ଯାଜପୁର ଜିଲ୍ଲା କୁଆଖିଆ ପୋଲିସକୁ ବଡ଼ ସଫଳତା ମିଳିଚି

Spread the love

ଯାଜପୁର ସଦର,୦୯ା୦୮: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ କୁଆଖିଆ ପୋଲିସକୁ ବାଇକ ଚୋରି ରାକେଟର ୪ଜଣ ଆସାମୀକୁ ଗିରଫ କରିବା ସହିତ କୁଆଖିଆ ପୋଲିସ ବଡ଼ ସଫଳତା ପାଇଚି । କୁଆଖିଆ ଥାନା ପୋଲିସ ୪ଜଣ ଆସାମୀକୁ ଗିରଫ କରିବା ସହିତ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଚି । ସେମାନଙ୍କ ନିକଟରୁ ଜବତ କରାଯାଇଥିବା ଗୋଟିଏ ସ୍କୁଟି ୧୦ ଗୋଟି ବାଇକ ଏବଂ ୧୫ ଗୋଟି ମୋବାଇଲ ଫୋନ୍ ଜବତ କରିଚି । ଏହି ଆସାମୀ ମାନେ ହେଲେ, ଜେନାପୁର ରାମଚନ୍ଦ୍ର ବେହେରା(ଲିପୁନ), ଭଳଭଦ୍ରପୁର ଗ୍ରାମର ମଣ୍ଟୁ ସେନାପତି, ରାଇଛନ୍ଦ ଗ୍ରାମର ଛବି ଲେଙ୍କା, ଏବଂ ବାରକଣା ଗ୍ରାମର ଗୋବିନ୍ଦ ସାହୁ ଏହି ବାଇକ ଲୁଟେରା ମାନେ ସୁଯୋଗ ନେଇ ବାଇକ ଲୁଟୁଥିବା ବେଳେ, ଏହ ଆସାମୀମାନେ ଘର ପଛ ପଟରେ ବାଇକ ଗୁଡ଼ିକ ଲୁଚାଇଥିବା ବେଳେ, ଏକ ସାମ୍ବାଦିକ ସମ୍ମୀଳନୀରେ ଯାଜପୁର ଏସ୍‌ଡିପିଓ ଚିନ୍ମୟ ନାୟକ ଥାନା ଅଧିକାରୀ ମନୋଜ ସ୍ୱାଇଁ ଏହି କେସ୍‌ର ଆଇଓ ପ୍ରସନ୍ନ ଦାସ ଏହି ମାନଙ୍କ ଠାରୁ ଲିପୁନ ମଣ୍ଟୁ ଚୋରୀ କରୁଥିଲେ । ଛବି, ଗୋବିନ୍ଦ ବାଇକ କିଣୁଥିଲେ । ଗାଡ଼ି ମୋବାଇଲ ଗୁଡ଼ି ତଦନ୍ତ ପରେ ଦିଆଯିବ ବୋଲି ଥାନା ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Related Posts

About The Author

Add Comment