ସେବା ସମିତି ପରିସରରେ ସାଧରଣତନ୍ତ୍ର ଦିବସ ପାଳିତ
ଯାଜପୁର, ୨୭/୦୧/୨୦୨୨ (ସନ୍ଧାନ ନିୟୁଜ) ହରିଦାସପୁର ସେବା ସମିତି ପରିସରରେ ସାଧରଣତନ୍ତ୍ର ଦିବସ ପାଳିତ ହୋଇାଯାଇଛି । ଏଥିରେ ଅତିଥି ଭାବେ ବରିଷ୍ଟ ନାଗରିକ ଦାମଦୋର ଷଣ୍ଢ, ସିତାନାଥ ସ୍ୱାଇଁ ପତାକା ଉତ୍ତୋଳନ କରିଥିବା ବେଳେ ସୁଶାନ୍ତ ସ୍ୱାଇଁ, ମଦନ ମୋହନ ସାମଲ, ଯୁଧିଷ୍ଟିର ପରିଡା, ମାନସ କୁମାର ରାଉତ, ଅର୍ଜନୁ ପରିଡା, ପ୍ରଶାନ୍ତ ନାୟକ, ସିତାନାଥ ସାହୁ ପ୍ରମୁଖ ଏଥିରେ ଅଂଶ ଗ୍ରହଣ ସେବା ସମିତିର ପୁନଃଉଦ୍ଧାର ଏବଂ ରାମ୍ଭାଦେବୀ ମେଡିକାଲର ବିକାଶ ଦିଗରରେ ବିଭିନ୍ନ ଆଲୋଚନା କରାଯାଇଥିଲା । ଏହାକୁ ଶିକ୍ଷାବିତ୍ ଅଭିମନ୍ୟୁ ସେଠୀ ପରିଚାଳନା କରିଥିବା ବେଳେ ସାଗର ସେଠୀ ଧନ୍ୟବାଦ ଦେଇଥିଲେ ।
ରସୁଲପୁର ବ୍ଲକ୍ ଡ୍ରାଇଭର ସଂଘ ପକ୍ଷରୁ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ
ଯାଜପୁର ସଦର, ୨୭ା୦୧: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଂଚାୟତରେ ରସୁଲପୁର ଡ୍ରାଇଭର ସଂଘ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ଏହି ଦିବସ ଅବସରରେ ସଂଘର ସଭାପତି ପ୍ରଦିପ କୁମାର ଦାସ ଯୋଗଦେଇ ପତକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବା ସହିତ ବନ୍ଧଡିହ ହାଟ ନିକଟରେ ବାଟୋଇ ମାନଙ୍କୁ ସାନିଟାଇଜ କରାଇବା ସହିତ ମାକ୍ସ ବଣ୍ଟନ କରାଯାଇଥିଲା । ସଂଘର ସଭାପତି ଶ୍ରୀ ଦାସ ଯୋଗଦାନ କରି ଡ୍ରାଇଭର ଭାଇ ମାନଙ୍କୁ ନେଇ ସଚେତନ କରାଇଥିଲେ । ଏହି ଅବସରରେ ନିଜେ ବଞ୍ôଚବା ସହିତ ଅନ୍ୟକୁ ବଞ୍ଚାଅ ବୋଲି ସଂଘ ପକ୍ଷରୁ ସପଥ ପାଠ କରାଯାଇଥିଲା ।
ଦଳିତ ମଞ୍ଚ ପକ୍ଷରୁ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ
ଯାଜପୁର ସଦର, ୨୭ା୦୧: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ଦଳିତ ମଞ୍ଚ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ସଂଘର ସଭାପତି ବୋଧିରାମ ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଡ. ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପତକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ଡ. ଆମ୍ବେଦକରଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ହୋଇ ନିଜର ହକ ପାଇଁ ସର୍ଘଷ କରିପାରିଲେ ଦଳିତ ସମାଜର ସ୍ଥିତି ସୁଦୃଢ଼ ହୋଇ ପାରିବ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ ।
ପଲ୍ଲୀପୁଷ୍ପ ପାଠାଗାର ପକ୍ଷରୁ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ
