ଯାଜପୁର, ୨୮/୧୦/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜେଲର ଅନ୍ତେବାସୀ ମାନଙ୍କ ପାଇଁ ଏକ ପାଠାଗାର ଗୁରୁବାର ପୂର୍ବାହ୍ନରେ ଜେଲ ପରିସରରେ ଉଦ୍ଘାଟିତ ହୋଇଯାଇଚ୍ଥି । ଯାଜପୁର ରୋଟାରୀ କ୍ଳବ ପକ୍ଷରୁ ଏହି ପାଠାଗାରର ବ୍ୟବସ୍ଥା କରାଯାଇଚ୍ଥି । ଏହାକୁ ଉଦ୍ଘାଟନ କରି ଅତିରିକ୍ତ ଜିଲ୍ଳ୍ାପାଳ(ପ୍ରଶାସନ) ମିହିର ପ୍ରସାଦ ମହାନ୍ତି ଜେଲ ସଂସ୍କାରର ଏହା ଏକ ଅଂଶ ବିଶେଷ ବୋଲି କହିଥିଲେ । ଅନ୍ତେବାସୀ ମାନେ ନିଜ ଇଚ୍ଚ୍ଥା ଓ ଆଗ୍ରହ ଅନୁସାରେ ଉପଯୁକ୍ତ ପୁସ୍ତକ ଚୟନ କରି ପଢି ପାରିବେ । ଏହି ପାଠାଗାରରେ ଆଧ୍ୟାତ୍ମିକ, ଧର୍ମ, ଚରିତ୍ର ଗଠନ, ମହାପୁରୁଷଙ୍କ ଜୀବନୀ, କବିତା, ଗଳ୍ପ, ଉପନ୍ୟାସ ଇତ୍ୟାଦି ପୁସ୍ତକ ରହିଥିବାରୁ ଅନ୍ତେବାସୀ ମାନେ ନିଶ୍ଚିତ ଉପକୃତ ହେବେ ବୋଲି ଶ୍ରୀ ମହାନ୍ତି ମତ ବ୍ୟକ୍ତ କରିଥିଲେ । ଉପଜିଲ୍ଳ୍ାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର ଶିକ୍ଷା ମଣିଷକୁ ସଂସ୍କାରିତ କରେ ଓ ପୁସ୍ତକ ଏକ ଶ୍ରେଷ୍ଠ ବନ୍ଧୁ ହୋଇଥିବାରୁ ଏହି ପାଠାଗାର ଅନ୍ତେବାସୀ ମାନଙ୍କୁ ଏକ ଉନ୍ନତ ଚରିତ୍ର ଗଠନ ପାଇଁ ପ୍ରେରଣା ଦେବ ବୋଲି ଆଶା ବ୍ୟକ୍ତ କରିଥିଲେ । ଜେଲ୍ର ଅଧିକ୍ଷକ ପ୍ରଶାନ୍ତ କୁମାର ସାହୁ ଅନ୍ତେବାସୀ ମାନଙ୍କ ଅବସର ସମୟ ପାଇଁ ଏହା ଏକ ସୁନ୍ଦର ଅଭିପ୍ରାୟ ଓ ଏଥିପାଇଁ ରୋଟାରୀ କ୍ଳବକୁ ଧନ୍ୟବାଦ ଅର୍ପଣ କରିଥିଲେ । ରୋଟାରୀ କ୍ଳ୍ବର ସଭାପତି ପ୍ରବୋଧ କୁମାର ନାୟକ, ସଂପାଦକ ପ୍ରଦୀପ କୁମାର କର, ରୋଟାରିଆନ ଡା. କ୍ଷୀରୋଦ ଚନ୍ଦ୍ର ମହାନ୍ତି, ଡା. ରାଜ କିଶୋର ପଣ୍ଡା, ବିବେକାନନ୍ଦ ବିଶ୍ୱାଳ, ସୁବାଷ ଚନ୍ଦ୍ର ମହାପାତ୍ର, ସୁକାନ୍ତ କୁମାର ପଣ୍ଡା, ନିତ୍ୟାନନ୍ଦ ମିଶ୍ର, ପ୍ରସନ୍ନ କୁମାର ବିଶ୍ୱାଳ, ଡା. ପରମାନନ୍ଦ ଦାସ, ମାନଓ ରଂଜନ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ରୋଟାରୀ କ୍ଳବ ସବୁବେଳେ ମହତ ଓ ସେବା ମୂଳକ କାର୍ଯ୍ୟ ପାଇଁ ଉଦ୍ୟମରତ ବୋଲି କହିଥିଲେ । ଜେଲ୍ର ଅନ୍ତେବାସୀ ମାନଙ୍କୁ ଏହି ପାଠାଗାର ଶିକ୍ଷା, ସଂସ୍କାର, ଚରିତ୍ର ଗଠନ ସହ ଏକ ନୂତନ ଆରମ୍ଭ ପାଇଁ ସହଯୋଗ ଦେବ ବୋଲି ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସୂଚନା ଦେଇଥିଲେ ।
ଯାଜପୁର ଜେଲରେ ପାଠାଗାର ଉଦ୍ଘାଟିତ
|
October 29, 2021 |


