ଯାଜପୁର, ୦୫/୦୨/୨୦୧୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାର ୧୦ ଟି ବ୍ଲକରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ୫ଟି ପର୍ଯ୍ୟାୟରେ ହେଉଥିବା ବେଳେ, ଯାଜପୁର ଜିଲ୍ଲାରେ ୩୯ଟି ଜୋନ ରହିଥିବା ବେଳେ, ଯାଜପୁର ଜିଲ୍ଲାରେ ବିଜେଡ଼ିର ଦୁର୍ଗ ରହିଥିବା ଦେଖିବାକୁ ମିଳିଚି । ଯାହାକି କଂଗ୍ରେସ ଏବଂ ବିଜେପି ବିରୋଧି ଦଳ ଭାବରେ ନିର୍ବଚାନ ଲଢ଼ୁଥିବା ବେଳେ, ବିଜୁ ଜନତା ଦଳର ପ୍ରାର୍ଥôମାନେ ଆଗରେ ରହିଥିବା ଦେଖିବାକୁ ମିଳୁଚି । ଜିଲ୍ଲାପରିଷଦ ପ୍ରାର୍ଥି ପ୍ରାର୍ଥିନୀ ମାନେ ସେମାନଙ୍କର କର୍ମୀମାନଙ୍କୁ ନେଇ ଦ୍ୱାର ଦ୍ୱାର ଭୋଟ ଭିକ୍ଷା କରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତାଦଳରୁ ପ୍ରାର୍ଥô ପ୍ରାର୍ଥିନୀ ମାନେ ନିର୍ବାଚନ ବୈତରଣୀ ପାରି ହେବା ଲାଗି ଜୋରଦାର ଲାଗି ପଡ଼ିଥିବା ବେଳେ, ବିରୋଧି ଦଳ ବିଜେପି ଏବଂ କଂଗ୍ରେସ ଆସନ ଦଖଲ କରିବା ପାଇଁ ଜୋନ ମାନଙ୍କରେ ଗୋଟି ଚାଳନା କରୁଛନ୍ତି । ଯାହାକି ଯାଜପୁର ଜିଲ୍ଲାରେ ୩୯ଟି ଜିଲ୍ଲାପରିଷଦ ଜୋନ ରହିଥିବା ବେଳେ, ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଟିକେଟ ପାଇଥିବା ପ୍ରାର୍ଥି ମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସେହିପରି ଜାତୀୟ କଂଗ୍ରେସ ପକ୍ଷରୁ ପ୍ରାର୍ଥି କରାଯାଇଥିବା ପ୍ରାର୍ଥିମାନେ ଭୋଟର ମାନଙ୍କୁ ଆକୃଷ୍ଠ କରିବା ସହିତ ବିଜେଡ଼ି ସରକାରଙ୍କ ବିରୋଧରେ ନାରାବାଜି ଦେଉଥିବା ଦେଖିବାକୁ ମିଳୁଚି । ଯାଜପୁର ଜିଲ୍ଲାରେ ଏହି ୩୯ଟି ଜିଲ୍ଲା ପରିଷଦ ଜୋନ ବିଜେଡ଼ି ଖାତାକୁ ଚାଲିଯିବାର ଯଥେଷ୍ଟ ସମ୍ଭାବନା ରହିଚି । ୭ଟି ନିର୍ବାଚନ ମଣ୍ଡଳୀର ବିଧାୟକ ବିଧାୟୀକା ମାନେ କର୍ମୀ ଏବଂ ପ୍ରାର୍ଥି ମାନଙ୍କୁ ଗୁରୁମନ୍ତ୍ର ଦେଉଥିବା ଦେଖିବାକୁ ମିଳୁଚି ।
ଯାଜପୁର ଜିଲ୍ଲାରେ ୩୯ଟି ଜିଲ୍ଲାପରିଷଦ ଜୋନ ନିର୍ବାଚନ ଲଢ଼ୁଛନ୍ତି
|
February 5, 2022 |



