ଯାଜପୁର ସଦର, ୩/୪/୨୬ (ସନ୍ଧାନ ନ୍ୟୁଜ ) :ଯାଜପୁର ଗୌତ୍ତମ ସସ୍କୁତି ଭବନ ପରିଶରରେ ଉତ୍କଳ ଦିବସ ସଭା ପ୍ରତିଷ୍ଠା ଦିବସ ଅନୁଷ୍ଠିତ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ପାଳ ଅମ୍ବର କରଙ୍କ ସଭାପତିତ୍ଵରେ ଅନୁଷ୍ଠିତ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଦିବସ ପାଳନ କରାଯାଇଥିଲା । ମୂଖ୍ୟ ଅତିଥି ଭାବେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ ବରପୁତ୍ର ମାନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ନଗର ଉନ୍ନଯୁନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯାଜପୁର ରେ ପହଞ୍ଚି ରୋଗୀ ମାନଙ୍କୁ ଫଳ ବଣ୍ଟନ କରିବା ସହିତ ଯାଜପୁର ଉପକାରା ପରିଦର୍ଶନ କରି ଫଳ ଏବଂ ମିଷ୍ଠାନ ବଣ୍ଟନ କରିଥିଲେ । ସଂସ୍କୃତି ଭବନ ପରିଶରରେ ଏକ ଆୟୋଜନ ହୋଇଥିଲା । ଯଯାତି କେଶରୀ ନାମରେ ନାମିତ ଥିବା ଏକ ଇତିହାସ ସୃଷ୍ଟି କରିବ ବୋଲି ଶ୍ରୀ ପାତ୍ର କହିଥିଲେ । ଜିଲ୍ଲାପରିଷଦ ସଭାପତି ନଳୀନୀ ପ୍ରଭା ଜେନା ତାଙ୍କର ବକ୍ତବ୍ୟ ରଖିଥିଲେ । ପଣ୍ଡିତ ଭୂପତି ଭୂଷଣ ମିଶ୍ର ବକ୍ତବ୍ୟ ରଖିଥିବା ବେଳେ ଜିଲ୍ଲାପାଳ ଅମ୍ବର କୁମାର କର ମଞ୍ଚାସନ ଅତିଥି ଭାବେ ଯାଜପୁର ପୌର ପରିଷଦ ଅଧ୍ୟକ୍ଷା ରଞ୍ଜୁଲତା ହୋତା ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ ଉନ୍ନୟନ ଅଧିକାରୀ ଦେବ ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ତାପସ ଦେହୁରୀ ଯୋଗଦାନ କରିଥିଲେ । ଜିଲ୍ଲାର କୃଷକ ଏବଂ କୃତିତ୍ଵ ଅର୍ଜନ କରିଥିବାରୁ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିବାବେଳେ ସାଂସ୍କୃତିକ କାର୍ୟ୍ୟକ୍ରମ ସୂଚନା ଲୋକ ସଂପର୍କ ଅଧିକାରୀ କାମିନୀ ପଟ୍ଟନାୟକ ଅତିଥି ପରିଚୟ ଦେଇଥିଲେ ।
ଯାଜପୁର ଗୌତ୍ତମ ସଂସ୍କୃତି ଭବନ ପରିଶରରେ ଉତ୍କଳ ଦିବସ ଅନୁଷ୍ଠିତ
|
April 3, 2026 |



