ଯାଜପୁର ଏସ୍‌ପିଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ

Spread the love

ଯାଜପୁର ସଦର, ୯/୪/୨୬ (ସନ୍ଧାନ ନ୍ୟୁଜ )  : ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଅରାଜକତା ଦେଖା ଦେଇ ଥିବାରୁ ଏ ନେଇ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ଯାଜପୁର ଜିଲ୍ଲା ଏସ୍‌ପି ଯସୋପ୍ରତାପସିମଲଙ୍କୁଭେଟିବାସହିତଏଠାରେସୂଚନାଯୋଗ୍ୟଯେରାଜନୈତିକଉଦ୍ଦେଶ୍ୟରଖିମିଛମାମଲାରେଛନ୍ଦିଦେଉଥିବା ବେଳେ ଏକାଧିକ ମିଥ୍ୟା ମାମଲା ଜଣକ ନାମରେ କରାଯାଇ ଅଭ୍ୟାସଗତ ଅପରାଧୀ ପରି ପୋଲିସ୍‌ ଉଠାଇ ନେଇ ଅନ୍ୟ ଥାନାକୁ ନେବା ସହିତ ଦସ୍ତାବିଜ୍‌ ପ୍ରସ୍ତୁତ କରି କୋର୍ଟ ଚାଲାଣ କରାଯାଉଥିବା ବେଳେ ଏ ନେଇ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ କର୍ମୀଙ୍କ ଉପରେ ବାରମ୍ଵାର ଅସାମାଜିକ ବ୍ୟକ୍ତି ମାନେ ଆକ୍ରମଣ କରାଯାଉଥିବା ଦେଖିବାକ ମିଳୁଚି ଏନେଇ କିସ୍ତି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଉ ନଥିବା ବେଳେ ପୂର୍ବତନ ବିଧାୟକ ଙ୍କ ରୋଷେୟା କୁ କୁଆଖିଆ ଥାନା ମସୁଦୁପୁର ଗ୍ରାମର ସୁସାନ୍ତ ଦାସଙ୍କୁ ଧର୍ମଶାଳା ଥାନା ବଡ଼ ମଙ୍ଗଳପୁର ଗ୍ରାମର କିଛି ରାଜନୈତିକ ବ୍ୟକ୍ତି ଧମକ ଚମକ ଦେବା ସହିତ ଧର୍ମଶାଳାକୁ ଅଶାନ୍ତ କରୁଥିବା ଦେଖିବାକୁ ମିଳୁଛି । ବିଜେଡି ମିଡିଆ ସେଲ ଦାୟିତ୍ଵରେ ଥିବା ପ୍ରଦ୍ୟୁଷ ନାୟକଙ୍କ ନାମରେ ଧର୍ମଶାଳା ଥାନାରେ ୨ଟି ମାମଲା କରାଯାଇଥିବା ବେଳେ କୁଆଖିଆ ଥାନାରେ ୨ ଟି ମିଥ୍ୟା ମାମଲା ରୁଜୁ କରାଯାଇ ନାୟକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଧର୍ମଶାଳାରେ ଏପରି ଆସାମାଜିକ କାର୍ଯ୍ୟକଳାପକୁ ବିଜେଡି ନିନ୍ଦା କରିବା ସହିତ ଯାଜପୁର ଏସ୍‌ପି ଙ୍କୁ ଭେଟି ପ୍ରତିନିଧି ଦଳ ଦାବି ପତ୍ର ଦେଇଥିଲେ । ମିଥ୍ୟା ମାମଲାକୁ ରୁଜୁ ବନ୍ଦ କରିବା ଅଭିଯୁକ୍ତ ମାନଙ୍କୁ ଅବିଳମ୍ବେ ଗିରଫ କରିବାକୁ ଦାବି କରାଯାଇଥିଲା । ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ନରେଶଚନ୍ଦ୍ରମହାନ୍ତି( ବୁଲୁ) ସନ୍ତୋଷଜେନା, ସୁରେନ୍ଦ୍ର ପଣ୍ଡା,ଉତ୍କଳ ମଣି ଦାସ,ଅଭିନ ମଲିକ,ଆସିସ୍ ରାଉତ,ଅର୍ପିତା ସିଂ, ମମତା ଦଣ୍ଡପାଟ,ପ୍ରଣତି ଲେଙ୍କା, ଉର୍ମିଳା ପଲେଇ ସହିତ ବହୁ ବିଜେଡି କର୍ମୀ ଏସ୍‌ପିଙ୍କୁ ଭେଟି ଦାବିପତ୍ର ଦେଇଥିଲେ ।

Related Posts

About The Author

Add Comment