ଯାଜପୁର ଜିଲ୍ଲାରେ ରାସନ କେଳଙ୍କାରୀ ବଢୁଛି, ଧର୍ମଶାଳାରେ ତଦନ୍ତକୁ ଆସି ଅଧିକାରୀ ଅଟକ

Spread the love

ବରୀ, ୨୯/୦୭/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ୧୦ଟି ବ୍ଲକ୍ ଦୁଇଟି ପୌରାଂଚଳ ରହିଛି । ଏସବୁ ଅଂଚଳରେ ରାସନ କେଳଙ୍କାରୀ ଦିନକୁ ଦିନ ବୃଦ୍ଧି ପାଉଛି । ଏପରିକି ଜଣେ ଯୋଗାଣ ନୀରିକ୍ଷକ ତଦନ୍ତରେ ଆସି ଗ୍ରାମବାସୀଙ୍କ ଦ୍ୱାରା ୩ ଘଂଟାକାଳ ଅଟକ ରହିବା ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣା ଜିଲ୍ଲାର ଧର୍ମଶାଳା ବ୍ଲକ୍ ଅଧିନ ମହିସରା ପଂଚାୟତ ରମ୍ପେଇ ଗ୍ରାମରେ ଘଟିଯାଇଛି । ଯାଜପୁର ଉପ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଉକ୍ତ ଅଧିକାରୀଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରାଯାଇଛି । ଜଣାଯାଇଛି ଯେ ଧର୍ମଶାଳା ବ୍ଲକ୍ରେ ରାସନକୁ େଇ ମହାଦୂର୍ନିତୀ ହୋଇଛି । ପ୍ରକୃତ ହିତାଧିକାରୀଙ୍କୁ ରାସନ ମିଳୁନାହିଁ । ଏ ନେଇ ମାନ୍ୟବର ହାଇକୋର୍ଟରେ ମାମଲା କରଯାଇଥିଲା । କୋର୍ଟ ମାମଲାରୁ ବର୍ତିବାକୁ ଯାଇ ବିଡିଓ ଗରିବ ଲୋକଙ୍କୁ ଧନୀ ଦର୍ଶାଇ ସତ୍ୟ ପାଠ ଦାଖଲ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଏ ନେଇ ଜଣେ ସାମାଜିକ କର୍ମୀ ହାଇକୋର୍ଟର ଦ୍ୱାରାସ୍ଥ ହୋଇଥିଲେ । ଅଭିଯୋଗକାରୀ ଜଣକ ଉକ୍ତ ସତ୍ୟପାଠ ସମ୍ପୂର୍ଣ୍ଣ ମିଥା ବୋଲି ଜବାବ୍ ରଖିଥିଲେ । ସୋମବାର ଧର୍ମଶାଳା ଯୋଗାଣ ନୀରିକ୍ଷକ ଜଗମୋହନ ଦାସରମ୍ପେଇକୁ ଯାଇ ଘଟଣାର ତଦନ୍ତ କରିଥିଲେ । ଏହି ସମୟରେ ଉତ୍ୟକ୍ତ ଲୋକେ ଦାସଙ୍କୁ ଘେରାଉ କରି ୩ ଘଂଟା କାଳ ଅଟକ ରଖିଥିଲେ । ଖବରପାଇ ବିଡିଓ , ଯେନାପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଁଂଚି ବୁଝାସୁଝା କରିଥିଲେ । ହେଲେ ଲୋକେ ଅଟକରୁ ନିବୃତ ହୋଇନଥିଲେ । ଶେଷରେ ଉପ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଗ୍ରାମବାସୀ ତଦନ୍ତ ଅଧିକାରୀଙ୍କୁ ଛାଡି ଦେଇଥିଲେ । ସେହିପରି ବରୀ, , ବଡଚଣା, ବିଂଝାରପୁର, ଦଶରଥପୁର ବ୍ଲକ୍ ଅଂଚଳରେ ରାସନ କେଳଙ୍କାରୀ ଲାଗି ରହିଛି । ଏସବୁ ବ୍ଲକ୍ରେ ତଦନ୍ତ କରାଯିବାକୁ ସାଧାରଣରେ ଦାବି ଉଠିଛି ।

Related Posts

About The Author

Add Comment