ଯାଜପୁର ସଦର, ୧୦ା୦୮: ଯାଜପୁର ଜିଲ୍ଲାରେ ବାରମ୍ବାର ସାମ୍ବାଦିକଙ୍କ ଉପରେ ମାଫିଆ ମାନଙ୍କ ଆକ୍ରମଣ ଘଟଣାକୁ ନେଇ ଓୟୁଜେ ସାମ୍ବାଦିକ ସଂଘର ସଭାପତି ଆଦିତ୍ୟ କୁମାର ମେକାବଙ୍କ ତତ୍ୱାବଧାନରେ ଜିଲ୍ଲା ସଂଘର କର୍ମକର୍ତ୍ତାମାନେ ଯାଜପୁର ଜିଲ୍ଲା ଏସପିଙ୍କୁ ସୋମବାର ଦିନ ଜନ ଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କ ଉପସଯତିରେ ଯାଜପୁର ଜିଲ୍ଲା ଏସପି ଭିନିଥ ଅଗ୍ରୱାଲଙ୍କୁ ଭେଟି ଘଟିଯାଇଥିବା ୨୮ ତାରିଖରେ ଯୁବ ସାମ୍ବାଦିକଙ୍କ ଉପରେ ମରଣାତ୍ମକ ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ସଭାପତି ପ୍ରଶନ୍ନ କୁମାର ମହାନ୍ତି ମଙ୍ଗଳପୁର ଥାନା ଆଇଆଇି ଚିନ୍ମୟ ସାହୁଙ୍କୁ ଭେଟି ଆସାମୀ ମାନଙ୍କ ବୋରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ତୁରନ୍ତ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତି ମାନଙ୍କୁ ଗିରଫ କରିବା ପାଇଁ ଦାବି କରିବା ସହିତ କାର୍ଯ୍ୟାନୁଷ୍ଟାନ ନେବା ଲାଗି ଆଇଆଇ ଶ୍ରୀ ସାହୁଙ୍କୁ ନିବେଦନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଏହା ମଧ୍ୟରେ ୧୨ ଦିନ ବିତିଯାଇଥିଲେ ମଧ୍ୟ ୨ଜଣ ଆସାମୀକୁ ଗିରଫ କରି ମଙ୍ଗଳପୁର ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ, ମୁଖ୍ୟ ମାଷ୍ଟର ମାଇଣ୍ଡକୁ ଗିରଫ କରିବା ପାଇଁ ଯାଜପୁର ଜିଲ୍ଲା ଏସପିଙ୍କୁ ଜନ ଶୁଣାଣୀ ଶିବିରରେ ଜିଲ୍ଲା ଏସପିଙ୍କୁ ସାକ୍ଷାତ କରି ଦାବିପତ୍ର ଦେବା ସହିତ ସମ୍ପୃକ୍ତ ରହିଥିବା ଆସାମୀ ମାନଙ୍କୁ ଗିରଫ କରିବା ପାଇଁ ଜିଲ୍ଲା ସଂଘର କର୍ମକର୍ତ୍ତାମାନେ ଅନୁରୋଧ କରିଥିଲେ । ୨ ସାମ୍ବାଦିକ ଯାଜପୁର ଏବଂ କଟକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ, ସାମ୍ବାଦିକ ଚନ୍ଦ୍ର ଶେଖର ସାହୁଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯାଇ ମୁଖ୍ୟ ଆସାମୀ ଚିତ୍ତରଂଜନ ମଲିକ ଏବଂ ଅବିନାଶ ମଲିକ ଏଥିରେ ଆକ୍ରମଣ କରିଥିବା ସାମ୍ବାଦିକ ମାନଙ୍କୁ ସମ୍ପୃକ୍ତ ଥିବା ବ୍ୟକ୍ତି ମାନଙ୍କୁ ଗିରଫ କରାନଯିବାରୁ ସଂଘର ରାଜ୍ୟ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ ରାଜିବ ମହାନ୍ତି ଜିଲ୍ଲା ୟୁନିୟନର ଶତାଧିକ ସାମ୍ବାଦିକ ଜିଲ୍ଲା ଏସପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହିତ ତୁରନ୍ତ ମୁଖ୍ୟ ଆସାମୀ ମାନଙ୍କୁ ଗିରଫ କରିବା ପାଇଁ ଜିଲ୍ଲା ଏସପିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ତୁରନ୍ତ ଆସାମୀ ମାନଙ୍କୁ ଗିରଫ କରାଯିବ ବୋଲି ଯାଜପୁର ଜିଲ୍ଲା ଏସପି ଭିନିଥ ଅଗ୍ରୱାଲ ପ୍ରତିଶୃତି ଦେଇଥିଲେ । ଆସାମୀ ମାନଙ୍କୁ ଗିରପ କରାନଗଲେ ସାମ୍ବାଦିକ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିୟନ ଯାଜପୁର ଜିଲ୍ଲା ଏସପିଙ୍କୁ ଦାବିପତ୍ର ଦେଲେ
|
August 11, 2023 |
