ଯାଜପୁର, ୨୦/୧୨/୨୦୧୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଳ୍ାରେ କଳାକାର ମାନଙ୍କର ଦକ୍ଷତା ଚୟନ କାର୍ଯ୍ୟକ୍ରମ ସୋମବାର ଠାରୁ ଆରମ୍ଭ ହୋଇଚ୍ଥି । ପ୍ରଥମ ଦିନ ବଡଚଣା, ଧର୍ମଶାଳା, ରସୁଲପୁର, ଯାଜପୁର ଓ ବରୀ ବ୍ଳ୍କର କଳାକାର ମାନଙ୍କର ଅଡିସନ ଯୋଗ୍ୟତା ତାଲିକା ଆଧାରରେ ଜିଲ୍ଳ୍ା ସ୍ତରୀୟ ଚୟନ କମିଟି ଦ୍ୱାରା ସଂପୃକ୍ତ ବ୍ଳ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଚ୍ଥି । ୨୧ ତାରିଖ ମଙ୍ଗଳବାର ଦିନ ଦଶରଥପୁର, ବିଂଝାରପୁର, କୋରାଇ , ସୁକିନ୍ଦା, ଦାନଗଦୀ ସହ ବରୀ ବ୍ଳ୍କର ଅବଶିଷ୍ଟ କଳାକାର ମାନଙ୍କର ଅଡିସନ କରାଯିବ । ବରୀ ବ୍ଳ୍କରେ ୭୦୦ ରୁ ଉର୍ଦ୍ଧ୍ୱ କଳାକାର ଅଡିସନ ପାଇଁ ରହିଥିବାରୁ ଏହା ଦୁଇଦିନ ପାଇଁ ଅନୁଷ୍ଠିତ ହେଉଚ୍ଥି । ସୋମବାର ଅତିରିକ୍ତ ଜିଲ୍ଳ୍ାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍ିକ ଯାଜପୁର ଓ ରସୁଲପୁର ବ୍ଳ୍କରେ ଅନୁଷ୍ଠିତ ଅଡିସନ କେନ୍ଦ୍ର ପରିଭ୍ରମଣ କରିବା ସହ ଅଡିସନ ଦେଖିଥିଲେ । କଳାକାର ମାନଙ୍କର ପ୍ରତିଭା ଈଶ୍ୱର ଦତ୍ତ । ତେଣୁ ସେମାନଙ୍କ ପ୍ରତିଭା ଚୟନ ସମୟରେ ମାର୍ଗଦର୍ଶିକା ଆଧାରରେ ବିଚାର ସହ ଯେପରି ଅଣକଳାକାର ମାନଙ୍କୁ ବାଦ ଦିଆଯିବ ସେଥିପ୍ରତି ଗୁରୁତ୍ୱ୍ୱ ଦେବାକୁ ବିଚାରକ ଦାୟିତ୍ୱରେ ଥିବା ସଳାକାର ଓ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । କଳାକାର ମାନେ ମଧ୍ୟ ସେମାନଙ୍କର ଦକ୍ଷତା ମୁତାବକ ପ୍ରଦର୍ଶନ କରି ବିଚାରପତି ମାନଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିଥିଲେ । ଅପର ପକ୍ଷରେ କିଚ୍ଥି କଳାକାର ସେମାନେ ଆବେଦନ କରିଥିଲେ ମଧ୍ୟ ଅଡିସନ ତାଲିକାରେ ସେମାନଙ୍କର ନାମ ନ ଥିବା ସଂପର୍କରେ ଅଭିଯୋଗ କରିଥିଲେ । ଉପସ୍ଥିତ ସଂସ୍କୃତି ଅଧିକାରୀ ଏ ସଂପର୍କରେ ସ୍ପଷ୍ଟ କରିଥିଲେ ଯେ, ଯାଞ୍ଚ ସମୟରେ ବୟସ, ଆୟ, କଳାକାର ପ୍ରମାଣପତ୍ର ଇତ୍ୟାଦିରେ ଅଭାବ, ଅସଂଗତି, ଆବଶ୍ୟକ ଆୟ ଠାରୁ ଅଧିକ କିମ୍ୱା ପୁରୁଣା ଆୟ ପ୍ରମାଣପତ୍ର ପ୍ରଦାନ କରିଥିବାରୁ କେତେକଙ୍କର ନାମ ବାଦ ପଡିଚ୍ଥି । ଏହାର ତାଲିକା ମଧ୍ୟ କାର୍ଯ୍ୟାଳୟରେ ଉପଲବ୍ଧ । ଏହାକୁ ତନଖି କରିବା ପରେ ଅନେକ କଳାକାର ସେମାନଙ୍କ ନାମ ବାଦର ସତ୍ୟତାକୁ ଅନୁଭବ କରିଥିଲେ । ସୂଚନା ଯୋଗ୍ୟ ଯେ, ଏହି ଅଡିସନ ମାଧ୍ୟମରେ ଜିଲ୍ଳ୍ାର ୧୦୧ ଜଣଙ୍କୁ ସର୍ବୋଚ୍ଚ ବୟସ ଆଧାରରେ ଚୟନ କରାଯିବ । ତେବେ ଅନ୍ୟ ଯୋଗ୍ୟ କଳାକାର ମାନଙ୍କର ତାଲିକାକୁ ରାଜ୍ୟ ସଂସ୍କୃତି ବିଭାଗକୁ ପ୍ରେରଣ କରାଯାଇ ଅଧିକ କଳାକାର ମାନଙ୍କୁ ସାମିଲ ପାଇଁ ଅନୁରୋଧ କରାଯିବ । ଯାହା ପଂଳରେ ପରବର୍ତ୍ତୀ ଲକ୍ଷ୍ୟଧାର୍ଯ୍ୟ ସମୟରେ ଆଉ ଆବେଦନ ବା ଅଡିସନ ଦେବାକୁ ପଡିବ ନାହିଁ ବୋଲି ସଂସ୍କୃତି ଅଧିକାରୀ ସୂଚନା ଦେଇଥିଲେ । ଅଡିସନ ପାଇଁ ବଡଚଣାରେ କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, କଳାକାର ବିଚାରପତି ପ୍ରସନ୍ନ କର, ଅଜୟ କୁମାର ଦାସ, ଧର୍ମଶାଳାରେ ସହକାରୀ ଜିଲ୍ଳ୍ା ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ରଥ, କଳାକାର ବିଚାରପତି ମନୋରଂଜନ ଦାସ, ଗୁନ ଚରଣ ନାୟକ, ରସୁଲପୁରରେ ଊପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, କଳାକାର ବିଚାରପତି ତରଣୀସେନ ରାଉତ, ଜଗବନ୍ଧୁ ଓଝା, ବରୀରେ ଜିଲ୍ଳ୍ା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ, କଳାକାର ବିଚାରପତି ପ୍ରପୁଂଲ୍ଳ୍ ଆଚାର୍ଯ୍ୟ, ବିଜୟ ସାହାଣୀ, ଯାଜପୁରରେ ସହକାରୀ ଜିଲ୍ଳ୍ାପାଳ ତିଳୋତ୍ତମା ପୃଷ୍ଟି, କଳାକାର ବିଚାରପତି ହାଡିବନ୍ଧୁ ରଣା, ରବି ନାରାୟଣ ମିଶ୍ର ପ୍ରମୁଖ ଶୃଙ୍ଖଳିତ ଭାବେ ଅଡିସନ ପରିଚାଳନା କରିଥିଲେ ।
ଯାଜପୁର ଜିଲ୍ଳ୍ର୍ାରେ କଳାକାର ସହାୟତା ପାଇଁ ଅଡିସନ ଆରମ୍ଭ
|
December 20, 2021 |