ଯାଜପୁର ଜିଲ୍ଳ୍‌ା ସ୍ତରୀୟ ସଦ୍‌ଭାବନା ଦିବସ ପାଳିତ

Spread the love

ଯାଜପୁର, ତା ୧୯ା୮ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଳ୍‌ା ସ୍ତରୀୟ ସଦ୍‌ଭାବନା ଦିବସ ଗୁରୁବାର ପୂର୍ବାହ୍ନରେ ପାଳିତ ହୋଇଯାଇଚ୍ଥି । ଭାରପ୍ରାପ୍ତ ଜିଲ୍ଳ୍‌ାପାଳ ଅକ୍ଷୟ କୁମାର ମଲ୍‌ି୍ଳକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦିବସରେ ରାଷ୍ଟ୍ରୀୟ ଏକତା, ଅଖଣ୍ଡତା, ସଦ୍‌ଭାବନା ପାଇଁ ଶପଥ ପାଠ କରାଯାଇଥିଲା । ଜାତି, ଧର୍ମ, ସମ୍ପ୍ରଦାୟ. ଅଞ୍ଚଳ ଅଥବା ଭାଷାର ଭେଦଭାବ ନ ରଖି ଆମେ ସମସ୍ତେ ଭାରତବାସୀ ଏକ ଓ ଅଭିନ୍ନ ବୋଲି ଶ୍ରୀ ମଲ୍ଲିକ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳ୍‌ା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି, ଅତିରିକ୍ତ ଜିଲ୍ଳ୍‌ାପାଳ ମିହିର ପ୍ରସାଦ ମହାନ୍ତି, ଜିଲ୍ଳ୍‌ା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେଉରିଆ, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ପ୍ରଜ୍ଞା ହୋତା, ଦଶରଥପୁର ବି.ଡି.ଓ., ନାରାୟଣ ଚନ୍ଦ୍ର ନାୟକ, ଯାଜପୁର ବି.ଡି.ଓ., ସୈାରଭ ଚକ୍ରବର୍ତ୍ତୀ, ବିଂଝାରପୁର ବି.ଡି.ଓ., ମିନତୀ ଜଗଦେବ, ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଶପଥ ପାଠ କରିଥିଲେ । ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସଦ୍‌ଭାବନା ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିବା ସହ ଶପଥ ପାଠ କରାଇଥିଲେ । ସୂଚନା ଯୋଗ୍ୟ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ଦିବସ ୨୦ ଅଗଷ୍ଟକୁ ରାଷ୍ଟ୍ରୀୟ ସଦ୍‌ଭାବନା ଦିବସ ଭାବେ ପାଳନ କରାଯାଇଆସୁଚ୍ଥି । ତେବେ ଚଳିତ ବର୍ଷ ୨୦ ଅଗଷ୍ଟ ମହରମ୍ ପାଇଁ ଚ୍ଥୁଟି ଥିବାରୁ ସରକାରଙ୍କ ନିର୍ଦ୍ଦେଶ କ୍ର୍ରମେ ଅଗଷ୍ଟ ୧୯ ତାରିଖରେ ଏହା ପାଳିତ ହୋଇଥିଲା ।

Related Posts

About The Author

Add Comment