ଭଦ୍ରକ, ୦୩/୦୫/୨୦ (ସନ୍ଧାନ ନିଉଜ) : ବର୍ତ୍ତମାନର ଜାତୀୟ ବିପତ୍ତି ସମୟରେ ନିଜ ଅଂଚଳର ସୁରକ୍ଷା ପାଇଁ ମାନବିକତା ହରାଇଥିବା ଭଳି ସମ୍ବାଦଟିଏ ଲେଖିବା ପୂର୍ବରୁ ହୃଦୟକୁ ଯଥେଷ୍ଟ କଠିନ କରିବାକୁ ପଡୁଛି । ଏମିତି ଖବର ସଂଗ୍ରହ ପାଇଁ ଭ୍ରମଣ କରୁଥିବାବେଳେ ବେପାରୀ ବା ଅଚିହ୍ନା ଲାଗୁଥିବା ଲୋକର ହାବଭାବ ଦେଖି ସନ୍ଦେହ ହେଲେ ଭାଇ କେଉଁଠୁ ଆସିଛ, ଆଉ କ’ଣ ପାଇଁ ଆସିଛ ପଚାରୁଥିବାବେଳେ କରୋନା ସଂକ୍ରମିତ ଜନିତ ଭୟ ସ୍ୱତଃ ମନକୁ ଚାଲିଆସେ । କାହିଁକିନା ସଂକ୍ରମଣ ଯେମିତି ବଢିଚାଲିଛି, ଏବଂ ବିଶେଷକରି ପଡୋଶୀ ଜିଲା ଯାଜପୁରରରେ ତାହା ଯେଭଳି କାୟା ବିସ୍ତାର କରିଚାଲିଛି, ସେ ଦୃଷ୍ଟିରୁ ଭଦ୍ରକକୁ ନିୟମିତ ଆସୁଥିବା ବୁଲା ବ୍ୟବସାୟୀ ଓ ବିହନ କିଣାଳୀଙ୍କ ପାଇଁ ଆମମାନଙ୍କୁ ଖଣ୍ଡାଧାରରେ ଚାଲିଲା ଭଳି ମନେହେଉଛି । ସେ ଦୃଷ୍ଟିରୁ ସେମାନଙ୍କ ଠାରୁ କୌଣସି ଜିନିଷ କିଣିବା ବିପଦ ଜନକ । ବିଶେଷକରି ଯାଜପୁର ଅଂଚଳର ବହୁ ବ୍ୟବସାୟୀ ସାରୁତୋଳା କିଣିବା ପାଇଁ ଭଦ୍ରକ ଜିଲାର ବିଭିନ୍ନ ଅଂଚଳକୁ ଆସିଥାନ୍ତି । ମାତ୍ର ଦୁଃଖ ଲାଗିଲେ ବି ସଂକ୍ରମଣ ରୋକିବା ପାଇଁ ଆମକୁ ଅନେକ କ୍ଷେତ୍ରରେ ରୋକ୍ ଲଗାଇବାକୁ ପଡିବ ଲକଡାଉନକୁ ସମ୍ମାନ ଜଣାଇ । ନଚେତ୍ କରୋନା ଯୋଦ୍ଧାମାନଙ୍କ ଅକ୍ଲାନ୍ତ ପରିଶ୍ରମ ପାଣି ଫୋଟାକା ପରି ମେଳେଇଯିବ ନିଶ୍ଚୟ ।
ଯାଜପୁର ଅଂଚଳର ବୁଲା ବ୍ୟବସାୟୀ ଓ ବିହନ ବିକାଳୀ ଭଦ୍ରକ ପାଇଁ ବିପଦ
|
May 3, 2020 |
