ଯାଜପୁର ସଦର, ୨୮/୦୩ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ପୌରନିର୍ବାଚନ ଅନୁଷ୍ଟିତ ହୋଇଥିବା ବେଳେ, ଯାଜପୁର ବିଜୁ ଜନତା ଦଳର ବିଧାୟକ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରବଣ ପ୍ରକାଶ ଦାସ(ବବି)ଙ୍କ ଗøାଟି ଚାଳନାରେ ଯାଜପୁର ଜିଲ୍ଲାର ପୌର ନିର୍ବାଚନ ୧୮ଟି ୱାର୍ଡ଼ର ପ୍ରାର୍ଥି ଏବଂ ପ୍ରାର୍ôଥନୀ ମାନେ ବିପୁରଳ ଭାଟରେ ବିଜୟ ଲାଭ କରିଥିବା ବେଳେ, ବିଜୁ ଜନତା ଦଳର ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ବ୍ୟାଟିଂରେ ବିରୋଧି ମାନେ ଧରାସାୟୀ ହୋଇଥିବା ଦେଖିବାକୁ ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, ବିଜେଡ଼ିରୁ ପ୍ରାର୍ଥି ହୋଇଥିବା ଅଧ୍ୟକ୍ଷା ରଞ୍ଜୁଲତା ହୋତା ଏସଜି ଗ୍ରୁପକୁ ପରିଚାଳନା କରୁଥିବା ବେଳେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଅପ୍ରତିଦ୍ୱନ୍ଦୀ ନେତା ନବୀନ ପଟ୍ଟନାୟକଙ୍କ ଆଶ୍ରୀର୍ବାଦରେ ରଞ୍ଜୁଲତା ହୋତା ଚ୍ୟାରମ୍ୟାନ ପଦ ପାଇଥିବା ଦେଖିବାକୁ ମିଳିଚି । ଯାହାକି ପୌର ନିର୍ବାଚନର ଫଳାଫଳକୁ ଆଖିଆଗରେ ରଖି ୧୮ଟି ୱାର୍ଡ଼ର ୧୮ ପୌରପରିଷଦଦର କର୍ପୋରେଟର ବାଜିମାତ ମାରିଥିବା ବେଳେ, ଅଧ୍ୟକ୍ଷା ପଦ ରଞ୍ଜୁଲତା ହୋତା ହାତେଇ ନେଇଥିଲେ । ଯାଜପୁର ପୌର ପରିଷଦରେ କଂଗ୍ରେସ, ବିଜେପି, ବିଜେଡ଼ି ପ୍ରାର୍ଥି ଦେଇଥିବା ବେଳେ, ବିଜୁ ଜନତା ଦଳର ପ୍ରାର୍ଥିମାନେ ବିଜୟ ଟିକା ପିନ୍ଧିଥିଲେ । ଯାଜପୁର ପୌରପରିଷଦ ବିଜେଡ଼ି ହାତକୁ ଯିବ ବୋଲି ସର୍ଭେ ରିପୋର୍ଟରୁ ଜଣାଯାଇଥିଲା । ସେହିପରି ଯାଜପୁର ବ୍ୟସନଗର ଫଳାଫଳକୁ ଆଖିଆଗରେ ରଖାଯାଇଥିବା ବେଳେ. ବିଜୁ ଜନତା ଦଳର ଅଧ୍ୟକ୍ଷା ପଦ ସଙ୍ଗୀତା ପିଙ୍ଗୁଆ ବାଜିମାତ କରିଛନ୍ତି । ବିଜେଡ଼ି ୧୫ ପୌରପରିଷଦ କାଉନସ୍ିଲର ପଦ ନେଇଥିବା ବେଳେ, ବିଜେପି ୩ଟି ନେଇଥିବା ଦେଖିବାକୁ ମିଳିଚି । କଂଗ୍ରେସ କାଉନସିଲର ପଦ ୫ଟି ନେଇଚି । ସ୍ୱାଧିନ ୩ ଟି ପଦ ନେଇଥିବା ଦେଖିବାକୁ ମିଳିଚି । ସଙ୍ଗୀତା ପିଙ୍ଗୁଆ ତାଙ୍କ ନିକଟତମ ପ୍ରାର୍ଥିୀ କଂଗ୍ରେସ ମଞ୍ଜୁଲଛମ୍ନ ବାନାରାଙ୍କ ଠାରୁ ୯୭୩୩ ଖଣ୍ଡ ଅଧିକ ଭୋଟ ପାଇ ବିଜୟ ଟିକା ପିନ୍ଧିଛନ୍ତି । ସଙ୍ଗୀତା ୧୫୭୨୦ ଖଣ୍ଡ ଭୋଟ ପାଇଥିବା ବେଳେ, ବାନାରା ୫୯୮୭ ଖଣ୍ଡ ଭୋଟ ପାଇଥିଲେ । ସେହିପରି ସୁମିତ୍ରା ଜାମୁଡା ବିଜେପିର ୪୧୯୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ନୋଟାକୁ ୪୧୬ ଖଣ୍ଡ ଭୋଟ ଯାଇଚି । ବ୍ୟାସନଗର ୨୬ ୱାର୍ଡ଼ରୁ ବିଜେଡ଼ି ୧୫ ଟି ପଦ ବାଜି ମାତ କରିଚି । ଯାଜପୁର ପୌରଦକ୍ଷା ରଞ୍ଜୁଲତା ହୋତା କର୍ମିମାନଙ୍କ ଗହଣରେ ବିରାଟ ପଟୁଆରେ ବାହାରି ପରିକ୍ରମା କରିଥିଲେ ଏବଂ ସଙ୍ଗୀତା ପିଙ୍ଗୁଆ କର୍ମିମାନଙ୍କ ଗହଣରେ ବାହାରି ବ୍ୟାସନଗର ପରିକ୍ରମା କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହିତ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି । କୋରେଇ ବିଧାୟକ ଅଶୋକ ବଳଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଯାଜପୁର ଗଡ଼ରେ ବବିଙ୍କ ବ୍ୟାଟରେ ବିରୋଧି ଧରାଶାୟୀ ହେଲା
|
March 28, 2022 |