଜିତ ଦାସ, ଏହି ଚଢ଼ାଉରେ କଟକ କେନ୍ଦ୍ରାପଡ଼ା, ଯାଜପୁର ଭିଜିଲାନ୍ସ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀ ମାନେ ସାମିଲ ହୋଇଥିଲେ । ଏକା ସାଙ୍ଗରେ ୩ଟି ସ୍ଥାନରେ ଚଢ଼ାଉ କରାଯାଇ ଏନେଇ ଭିଜିଲାନ୍ସ ପକ୍ଷରୁ କେସ ନଂ ୩୪/୨୫ ରେ କେସ ରୁଜୁ କରାଯାଇଚି ।
ଯାଜପୁର ଟାଉନ ଥାନା ଏସଆଇ ଭିଜିଲାନ୍ସ ହାତରେ ଧରା ପଡିଲେ
|
December 10, 2025 |


