ଯାଜପୁର ଏସ.ପିଙ୍କ ଦ୍ୱାରା ୩୫ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ

Spread the love

ଯାଜପୁର ୨୯/୧୨ (ସନ୍ଧାନ ନିୟୁଜ)ଯାଜପୁର ଜିଲା ପୁଲିସ ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ପରିଚୟ ପ୍ରଦାନ ପ୍ରକ୍ରୀୟା ଆରମ୍ଭ ହୋଇଛି, ଏହି ଅବସରରେ ଶନିବାର ସଂଧ୍ୟାରେ ବଡଚଣା ଥାନା ପରିସରରେ ଏସ.ପି ଚରଣସିଂହ ମୀନାଙ୍କ ଦ୍ୱାରା ୩୫ ଜଣ ବରିଷ୍ଠ ନାଗରିକଙ୍କୁ ପ୍ରଥମ ପର୍ଯ୍ୟାୟରେ ପରିଚୟ ପତ୍ର ପ୍ରଦାନ କରାଯାଇଛି । ବଡ଼ଚଣା ଥାନାଧିକାରୀ ଶରତଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବରେ ଯାଜପୁର ଏସ.ପି ଶ୍ରୀ ମୀନା ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଥମ ପର୍ଯ୍ୟାୟରେ ବରିଷ୍ଠ ନାଗରିକମାନଙ୍କୁ ପୋଲିସ ପରିଚୟ ପତ୍ର ପ୍ରଦାନ କରିବା କାର୍ଯ୍ୟରେ ସୀମିତ ନରହି ସେମାନଙ୍କ ସୁବିଧା ଅସୁବିଧା ସମୟରେ ସଦାସର୍ବଦା ଆମେ ସଚେତନ ରହିଛୁ । କୌଣସି ଘଟଣା ଓ ଦୁର୍ଘଟଣା ଘଟିଲେ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ପୁଲିସ ଯୋଗାଇଦେବ । ସମ୍ମାନୀତ ଅତିଥି ଭାବେ ଯାଜପୁରରୋଡ ଏସଡିପିଓ କେଦାରନାଥ ସାହୁ, ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରାଧ୍ୟ୍ୟାପକ ପ୍ରମୋଦ କୁମାର ସାମଲ, ସଂପାଦକ ଶିକ୍ଷାବିତ ବଟକୃଷ୍ଣ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପରବର୍ତ୍ତି ସମୟରେ ରହିଯାଇଥିବା ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରାଯାଇ ପରିଚୟପତ୍ର ବଣ୍ଟନ କରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଥିଲେ ।

Report- Manas Rout Jajpur

Related Posts

About The Author

Add Comment