ଯାଜପୁର ଜିଲ୍ଲାପାଳଙ୍କୁ ପାଲଟପୁର ପଂଚାୟତର ଗ୍ରାମବାସୀମାନେ ଅଭିଯୋଗ କଲେ
ଯାଜପୁର ଜିଲ୍ଲାପାଳଙ୍କୁ ପାଲଟପୁର ପଂଚାୟତର ଗ୍ରାମବାସୀମାନେ ଅଭିଯୋଗ କଲେ
Sandhan News |
September 1, 2021 |
ଯାଜପୁର ସଦର,୦୧/୦୯/୨୦୧୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାର ଆଦର୍ଶ ପଂଚାୟତ ଭାବରେ ଘୋଷିତ ହୋଇଥିବା ପାଲଟପୁର ଗ୍ରାମରେ ବ୍ୟାପକ ଦୁର୍ନିତି ଘଟଣାକୁ ନେଇ ପାଲଟପୁର ପଂଚାୟତର ଗ୍ରାମବାସୀମାନେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋରଙ୍କୁ ଅଭିଯୋଗ କରିଥିବା ଜଣାଯାଇଚି । ଘଟଣାରୁ ପ୍ରକାଶ ଯେ, ଦଶରଥପୁର ବ୍ଲକ୍ର ଆଦର୍ଶ ପଂଚାୟତ ଭାବରେ ପାଲଟପୁରରେ ବିଭିନ୍ନ କାର୍ଯ୍ୟ ଦୁର୍ନିତି ହୋଇଥିବା ଘଟଣାକୁ ନେଇ ଗ୍ରାମବାସୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଏହି ପଂଚାୟତର ଚନ୍ଦ୍ରଶେଖର ସାହୁ ଏବଂ ବିଜୟ ବେହେରା ହାଇକୋର୍ଟରେ ଡବ୍ଲ୍ୟୁପିସି ସଂଖ୍ୟା- ୨୪୦୬୭ରେ ଜୁନ ମାସ ୨୧ରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗରେ ପଂଚାୟତରାଜ ସଚିବ, ଯାଜପୁର ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଷକ ଭିଜିଲାନ୍ସ ଏସ୍ପି, ଯାଜପୁର ବିଡ଼ିଓ ଏବଂ ପଂଚାୟତରାଜ ପିଓଙ୍କୁ କୋର୍ଟରେ ପକ୍ଷଭୁକ୍ତ କରାଯାଇଥିଲା । ଏହି କେସକୁ ମାନ୍ୟବର କୋର୍ଟ ଶୁଣାଣୀକରି ୯୦ଦିନ ଭିତରେ କାର୍ଯ୍ୟନୁଷ୍ଠାନ କରାଯିବାପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଷ ଦିଆଯାଇଥିଲା । ଏହି ପଂଚାୟତର ଗ୍ରାମବାସୀମାନେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ମଲ୍ଲିକ, ପ୍ରକଳ୍ପ ନିର୍ଦ୍ଧେଷକ ସନ୍ତୋଷ ବେଉରିଆଙ୍କୁ ଭେଟି କୋର୍ଟର ନିର୍ଦ୍ଦେଷକୁ କାର୍ଯ୍ୟନୁଷ୍ଠାନ ନେବାଲାଗି ଲିଖିତ ଭାବେ ଅଭିଯୋଗ ହୋଇଚି । ୨୦୧୯ରେ ପିଠା ଯୋଜନାରେ ପାଲଟପୁର ପଂଚାୟତକୁ ଆଦର୍ଶ ପଂଚାୟତ ଭାବେ ମାନ୍ୟତା ଦିଆଯାଇଥିଲା । ପୂର୍ବତନ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କୁ ଅଭିଯୋଗ କରାଯାଇଥିଲା । ଏଣୁ ପୁଣି ଏହି ଅଭିଯୋଗର ୧୯ ଅକ୍ଟୋବର ୨୦୨୦ରେ ଯାଜପୁର ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଷକ, ଭିଜିଲାନ୍ସ ୫ଟି ସଚିବଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଥିଲେ ମଧ୍ୟ ଗ୍ରାମବାସୀ ମାନେ ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ ।
Related Posts
About The Author