ଯାଜପୁର,୨୨/୧୨(ସନ୍ଧାନ ନିୟୁଜ/ଅନୀତା ବେହେରା):-ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଦୀର୍ଘ ୧୨ବର୍ଷରୁ ଉଦ୍ଧ୍ୱର୍ ଗ୍ରାମ ରୋଜଗାର ସେବକ(ଜିଆରଏସ୍)ଭାବେ କାର୍ଯ୍ୟ କରି ଆସୁଥିବା କର୍ମଚାରୀମାନଙ୍କୁ ସରକାର ନିୟମିତ ନକରିବା ଯାଏଁ ରାଜ୍ୟ ସଂଘର ଆନେ୍ଦାଳନକୁ ଜିଲ୍ଲା ସଂଘ ପୂର୍ଣ୍ଣମାତ୍ରାରେ ସର୍ମଥନ କରିବ ବୋଲି ଶନିବାର ଅନୁଷ୍ଠିତ ଯାଜପୁର ଜିଲ୍ଲା ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଶନିବାର ସକାଳେ ଜିଲ୍ଲା ସଂଘ ସଭାପତି ଅଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଗୋକର୍ଣ୍ଣେଶ୍ୱର ମନ୍ଦିର ପରିସରରେ ସମସ୍ତ ବକ୍ଲର କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ଗତ ନଭେମ୍ବର ୧୫ତାରିଖ ଠାରୁ ସ୍ଥାୟୀ ନିଯୁକ୍ତି ଦାବିରେ ଜିଲ୍ଲାର ୩୧୧ ପଞ୍ଚାୟତରେ କାର୍ଯ୍ୟ କରୁଥିବା ଜିଆରଏସ୍ମାନେ କାର୍ଯ୍ୟବନ୍ଦ ଆନେ୍ଦାଳନରେ ଯୋଗ ଦେଇଛନ୍ତି । ତେବେ ବିଭାଗୀୟ ସଚିବ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିକୁ ବୈଠକରେ ତୀବ୍ର ନିନ୍ଦା କରାଯାଇଥିଲା । ଗଣତାନ୍ତ୍ରିକ ରାଷ୍ଟ୍ରରେ ନ୍ୟାୟ ପାଇଁ ଯେ କେହି ଆନେ୍ଦାଳନକୁ ଆସିବାରେ ମନା ନାହିଁ । ରାଜ୍ୟ ସରକାରଙ୍କ ସର୍ବନିମ୍ନ ଦରମା ଜିଆରଏସ୍ମାନଙ୍କୁ ପ୍ରଦାନ କରାଯାଉନଥିବା ବେଳେ ଅତିକୁଶଳୀ ଭାବେ ଥିବା ଦୈନିକ ମଜୁରୀ ୪୩୦ଟଙ୍କା ବଦଳରେ ୨୩୩ଟଙ୍କା ଦେବା ଅତ୍ୟନ୍ତ ପରିତାପର ବିଷୟ ବୋଲି ସଂଘ ପକ୍ଷରୁ କୁହାଯାଇଛି । ସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ଜିଆରଏସ୍ମାନଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ଥିବା ବେଳେ କାର୍ଯ୍ୟବନ୍ଦ ଆନେ୍ଦାଳନ ପାଇଁ ମନରେଗା, ଗ୍ରାମୀଣ ଆବାସ ସମେତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ସରକାର ଯେ ପର୍ଯ୍ୟନ୍ତ ନ୍ୟାର୍ଯ୍ୟ ଦାବି ପୂରଣ ଦିଗରେ ପଦକ୍ଷେପ ନେଇ ନାହାନ୍ତି ସେ ପର୍ଯ୍ୟନ୍ତ ଆନେ୍ଦାଳନ ଅବ୍ୟାହତ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହି ବୈଠକରେ ଜିଲ୍ଲା ସଂଘ ସମ୍ପାଦକ ବିଜୟ କୁମାର ବସ୍ତିଆ, ଯାଜପୁର ବ୍ଲକ୍ ସଭାପତି କ୍ଷୀରୋଦ କୁମାର କର, ସମ୍ପାଦକ ମାନଗୋବିନ୍ଦ ବାରିକ, ବଡଚଣା ବ୍ଲକ ସମ୍ପାଦକ କବି ପାଗଡ, ଧର୍ମଶାଳା ବ୍ଲକ୍ ସମ୍ପାଦକ ଚିନ୍ମୟ ସାହୁ,ମାନସ ରାଉତ, କୋରେଇର ସଭାପତି ଅନାମ ମହାରଣା, ସମ୍ପାଦକ ହରିହର ବେହେରା, ସୁକିନ୍ଦାର ସଭାପତି ଦିଲ୍ଲିପ ପରିଡ଼ା, ଦାନଗଦିର ସଭାପତି ନିରଞ୍ଜନ ମହାକୁଡ, ବିଞ୍ଝାରପୁରର ସଭାପତି ବିକାଶ ରାଉତ, ଦଶରଥପୁରର ସଭାପତି ପ୍ରଭାତ କୁମାର ମହାନ୍ତିଙ୍କ ସମେତ ଜିଲ୍ଲାର ବହୁକର୍ମକର୍ତ୍ତା ଯୋଗଦେଇଥିଲେ । ବୈଠକ ପୂର୍ବରୁ ଜିଲ୍ଲା ସଂଘର ପୂର୍ବତନ ସଭାପତି ଅଭିନ୍ନ କୁମାର ପଲାଇଙ୍କୁ ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ଯାଜପୁର ଜିଲ୍ଲା ଜିଆରଏସ୍ ସଂଘର ବୈଠକ: ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ
|
December 22, 2018 |