ଯାଜପୁର, ୨୮/୦୮/୨୦ (ସନ୍ଧାନ ନିଉଜ) : ଉପରମୁଣ୍ଡରେ ଦୁଇ ଦିନ ପ୍ରବଳ ବର୍ଷା ଯୋଗୁଁ ଯାଜପୁର ଜିଲ୍ଳ୍ାରେ ପ୍ରବାହିତ ନଦୀ ଗୁଡିକରେ ଜଳସ୍ତର ଉଦ୍ଧ୍ୱର୍ ଯୋଗୁ ଜିଲ୍ଳ୍ାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଚ୍ଥି । ଯାହା ପଂଳରେ ତଳିଆ ଅଂଚଳରେ ବସବାସ କରୁଥିବା ଜନସାଧାରଣ ଓ ଗୃହ ପାଳିତ ପଶୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଚ୍ଥନ୍ତି । ଏପରି କି, କେତେକ ସ୍ଥାନ ବାହ୍ୟ ଜଗତରୁ ବିଚ୍ଚ୍ଥିନ୍ନ ହୋଇଯାଇଚ୍ଥି । ଜିଲ୍ଳ୍ାରେ ପ୍ରବାହିତ ନଦୀ ଗୁଡିକ ବିଭିନ୍ନ ସ୍ଥାନରେ ବିପଦ ସଂକେତର ଉଦ୍ଧ୍ୱର୍ରେ ପ୍ରବାହିତ ହେଉଚ୍ଥନ୍ତି । ତଦନୁକ୍ରମେ ଗତ ରାତ୍ର ୩ ଘଟିକା ଠାରୁ ଆଜି ଦିନ ୨ ଘଟିକା ପର୍ଯ୍ୟନ୍ତ ଜଳ ସ୍ତରର ଆକଳନ କରାଯାଇଚ୍ଥି । ତଦନୁସାରେ ଆନନ୍ଦପୁର ଠାରେ ବିପଦ ସଂକେତ ୩୮.୩୬ ମିଟର ଥିବାବେଳେ ଦିନ ୨ ଘଟିକା ସୁଦ୍ଧା ୩୭.୪୬ ମିଟର, ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ମିଟର ଥିବାବେଳେ ଦିନ ୨ ଘଟିକା ସୁଦ୍ଧା ୧୯.୨୯ ମିଟର, ବଲ୍ଲଭୀ ଘାଟ ଠାରେ ବିପଦ ସଂକେତ ୧୩.୩୪ ମିଟର ଥିବାବେଳେ ୧୪.୧୩ ମିଟର, ଦଶରଥପୁର ଠାରେ ବିପଦ ସଂକେତ ୯.୫୨ ମିଟର ଥିବାବେଳେ ୧୧.୮୨ ମିଟର ଜଳ ପ୍ରବାହିତ ହେଉଅଚ୍ଥି । ସେହିପରି ବ୍ରାହ୍ମଣୀ ନଦୀର ଯେନାପୁର ଠାରେ ବିପଦ ସଂକେତ ୬୭ ପୁଂଟ ଥିବାବେଳେ ଦିନ ୨ ଘଟିକା ସୁଦ୍ଧା ୭୧.୯୦ ପୁଂଟ, ଖରସ୍ରୋତା ନଦୀର ବିଂଝାରପୁର ଠାରେ ବିପଦ ସଂକେତ ୧୦.୩୦ ମିଟର ଥିବାବେଳେ ଦିନ ୨ ଘଟିକା ସୁଦ୍ଧା ୧୦.୫୨ ମିଟର, ସିଂହପୁର ଠାରେ ବିପଦ ସଂକେତ ୬.୭୨ ମିଟର ଥିବାବେଳେ ୬.୯୪ ମିଟର ଜଳ ପ୍ରବାହିତ ହେଉଥିବାର ଜିଲ୍ଳ୍ା ଜରୁରୀ ବିଭାଗ ସୂତ୍ରରୁ ପ୍ରକାଶ । ସମୁଦାୟ ଜିଲ୍ଳ୍ାରେ ବିଗତ ବର୍ଷାର ପରିମାଣ ହାରାହାରି ୧.୧୬ ମି.ମି. ହୋଇଥିବାର ଆକଳନ କରାଯାଇଚ୍ଥି ।
ଯାଜପୁର ଜିଲ୍ଳ୍ାରେ ବନ୍ୟା ଯୋଗୁଁ ସମସ୍ତ ନଦୀ ଗୁଡିକ ବିପଦ ସଂକେତ ଉଦ୍ଧ୍ୱର୍ରେ ପ୍ରବାହିତ : ୩ ଲକ୍ଷରୁ ଉଦ୍ଧ୍ୱର୍ ଜନସାଧାରଣ ଓ ୧ ଲକ୍ଷରୁ ଉଦ୍ଧ୍ୱର୍ ଗୋରୁଗାଈ ପ୍ରଭାବିତ ।
|
August 28, 2020 |
![](https://sandhannews.com/wp-content/uploads/2020/08/IMG-20200828-WA0026-1.jpg)