ଯାଜପୁର ଜିଲାରେ ଭାଜପା ଓଡିଶା ପ୍ରଭାରୀ, ଜିଲାର ବରିଷ୍ଠ କାର୍ଯ୍ୟକର୍ତ୍ତାକୁ ନେଇ ରୁଦ୍ଧଦ୍ୱାର ବୈଠକ

Spread the love

ରସୁଲପୁର,୧୬/୪ (ସନ୍ଧାନ ନିୟୁଜ) ଯାଜପୁର ଜିଲା ଗସ୍ତରେ ଭାଜପା ଓଡିଶା ପ୍ରଭାରୀ ଅରୁଣ ସିଂ । ଆଜି ଅପରାହ୍ନରେ ଶ୍ରୀ ସିଂ ଆସି କୁଆଖିଆ ବଜାରଠାରେ ପହଁଚିଥିଲେ । ତାଙ୍କୁ ଜିଲା ଭାଜପା କାର୍ଯ୍ୟକର୍ତ୍ତାମାନଙ୍କ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିସହ ବଜାର ସ୍ଥିତ ଏକ ଘରୋଇ ହୋଟେଲରେ ଏକ ବିଶେଷ ବୈଠକରେ ଯୋଗଦେଇଥିଲେ । ଜିଲାର ୭ଗୋଟି ନିର୍ବାଚନ ମଣ୍ଡଳିର ବିସ୍ତାରକ, ବିଧାୟକ ପ୍ରାର୍ଥୀଙ୍କ ପ୍ରତିନିଧି, ନିର୍ବାଚନ ମଣ୍ଡଳି ପ୍ରଭାରୀମାନେ ବୈଠକରେ ଯୋଗଦେଇଥିଲେ । ଶ୍ରୀ ସିଂ ବିଭିନ୍ନ ନିର୍ବାଚନ ମଣ୍ଡଳିରେ ଦଳର ସାଂଗଠନିକ ସ୍ଥିତି ସଂପର୍କରେ କାର୍ଯ୍ୟକର୍ତ୍ତାମାନଙ୍କ ସହ ଆଲୋଚନା କରିବା ସହ ପ୍ରତ୍ୟେକ କମିଟିକୁ କ୍ରିୟାଶୀଳ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ । ଉକ୍ତ ବୈଠକରେ ଓଡିଶାର ସହ ସଂଗଠନ ମନ୍ତ୍ରୀ ସୌଦାନ ସିଂ, ରାଜ୍ୟ ସଂପାଦକ ସୁରେନ୍ଦ୍ର ପଣ୍ଡା, ଯାଜପୁର ଜିଲା ପ୍ରଭାରୀ ପ୍ରତାପ ମିଶ୍ର ପ୍ରମୁଖ ଯୋଗଦେଇ ସାଂଗଠନିକ ଚିନ୍ତରେ ଅଂଶଗ୍ରହଣ କରିଥିଲେ । ଜିଲାର ୨୪ଜଣ ପ୍ରତିନିଧି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲାପରିଷଦ ସଦସ୍ୟ ରଶ୍ମୀରଂଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ନିର୍ବାଚନରେ ଦଳ କି ରଣନୀତି ଆପଣେଇବ ସେ ଦିଗରେ ପ୍ରତିନିଧିମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରାଯାଇଛି ।

Related Posts

About The Author

Add Comment