ଯାଜପୁର ଜିଲ୍ଲା ଏସ୍.ପି ବ୍ରହ୍ମବରଦା ଫାଣ୍ଡି ପରିଦର୍ଶନ କଲେ

Spread the love

ଯାଜପୁର, ୨୯/୦୬/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ଏସ୍.ପି ରାହୁଲ ପିଆର ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ଫାଣ୍ଡିକୁ ପରିଦର୍ଶନ କରି ଥିବା ବେଳେ, ଆଇନ ଶୃଙ୍ଖଳା ଉପରେ ତର୍ଜମା କରିଥିଲେ । ଯାହାକି ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠୀଙ୍କ ସହିତ ଆରକ୍ଷୀ ଅଦ୍ଧକ୍ଷକ ଶ୍ରୀଯୁକ୍ତ ପିଆର ଅଞ୍ଚଳର ସମସ୍ୟା ଉପରେ ଆଲୋଚନା କରିବା ସହିତ ବ୍ରହ୍ମବରଦା ଅଞ୍ଚଳରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବହୁତ ଲୋକ ବାସ କରୁଥିବା ବେଳେ, ଏ ଅଞ୍ଚଳ ଉପରେ ଆରକ୍ଷୀ ଅଦ୍ଧକ୍ଷକ ଶ୍ରୀଯୁକ୍ତ ପିଆର ଫାଣ୍ଡି ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଯାହାକି ଏହି ଫାଣ୍ଡି ଅଧିନରେ ୭ଗୋଟି ପଂଚାୟତର ଜନ ସାଧାରଣ ନ୍ୟାୟ ପାଇବା ଉପରେ ଫାଣ୍ଡି ଅଧିକାରୀଙ୍କୁ ଜିଲ୍ଲା ଏସ୍.ପି ନିଦେ୍ର୍ଦଷ ଦେଇଥିଲେ । ଏହି ଫାଣ୍ଡିକୁ ଥାନାର ମାନ୍ୟତା ଦେବା ଲାଗି ଗଣମାଧ୍ୟମ ପ୍ରତିନିଧିମାନେ ବାରମ୍ବାର ସରକାରଙ୍କ ଦୃଷ୍ଟି ଗୋଚର କରୁଥିବା ବେଳେ, ୫୦ ହଜାର ଉଦ୍ଧ୍ୱର୍ ଜନସଂଖ୍ୟାକୁ ଆଳ୍ପକର୍ମଚାରୀଙ୍କ ମଧ୍ୟରେ କାର୍ଯ୍ୟକରିବା ବହୁ କଷ୍ଟକର ହୋଇ ପଡ଼ୁଚି । ଏଠାରେ ବିଭିନ୍ନ ସମସ୍ୟାରେ ଏହି ଅଞ୍ଚଳ ରେ ମାଡପିଟ୍ ଲାଗିବା ସହିତ ବିଭିନ୍ନ ସମସ୍ୟା ଫାଣ୍ଡି ଉପରେ ଦେଖାଦେଇଚି । ଏହି ଫାଣ୍ଡିକୁ ଥାନାର ମାନ୍ୟତା ଦୋବାଲାଗି ଜିଲ୍ଲା ଏସ.ପିଙ୍କ ନିକଟରେ ବୁଦ୍ଧିଜିବୀ ମାନେ ଦାବି କରିଛନ୍ତି ।

Related Posts

About The Author

Add Comment