ଯାଜପୁର ଓୟୁଜେ ପକ୍ଷରୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଷ୍ୟରେ ଦାବପତ୍ର

Spread the love

ଯାଜପୁର ସଦର, ୧୧/୦୪/୨୨ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ଓୟୁଜେ ସଂଘ ପକ୍ଷରୁ ଆଜି ଦିନ ୧୦ ଘଟିକା ସମୟରେ ଯାଜପୁର ଗାନ୍ଧୀ ଛକ ଠାରୁ ସାମ୍ବାଦିଙ୍କ ଉପରେ ଥାନା ଅଧିକାରିଣୀଙ୍କ ବୟ ମାତୃକ କାର୍ଯ୍ୟ ଜଣେ ଚତୁର୍ଥ ସ୍ତମ୍ବର ଗଣମାଧ୍ୟମ ପ୍ରତିନିଧିଙ୍କୁ ବାଲେଶ୍ୱର ଜିଲ୍ଲା ନିଳଗିରୀ ଥାନାର ମହିଳା ଆଇଆଇସି ଦୌପ୍ରଦୀ ଦାସ କନକ ଟିଭିର ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଥାନା ଭିତରେ ମାଡ଼ ମାରିବା ସହିତ ଶ୍ରୀ ଦଳେଇଙ୍କ ମୋବାଇଲ ଫୋନକୁ ଶ୍ରୀମତୀ ଦାସ ଛଡ଼ାଇ ନେବା ସହିତ ଲୋକନାଥ ଦଳେଇଙ୍କୁ ମାଡ଼ ମାରିବାରୁ ଶ୍ରୀ ଦଳେଇ ଅଚେତ ହୋଇ ତଳେ ପଡ଼ିଯିବାରୁ ଶ୍ରୀ ଦଳେଇଙ୍‌ୁ ନିଳଗିରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯିବା ଘଟଣା, ଶ୍ରୀ ଦେଳେଇଙ୍କ ଗୋଡ଼ରେ ହ୍ୟାଣ୍ଡକପ ଥାନା ଅଧିକାରିଣୀ ପକାଇବା ସହିତ ଏଠାରେ ସୂଚନା ଯୋଗ୍ୟ ଯେ, କାହା ନିର୍ଦ୍ଦେଷରେ ଶ୍ରୀମତୀ ଦାସ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏପରି ଗୋଡ଼ରେ ହ୍ୟାଣ୍ଡକପ ପକାଇ ସାରା ଭାରତର ଗଣମାଧ୍ୟମ ପ୍ରତିନିଧିଙ୍କ ମନରେ ଦୁଃଖ ଦେଲେ ତାହା ଏକ ପରିତାପର ବିଷୟ । ଶ୍ରୀମତୀ ଦାସଙ୍କୁ ବହିସ୍କାର କରିବା ସହିତ ବାଲେଶ୍ୱର ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବା ପାଇଁ ଡିଜିଙ୍କ ନିକଟରେ ଯାଜପୁର ୟୁନିୟନ ପକ୍ଷରୁ ଦାବି କରାଯିବା ସହିତ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋରଙ୍କ ମୁଖ୍ୟମନ୍ତ୍ରୀ ଉଦ୍ଦେଷ୍ୟରେ ସଂଘ ପକ୍ଷରୁ ସଭାପତି ଆଦିତ୍ୟ ମେକାବ, ବରିଷ୍ଠ ସାମ୍ବାଦିକ ସମର୍ଜିତ ମହାନ୍ତି, ଆଇନି ପରାମର୍ଶ ଦାତା ରାଜିବ ଲୋଚନ ମହାନ୍ତୀ, ଯାଜପୁର ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଏବଂ ବ୍ଲକ ପ୍ରତିନିଧିମାନେ ଗାନ୍ଧୀଛକ ନିକଟରେ କଳା ବ୍ୟାଚ ପରିଦାନକରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବିରାଟ ଶୋଭାଯାତ୍ରାରେ ବାହାରି ସାମ୍ବାଦିକଙ୍କ ଉପରେ ପୋଲିସର ଜିଲମ ହେଉଥିବା ଘଟଣାକୁ ନେଇ ସାମ୍ବାଦିକ ମାନଙ୍କ ସୁରକ୍ଷା ଆଇନି ପ୍ରଣୟନ କରାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ଦିଆଯାଇଥିଲା । ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାଯିବା ସହିତ ନିଳଗିରୀ ଆଇଆଇସି ମହିଳା ଦୌପଦୀ ଦାସଙ୍କୁ ବହିସ୍କାର କରିବା ଲାଗି ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଚି ।

Related Posts

About The Author

Add Comment