ଯାଜପୁର ଜିଲ୍ଲାରେ ବହୁ ପରିମାଣର ମାଦକ ଦ୍ରବ୍ୟ ବିକ୍ରି କରାଯାଉଚି

Spread the love

ଯାଜପୁର ସଦର,୦୩ା୧୨: (ସନ୍ଧାନ ନ୍ୟୁଜ ) ଯାଜପୁର ଜିଲ୍ଲାରେ ବହୁ ପରିମାଣର ମାଦକ ଦ୍ରବ୍ୟ ବିକ୍ରି ହେଉଥିବା ବେଳେ, ଅବକାରୀ ବିଭାଗ ନାମକୁ ମାତ୍ର କାର୍ଯ୍ୟକାରୀ ହେଉଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଯାଜପୁର ଜିଲ୍ଲାରେ ବ୍ରାଉନ ସୁଗାର ଠାରୁ ଆରମ୍ଭ କରି ହିରୋଇନ, ଚରସ ବହୁ ମାତ୍ରାରେ ବିକ୍ରି କରାଯାଉଥିବା ବେଳେ, ଯାଜପୁର ପୋଲିସ ସ୍ଥାଣୁ ପାଲଟିଚି । ଏଠାରେ ସୂଚନା ଯୋଗ୍ୟ ଡଲିପୁର ଅବକାରୀ ବିବାଗ ପକ୍ଷରୁ ଚଢ଼ାଉ କରାଯାଇ ୮ଲକ୍ଷ ଟ୍‌କାର ହିରୋଇନ ସହିତ ଏକ ସ୍କୁଟି ଜବତ ହୋଇଥିବା ଜଣାଯାଇଚି । ଏହି ଘଟଣାରେ ୩ଜଣ ଅଭିଯୁକ୍ତ ଅବକାରୀ ବିବାଗ ଜବତ କରି କୋର୍ଟ ଚାଲାଣ କରିଚି । ସେମାନେ ହେଲେ ଛୋଟରାୟପୁର ଗ୍ରାମର ନିଳିମଣୀ ଦାସଙ୍କ ପୁଅ ସନ୍ତୋଷ ଦାସ, ଯାଜପୁରରୋଡ଼ ଥାନା ନିକଟସ୍ଥ ଗାୟତ୍ରୀ ବିହାର ପଲ୍ଲୀ ସ୍ୱାମୀଙ୍କ ପୁଅ ଲକ୍ଷ୍ମଣ ଏବଂ ନଟପଡ଼ା ଗ୍ରାମର ଜ୍ଞାନ ରଂଜନ ସାମଲ ଆସାମୀ ମାନେ ହିରୋଇନ ଚାଲାଣ କରୁଥିବା ବେଳେ, ଯାଜପୁର ଜିଲ୍ଲା ଅବକାରୀ ସ୍କୋର୍ଡ ଅଧିାରୀ ନାରାୟଣ ବେହେରାଙ୍କ ତତ୍ୱାବଧାନରେ ଅବକାରୀ ଅଧିାକରୀ ସସ୍ମିତା ହୋତା ଓ ଆଇଆଇସି ବିଭୁପ୍ରଶାଦ ସାହୁ ଚଢ଼ାଉରେ ସାମିଲ ଥିଲେ । ପାଣିକୋଇଲି ଥାନା ଜହ୍ନାଛକ ନିକଟରେ ଅଭିଯୁକ୍ତ ମାନେ ସ୍କୁଟିରେ ଯାଉଥିବା ବେଲେ, ସେମାନଙ୍କୁ ଅବକାରୀ ବିଭାଗର ଅଧିକାରୀ ମାନେ ଚଢ଼ାଉ କରିଥିଲେ । ସେମାନଙ୍କ ଠାରୁ ୮୨ଗ୍ରାମର ହିରୋଇନ ଜବତ କରାଯାଇଥିଲା । ଏହାର ଆନୁମାନିକ ମୂଲ୍ୟ ୮ଲକ୍ଷ ଟଙ୍କାରୁ ଉଦ୍ଦ୍ୱର୍ ବୋଲି ଅନୁମାନ କରାଯାଉଚି । ଗିରିଫ ଅଭିଯୁକ୍ତ ମାନଙ୍କୁ ଡୋଲିପୁର ଅବକାରୀ ଥାନା କେସ ନଂ ୨୧/୯/୨୫ ରେ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଚି । ଚଢ଼ାଉ ସମୟରେ ବିଭାଗର ରାମେଶ୍ୱର ମହାନ୍ତି ଏସଆଇ ରମେଶ ନାୟକ, ରଂଜନ ପାତ୍ର, ରଶ୍ମିରେଖା ଜେନା, କନେଷ୍ଟବଳ ଚଗଲା ମଲିକ, ଶିଶିର ନାୟକ, ରାକେଶ ମୁର୍ମୁ, ରୀତା ସାମଲ ପ୍ରମୁଖ ଚଢ଼ାଉ ବେଳେ, ସାମିଲ ହୋଇଥିଲେ । ବିଭାଗ ପକ୍ଷରୁ ପେଟ୍ରୋଲଙ୍ଗକୁ କଡ଼ାକଡ଼ି କରାଯିବା ପାଇଁ ସାଧାରଣରେ ଦାବି କରାଯାଉଚି ।

Related Posts

About The Author

Add Comment