ଯାଜପୁର ସଦର ୧୦/୧/୨୬ (ସନ୍ଧାନ ନ୍ୟୁଜ) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜାରକା ଧର୍ମଶାଳା ମହୋତ୍ସବର ଉଜ୍ଜାପନି ଦିବସ ଅବସରରେ ମଞ୍ଚାସିନ ଅତିଥି ମାନେ ତାଙ୍କର ବକ୍ତବ୍ୟ ରଖିଥିବା ବେଳେ, ଏହି ମହୋତ୍ସବ ୧୩ ଦିନ ଧରି ଅନୁଷ୍ଟିତ ହୋଇଥିବା ବଳେ, ଉଜ୍ଜାପନୀ ଦିବସ ଅବସରରେ ମହୋତ୍ସବର ସଭାପତି ରବିନ୍ଦ୍ର ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କରାଯାଇଥିବା ବେଳେ, ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମନ ଯୋଗଦେଇ ଶ୍ରୀ ସାମଲ ତାଙ୍କ ବକ୍ତବ୍ୟ ରଖିଥିଲେ । ଯାଜପୁର ଜିଲ୍ଲାର ଧର୍ମଶାଳା ମହୋତ୍ସବ ଓଡ଼ିଆ ଅସ୍ମିତାର ପରିଚୟ ସୃଷ୍ଟି କରିଥିବା ବେଳେ, ଧର୍ମଶାଳା ମହୋତ୍ସବ ଭାଇଚାରା ସୃଷ୍ଟି କରିଧର୍ମଶାଳାର ଐତିହ ପରମ୍ପରା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ଶ୍ରୀ ସାମଲ କହିଥିଲେ । ଏହି ମହୋତ୍ସବରେ ଶିଳ୍ପ ବୈଶୟିକ ମନ୍ତ୍ରୀ ସମ୍ପଦ କୁମାର ସ୍ୱାଇଁ ଯୋଗଦାନ କରିଥିଲେ । ଶ୍ରୀ ସ୍ୱାଇଁ ଏହି ମହୋତ୍ସବକୁ ଉଚ୍ଚ ପ୍ରଶଂସା କରିବା ସହିତ ତାଙ୍କ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ଅତିଥି ଯାଜପୁର ସାଂସଦ ରବିନାରାୟଣ ବେହେରା ଧର୍ମଶାଳା ବୌଦ୍ଧକିର୍ତ୍ତିରାଜର ବିଶ୍ୱପ୍ରସାରୀ ବୋଲି ଶ୍ରୀ ବେହେରା କହିଥିଲେ । ଓଲିଉଡ୍ଡ ଅଭିନେତା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଯୋଗଦେଇଥିବା ବେଳେ, ବଡ଼ଚଣାର ବିଧାୟକ ଅମର ନାୟକ ଯୋଗଦାନ କରିଥିଲେ । ଧର୍ମଶାଳାର କର୍ମବୀର ଗିରବର ବନ୍ଧୁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମଞ୍ଚାସିନ ଥିଲେ । ଯାଜପୁର ଜିଲ୍ଲାର ବିଜେପି ସଭାପତି ଦେବଜାନୀ ପ୍ରଧାନ ପୂର୍ବତନ ସଭାପତି ଗୌତମ ରାୟ, ବରୀ ବିଜେପି ଯୁବନେତା ଉମେଶ ଜେନା ଯୋଗଦାନ କରିଥିଲେ । ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ବିଜେପି ସଭାନେତ୍ରୀ ବବିତା ମଲିକ କିର୍ତ୍ତି ସ୍ତମ୍ଭ ହୋଇ ରହିବ ବୋଲି ତାଙ୍କ ବକ୍ତବ୍ୟ ରଖିଥିଲେ । ଧର୍ମଶାଳା ପୂଜାକମିଟିର ସଂଯୋଗଜକ ଦେବରାଜ ମିଶ୍ରୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ସ୍ୱାଗତ ଭାଷଣ ଦେଇଥିଲେ । ମହୋତ୍ସବର ସଂମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ, ବରିଷ୍ଠ ବିଜେପି ନେତା କାହ୍ନୁଚରଣ ଦାଶ, ଚନ୍ଦ୍ରମଣୀ ପଣ୍ଡତି, ମୋନାଲିସା ଦାସ, ଅଲୋକ ପ୍ରଧାନ, ଜ୍ଞାନେନ୍ଦ୍ର ରାଉତ, ହିମାଂଶୁ ମହାନ୍ତି, ଅଶୁଂମାନ ରଥ ପରିଚାଳନା କରିଥିଲେ । ମନମୋହନ ସାମଲ, ଚୋରମୁଁହା ବିଜେଡି ସଭାପତିଙ୍କୁ ଉତ୍ତରୀୟ ପ୍ରଦାନ କରିବା ସହିତ ଦଳିୟ ଟୋପି ପିନ୍ଧାଇଥିଲେ । ଓଲିଉଡ୍ଡ କଣ୍ଠଶିଳ୍ପୀ ଅମିତ ମିଶ୍ରଙ୍କ ସଙ୍ଗୀତରେ ନୃତ୍ୟ ପରିବେଶଣ କରାଯାଇଥିଲା । ଧର୍ମଶାଳା ପୋଲିସ ଜେନାପୁର ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ, ରବିନାରାୟଣ ଧନ୍ୟବାଦ ଦେଇଥିଲେ ।
ଯାଜପୁର ଜିଲ୍ଲାର ଧର୍ମଶାଳା ମହୋତ୍ସବ ମଞ୍ଚାସିନ ଅତିଥି
|
January 10, 2026 |



