ଯାଜପୁର, ୨୯/୦୯/୨୦ (ସନ୍ଧାନ ନିଉଜ) : ଭାରତ ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଏକ ଆଇନ ପ୍ରଣୟନ ମାଧ୍ୟମରେ ୨୦୨୦-୨୧ ବାର୍ଷିକ ଯୋଜନା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକ ମାନଙ୍କ ପାରିଶ୍ରମିକ ବୃଦ୍ଧି କରିଚ୍ଥନ୍ତି । ଏହି ଆଇନ ଅନୁସାରେ ଯେଉଁମାନେ ଜାତୀୟ ଗ୍ରାମୀଣ ନିଶ୍ଚିତ ସ୍ୱ ରୋଜଗାର ମାଧ୍ୟମରେ ନିଜର ଜୀବିକା ଉପାର୍ଜନ କରିବାକୁ ଯାଜପୁର ଜିଲ୍ଳ୍ାର ଅଧିବାସୀ ଚାହୁଁଚ୍ଥନ୍ତି ଓ ଯେଉଁମାନେ କୋଭିଡ୍-୧୯ ଦ୍ୱାରା ସମାଜରେ ଆର୍ଥିକ ଦୁର୍ବଳ ଶ୍ରେଣୀରେ ଗତି କରୁଚ୍ଥନ୍ତି, ଓଡିଶା ସରକାର ସେହି ଅଣକୁଶଳୀ ଶ୍ରମିକ ମାନଙ୍କର ମଜୁରୀ ନିର୍ଦ୍ଧାରଣ କରି ଦୈନିକ ଟ. ୨୯୮/- ପ୍ରତିଦିନ ପ୍ରତ୍ୟେକ ଶ୍ରମିକଙ୍କୁ ଯାଜପୁର ଜିଲ୍ଳ୍ାରେ ଦେବାପାଇଁ ନିଦେ୍ର୍ଦଶ ଦେଇଚ୍ଥନ୍ତି । ଯେଊଁ ଅଣଳୁଶଳୀ ଶ୍ରମଜିବୀ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଜୀବିକା ଅର୍ଜନ କରିବାକୁ ଚାହୁଚ୍ଥନ୍ତି, ଜିଲ୍ଳ୍ାରେ ସେମାନେ ୨୦୭/- ଟଙ୍କା ବଦଳରେ ୨୯୮/- ଟଙ୍କା ମଜୁରୀ ପାଇବେ । ଏହି ଅଧିକ ୯୧ ଟଙ୍କା ଜିଲ୍ଳ୍ା ମିନେରାଲ ପାଂଉଣ୍ଡେସନ ଟ୍ରଷ୍ଟ ବା (ଡି.ଏମ୍.ଏପଂ.) ତରପଂରୁ ଭରଣା କରାଯିବ । ତେଣୁ ଆଗ୍ରହୀ ଅଣଳୁଶଳୀ ଶ୍ରମିକ ମାନଙ୍କୁ ଚିହ୍ନଟ କରାଯିବା ସହ ଏହି ଯୋଜନା ମାଧ୍ୟମରେ ଜୀବିକାର ନିରାପତ୍ତା ଯୋଗାଇ ଦିଆଯିବ । ଏହି ଯୋଜନା ମାଧ୍ୟମରେ ପ୍ରବାସୀ ପରିବାରଙ୍କୁ ପ୍ରତିଦିନ ଶ୍ରମ ଯୋଗାଇ ଦେବାପାଇଁ ପଦକ୍ଷେପ ନିଆଯିବା ସହିତ ପାରିଶ୍ରମିକ ବାବଦକୁ ନିର୍ଦ୍ଧାରିତ ପାରିଶ୍ରମିକ ପ୍ରଦାନ ଏବଂ ଆତ୍ମ ନିର୍ଭରଶୀଳ ବିଶ୍ୱାସନୀୟ ଏବଂ ସଶକ୍ତ କରିବାକୁ ନିଜ ନିଜ ଗ୍ରାମରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରାଯିବ ବୋଲି ଜିଲ୍ଳ୍ା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ ସୂଚନା ଦେଇଚ୍ଥନ୍ତି ।
ଯାଜପୁର ଜିଲ୍ଳ୍ାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକ ମାନଙ୍କର ଦୈନିକ ମଜୁରୀ ବୃଦ୍ଧି ପାଇଲା ।
|
September 29, 2020 |
