ଯାଜପୁର ଜିଲ୍ଳ୍‌ାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଶେଷ

Spread the love

ଯାଜପୁର, ୦୬/୦୧/୨୦୧୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଳ୍‌ାର ଭୋଟର ତାଲିକା ସଂଶୋଧନ-୨୦୨୨ କାର୍ଯ୍ୟକ୍ରମ ଶେଷ ହୋଇଚ୍ଥି । ଏହାର ଏକ ପୂର୍ଣ୍ଣାଙ୍ଗ ଓ ଚୁଡାନ୍ତ ତାଲିକା ବୁଧବାର ପ୍ରକାଶ ପାଇଚ୍ଥି । ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶରେ ଏହି ତାଲିକା ଗତ ୩ ମାସ ଧରି ପ୍ରସ୍ତୁତି ଚାଲିଥିଲା । ଜିଲ୍ଳ୍‌ାର ୪ ଗୋଟି ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଜିଲ୍ଳ୍‌ାପାଳଙ୍କ ଦ୍ୱାରା ଏହି ତାଲିକା ପ୍ରକାଶ ପାଇଚ୍ଥି । ଚୁଡାନ୍ତ ତାଲିକା ଅନୁସାରେ ଜିଲ୍ଳ୍‌ାରେ ମୋଟ ୧୫,୧୦,୭୧୦ ଜଣ ଭୋଟର ରହିଚ୍ଥନ୍ତି । ଜିଲ୍ଳ୍‌ାର ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା- ବିଂଝାରପୁର, ବରୀ, ବଡଚଣା, ଧର୍ମଶାଳା, ଯାଜପୁର, କୋରାଇ ଓ ସୁକିନ୍ଦାରେ ମୋଟ ୪୨,୮୬୯ ଜଣ ନୂଆ ଭୋଟର ଏହି ତାଲିକାରେ ନୂତନ ଭାବେ ଯୋଡି ହୋଇଚ୍ଥନ୍ତି । ଏହି କାର୍ଯ୍ୟକ୍ରମରେ ଇଲେକ୍ଟୋରାଲ ରୋଲ ଅବଜରଭର ଭାବେ ଆର.ଡି.ସି. ଅପିଂସର ଆଡିସିନାଲ ସେକ୍ରେଟାରୀ ବିବେକା ନନ୍ଦ ସାହୁ, ଅତିରିକ୍ତ ଜିଲ୍ଳାପାଳ(ପ୍ରଶାସନ) ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଳ୍‌ାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର, ଡେପୁଟୀ କଲେକ୍ଟର ପ୍ରଜ୍ଞା ହୋତା ପ୍ରମୁଖ ଯୋଗ ଦେଇଥିଲେ । ଊକ୍ତ କାର୍ଯ୍ୟକ୍ରମରେ ବି.ଜେ.ଡି. ପ୍ରତିନିଧି ଭାବେ ରମଣୀ ରଂଜନ ରାଊତ, କଂଗ୍ରେସ ପ୍ରତିନିଧି ଭାବେ ରବି ନାରାୟଣ ରଣା, ବି.ଜେ.ପି. ପ୍ରତିନିଧି ଭାବେ ସୁଦିପ୍ତ କୁମାର ପଣ୍ଡା ଏବଂ ବି.ଏସ୍‌.ପି. ପ୍ରତିନିଧି ଭାବେ କହ୍ନେଇ ଚରଣ ସାହୁ ଯୋଗ ଦେଇଥିଲେ ।

Related Posts

About The Author

Add Comment