ଯାଜପୁର ଜିଲ୍ଲାରେ ବିଜେଡ଼ି ବିରୋଧିଙ୍କୁ ଧରାଶାୟୀ କଲା

Spread the love

ଯାଜପୁର ସଦର, ୦୨ା୦୩ (ସନ୍ଧାନ ନିଉଜ): ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପଂଚମ ପାଳିରେ ଜିଲ୍ଲା ପରିଷଦ ନିର୍ବାଚନ କରାଯାଇଥିବା ବେଳେ, ପ୍ରଥମ ପ୍ରର୍ଯ୍ୟାୟରେ ବିଜେଡ଼ି ବାଜିମାତ କରିଥିବା ଦେଖିବାକୁ ମିଳିଚି । ବିରୋଧି ଦଳ ବିଜେଡ଼ିକୁ ଟକ୍କର ଦେଉଥିବା ବେଳେ, ଯଜପୁର ଜିଲ୍ଲାରେ ୩୯ଟି ଆସନ ରହିଥିବା ବେଳେ, ବିଜେଡ଼ି ସମସ୍ତ ଆସନ ଅକ୍ତିଆର କରିଥିବା ବେଳେ, ବିରୋଧିଦଳ ମାନଙ୍କରେ କୋକୋଆ ଭୟ ସୃଷ୍ଟି କରିଚି । ଏଠାରେ ସୂଚନା ଯୋଗ୍ୟ ଯେ, ବଡ଼ଚଣା ବ୍ଲକ ୧୬ନଂ ଜୋନ ଜିଲ୍ଲା ପରିଷଦ ଆସନରେ ଜିତେନ୍ଦ୍ର ପ୍ରସାଦ ନାୟକ(ବିଜେଡ଼ି) ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ପବିତ୍ର କୁମାର ରାଉତଙ୍କୁ ପରାସ୍ତ କରିଛନ୍ତି । ସେହିପରି ଧର୍ମଶାଳା ବ୍ଲକ ୧୧ନଂ ଜୋନ ଜିଲ୍ଲା ପରିଷଦ ଆସନରେ ସୁଧାଂଶୁ ଭୁଷଣ ସାହୁ(ବିଜେଡ଼ି) ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଷ୍ଣୁଚରଣ ସାହୁଙ୍କୁ ପରାସ୍ତ କରିଛନ୍ତି । ସେହପରି ରସୁଲପୁର ବ୍ଲକ ୩୩ ନଂ ଜିଲ୍ଲା ପରିଷଦ ଆସନରେ ଶିଶିର କୁମାର ମହାନ୍ତି(ବିଜେଡ଼ି) ବିଜୟ ହୋଇଥିବା ବେଳେ, ତାଙ୍କ ପ୍ରତିଦ୍ୱନ୍ଦି ତାପସ ପଣ୍ଡା ପରାସ୍ତ ହୋଇଛନ୍ତି । ସେହିପରି ବିଞ୍ଝାରପୁର ବ୍ଲକର ୨୫ନଂ ଜୋନ ଜିଲ୍ଲା ପରିଷଦ ଆସନରେ ଅହଲ୍ୟା ସ୍ୱାଇଁ(ବିଜେଡ଼ି) ବିଜୟ ଟିକା ପିନ୍ଧିଥିବା ବେଳେ, ତାଙ୍କ ପ୍ରତିଦ୍ୱନ୍ଦି ଅର୍ଚ୍ଚନା ମହାପାତ୍ର ପରାସ୍ତ ହୋଇଛନ୍ତି । ସେହିପରି ଦାନଗଦି ବ୍ଲକର ୮ନଂ ଜୋନ ଜିଲ୍ଲା ପରିଷଦ ଆସନରେ ସ୍ମୃତୀରାଣୀ ରାଉତ(ବିଜେଡ଼ି) ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ମିଲିରାଣୀ ଚୌଧୂରୀଙ୍କୁ ପରାସ୍ତ କରିଛନ୍ତି । ସେହିପରି ଦଶରଥପୁର ବ୍ଲକର ୪ନଂ ଜୋନ ଜିଲ୍ଲାପରିଷଦ ଆସନରେ ପାର୍ଥସାରଥି ମହାପାତ୍ର(ବିଜେଡ଼ି) ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ଶ୍ରୀନିବାସ ପରିଡ଼ାଙ୍କୁ ପରାସ୍ତ କରିଛନ୍ତି । ସେହିପରି କୋରେଇ ବ୍ଲକର ୧ ନଂ ଜୋନ ଜିଲ୍ଲାପରିଷଦ ଆସନରେ ସସ୍ମୀତା ତରାଇ(ବିଜେଡ଼ି) ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ଶୁଭପ୍ରିୟା ସେଠୀଙ୍କୁ ପରାସ୍ତ କରିଛନ୍ତି । ସେହିପରି ସୁକିନ୍ଦା ବ୍ଲକର ୩୭ ନଂ ଜୋନ ଜିଲ୍ଲାପରିଷଦ ଆସନରେ ଜେମା ଚାଖି(ବିଜେଡ଼ି) ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ସୁମିତ୍ରା ପୁର୍ତ୍ତିଙ୍କୁ ପରାସ୍ତ କରିଛନ୍ତି । ସେହିପରି ଯାଜପୁର ବ୍ଲକର ୨୯ ନଂ ଜୋନ ଜିଲ୍ଲାପରିଷଦ ଆସନରେ ପ୍ରେମାନନ୍ଦ ଜେନା(ବିଜେଡ଼ି) ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ଜଗନ କେତକିଙ୍କୁ ପରାସ୍ତ କରିଛନ୍ତି । ସେହିପରି ବରୀ ବ୍ଲକର ୨୧ ନଂ ଜୋନ ଜିଲ୍ଲାପରିଷଦ ଆସନରେ ଅଶୋକ ସାମଲ(ବିଜେଡ଼ି) ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ତପନ ପଣ୍ଡାଙ୍କୁ ପରାସ୍ତ କରିଛନ୍ତି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗରିବ ଲୋକମାନଙ୍କ ସାଙ୍ଗରେ ରହିଥିବାରୁ ସାଢ଼େ ଚାରି କୋଟି ଲୋକମାନଙ୍କର ଆଶା ଭରଷାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

Related Posts

About The Author

Add Comment