ଯାଜପୁର ଜିଲ୍ଲାରେ ନକଲି ମଦର ଚେର କେତେବାଟ ଲମ୍ବିଚି

Spread the love

ଯାଜପୁର ସଦର, ୦୭/୦୧/୨୦୧୨ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲାରେ ନକଲି ମଦର ପାଦୁର୍ଭାବ ଦିନକୁ ଦିନ ବଢ଼ୁଥିବା ବେଳେ, ଚୋରାରେ ମଦ ମାଫିଆ ମାନେ ମଦରଖି ବିକ୍ରି କରୁଥିବା ଅବକାରୀ ବିଭାଗ ଚେଇଁ ଶୋଇଥିବା ଦେଖିବାକୁ ମିଳୁଚି । ଘଟଣାରୁ ପ୍ରକାଶ ଯେ, ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ବରୀ ଥାନା ନିକଟସ୍ଥ ଗୋଳକୁଣ୍ଡ ପଂଚାୟତ ଗୋଳକୁଣ୍ଡ ଛକ ନିକଟରୁ ବିପୁଳ ପରିମାଣର ମଦ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ଜବତ କରାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ ରସୁଲପୁର ବ୍ଲକ୍ ଅନ୍ତର୍ଗତ ବାଲିପାଟଣାରୁ ଏବଂ ଗୋଳକୁଣ୍ଡ ଛକ ନିକଟରୁ ବିପୁଳ ପରିମାଣର ନକଲି ମଦ ଯାଜପୁର ଅବକାରୀ ବିଭାଗ ଜବତ କରିବା ସହିତ ଦୁଇ ଜଣ ବେପାରିକୁ ଗିରଫ କରିଥିବା ଦେଖିବାକୁ ମିଳିଚି । ଏହି ଦୁଇଜଣ ମଦ ମାଫିଆକୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ, ମାଦ ମାଫିଆର ମାଷ୍ଟର ମାଇଣ୍ଡ ଫେରାର ହୋଇଯାଇଥିବା ଜଣାଯାଇଚି । କୌଣସି ସୁତ୍ରରୁ ଖବର ପାଇ ଯାଜପୁର ଅବକାରୀ ବିଭାଗ ପକ୍ଷରୁ ବରୀ ଅଞ୍ଚଳରେ ବିପୁଳ ପରିମାଣର ନକଲି ମଦ ବିକ୍ରି କରାଯାଉଥିବା ସୂଚନା ପାଇଥିଲେ । ଯାଜପୁର ଜିଲ୍ଲାର ଅବକାରୀ ବିଭାଗର ଅଧ୍ୟକ୍ଷକ ଦେବୀ ପ୍ରସାଦ ଦାସଙ୍କ ନେତୃତ୍ୱରେ ଏକ ଟିମ ଇନ୍ସପେକ୍ଟର ସ୍ୱପ୍ନାରାଣୀ ସାହୁ ଚଢ଼ାଉ କରି ଚାନ୍ଦପୁର ଗ୍ରାମର ରମାକାନ୍ତ ଦାସଙ୍କୁ ଚଢ଼ାଉକରି ଗିରଫ କରିଥିଲେ । ରମାକାନ୍ତ ପାଖରୁ ୪୦ ବୋତଲ ନକଲି ମଦ ଜବତ କରିବା ସହିତ ରମାକାନ୍ତଙ୍କ ଠାରୁ ଅବକାରୀ ବିଭାଗ ପୋଲିସ ସୂଚନା ପାଇ ଇନ୍ସପେକ୍ଟର ସ୍ୱପ୍ନାରାଣୀ ସାହୁ ଗୋଳକୁଣ୍ଡ ଛକ ନିକଟରେ ଚଢ଼ାଉ କରିଥିବା ଗୋଳକୁଣ୍ଡ ଛକଠାରେ ମନୋରଂଜନ ଦାସଙ୍କ ଠାରୁ ୧୬୮ବୋତଲ ନକଲି ମଦ ଜବତ କରିବା ସହିତ ମନୋରଂଜନ ଏବଂ ରମାକାନ୍ତକୁ ଗିରଫ କରିଥିଲେ । ବରୀ ବ୍ଲକ ଅଞ୍ଚଳରେ ନକଲି ମଦ କିପରି ଆସୁଚି ଏହାର ସୁରାଗ ଖୋଜୁଥିବା ବଳେ, ମଦମାଫିଆ ମାଷ୍ଟର ମାଇଣ୍ଡ ପହଁଞ୍ôଚବା ପାଇଁ ଯାଜପୁର ଅବକାରୀ ବିଭାଗ ସୁରାଗ ଖୋଜୁଥିବା ବେଳେ, ମନୋରଂଜନ ଦାସଙ୍କ ନିକଟରୁ ସମସ୍ଥ ତଥି ଅବକାରୀ ବିଭାଗ ଜାଣିବାକୁ ପାଇଥିଲା ବୋଲି ପାଟଣା ଏବଂ ଗୋଳକୁଣ୍ଡରେ ଚଢ଼ାଉ କରି ମନୋରଂଜନ ଏବଂ ରମାକାନ୍ତକୁ ଗିରଫ କରି ଅବକାରୀ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଚି ।

Related Posts

About The Author

Add Comment