ଯାଜପୁର ଜିଲ୍ଲାପାଳ ବଦଳିଲେ; ନୂତନ ଜିଲ୍ଲାପାଳ ଯୋଗଦେଲେ

Spread the love

ଯାଜପୁର ସଦର,୧୦ା୦୯ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲାରେ ଦିର୍ଘ ୪ବର୍ଷ ଧରି ଜିଲ୍ଲାପାଳ ଭାବେ ରଂଜନ କୁମାର ଦାସ ଯୋଗଦେଇଥିଲେ । ଦକ୍ଷତାର ସହିତ ପ୍ରଶାସନ କ୍ଷେତ୍ରରେ କାର୍ଯ୍ୟକରି ଯାଜପୁର ଜିଲ୍ଲାର ଗୌରବକୁ ବଢ଼ାଇଥିବା ସହିତ ଗରିବ ଲୋକମାନ ଦରଦି ବନ୍ଧୁଭାବେ ବେଶ ପରିଚିତ ଥିଲେ । ଏକାଧାରରେ ଶ୍ରୀ ଦାସ ଜଣେ ସାହିତି୍ୟକ, କବି ଏବଂ ସ୍ତମ୍ବକାର ଓ ଗୀତିକାର ଭାବେ ପରିଚିତ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଶ୍ରୀ ଦାସ ୨୦୧୬ ସେପ୍ଟେମ୍ବର ୧୪ ତାରିଖରେ ଯାଜପୁରରେ ଜିଲ୍ଲାପାଳ ଭାବେ ଯୋଗଦାନ କରିଥିଲେ । ସେ ଏବେ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଥିବା ବେଳେ, ନୂତନ ଜିଲ୍ଲାପାଳ ଭାବେ ଚକ୍ରବର୍ତ୍ତି ସିଂହ ରାଠୋର ଙ୍କୁ ଯାଜପୁର ଜିଲ୍ଲାରେ ରାଜ୍ୟ ସରକାର ନିଯୁକ୍ତି କରିଛନ୍ତି । ଶ୍ରୀ ରାଠୋର ଏକାଧାରରେ ଜଣେ ଆଇ.ଏସ. ଅଫିସର ଭାବେରେ ନିଯୁକ୍ତି ହୋଇଥିବା ବେଳେ, ପ୍ରଶାସନ କ୍ଷେତ୍ରରେ ତାଙ୍କର ଦକ୍ଷତା ଉପଜିଲ୍ଲାପାଳ ଭାବେ କୋରାପୁଟରେ କାର୍ଯ୍ୟକରି ଲୋକପ୍ରିୟ ହୋଇଛନ୍ତି । ୨୦୧୮ ଜାନୁୟାରୀରେ ବରମପୁର ମହାନଗର କମିଶନର ଭାବେ ସେ ନିଯୁକ୍ତି ହୋଇଥିଲେ । ଦକ୍ଷତାର ସହିତ ଶ୍ରୀ ରାଠୋର କାର୍ଯ୍ୟକରି ବରମପୁର ପ୍ରଶାସନ କ୍ଷେତ୍ରରେ ବେଶ୍ ପରିଚିତ ହୋଇଛନ୍ତି । ଶ୍ରୀ ରାଠୋରଙ୍କୁ ରାଜ୍ୟ ସରକାର ଯାଜପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଥିବା ବେଳେ, ନୂତନ ଜିଲ୍ଲାପାଳ ଭାବେ ଲୋଲଙ୍କ ପ୍ରିୟଭାଜନ କିପରି ହେବେ ତାହା ସମୟ କହିବ । ଯାଜପୁର ଜିଲ୍ଲାକୁ କିପରି ଭାବେ ସେବା ଦେବା ସହିତ ଯାଜପୁର ଜିଲ୍ଲାରେ ସରକାରୀ ସ୍ତରରେ କାର୍ଯ୍ୟକରି ଲୋକଙ୍କର ପ୍ରିୟପାତ୍ର ହେବେ ଓ ନୂତନ ଜିଲ୍ଲାପାଳ ଭାବେ ବିରଜା ନଗରକୁ ମହାପ୍ରଳୟଙ୍କରୀ ବନ୍ୟା ସମୟରେ ଲୋକମାନଙ୍କ ମୁହଁରେ ହସ ଫୁଟାଇବା ସହିତ ପ୍ରସାସନ ଅଧିକାରୀ ମାନଙ୍କୁ କାର୍ଯ୍ୟ କରିବାପାଇଁ ସତ୍ମାର୍ଗରେ ଜିଲ୍ଲାପାଳ ପରାମର୍ଶ ଦେବେ ବୋଲି ଜନସାଧାରଣ ନୂତନ ଜିଲ୍ଲାପାଳଙ୍କ ଉପରେ ଆଶା ରଖିଛନ୍ତି ।

Related Posts

About The Author

Add Comment