ଯାଜପୁର ସଦର, ୨୭ା୦୧: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ବଡ଼ଦଶଭୁଜା ଦୁର୍ଗା ମଣ୍ଡପ ପରିଶରରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳ କରାଯାଇଥିଲା । ବରିଷ୍ଠ ଶିକ୍ଷାବିତ ଅବସରପ୍ରାପ୍ତ ଶିକ୍ଷକ ବିଶ୍ୱନାଥ ସ୍ୱାଇଁ ଅତିଥି ଭେବେ ଯୋଗଦାନ କରି ମହାପୁରୁଷ ମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଅଭିବାଦନ ଗ୍ରହଣ କରି ୭୩ ବର୍ଷ ହେଲା ଦେଶ ସ୍ୱାଧିନ ହେବା ପରେ ବହୁ ମହାପୁରୁଷ ଗୋପବନ୍ଧୁ, ଗାନ୍ଧୀ, ନେହୁରୁ , ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ସୁବାଷ ଚନ୍ଦ୍ର ବୋଷ ପ୍ରମୁଖ ଦେଶକୁ ସ୍ୱାଧିନ କରିବା ପାଇଁ ଲଢ଼େଇ ଜାରି ରଖିଥିଲେ । ଯାହାକୁ ମନେ ପକାଇବା ପାଇଁ ଆଜି ୭୩ତମ ସାଧାରଣତନ୍ତ୍ର ଦିବ ପାଳନ କରାଯାଚି । ଶ୍ରୀ ସ୍ୱାଇଁ କହିଲେ ଆମେ ସେମାନଙ୍କ ନିତି ଆଦର୍ଶରେ ଅନପ୍ରାଣିତ ହୋଇ ଏହି ସାଧାରଣତନ୍ତ୍ର ଦିବସ ପାଳନ କରୁଛନ୍ତି । ଯାହା ଫଳରେ ଗାନ୍ଧୀଜୀ ଡାକରା ଦେଇଥିଲେ । ଅହିଂସା ହେଉଚି ଏକ ପରମ ଧର୍ମ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭରତ ମାତାର ସେବା କରିବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ବୋଲି ଶ୍ରୀ ସ୍ୱାଇଁ ତାଙ୍କ ବକ୍ତବ୍ୟରେ କହିଥିଲେ । ପାଠାଗାରର ସମସ୍ତ ସଦସ୍ୟ ଯୋଗଦାନ କରିବା ସହିତ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ ।
ଯାଜପୁର ସଦର ମହକୁମାରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ
ଯାଜପୁର ସଦର, ୨୭ା୦୧: ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଅକ୍ଷୟ କୁମାର ମଲିକ, ଗାନ୍ଧୀଜୀଙ୍କ ପ୍ରତିମୃତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ମାହପୁରୁଷ ମାନଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଯାଜପୁର ହାଇସ୍କୁଲ ପଡ଼ିଆଠାରେ କୋଭିଡ଼ କଟକଣା ନିୟମରେ ରହି ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ମୁଖ୍ୟ ଅତିଥି ଭେବେ ଯୋଗଦେଇ ଯାଜପୁର ଉପଜିଲ୍ଲାପାଳ ଅକ୍ଷୟ କୁମାର ମଲିକ ପତକା ଉତ୍ତୋଳନ କରି ଅଭିଭାଦନ ଗ୍ରହଣ କରିଥିଲେ । ଯାଜପୁର ଜିଲ୍ଲାପ୍ରଶାସନ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନର ଅୟୋଜନ କରାଯାଇଥିଲା । ଏଥିରେ ଯାଜପୁର ଜିଲ୍ଲା ଏସପି ରାହୁଲ ପିଆର ୍ୋଗଦାନ କରି ଅଭିଭାଦନ ଗ୍ରହଣ କରିଥିଲେ । ସେହିପିର ଡିଆଇପିଆର ପରିଶରରେ ୭୩ତମ ସାଧାରଣତନ୍ତ୍ର ପାଳନ କରାଯାଇଥିଲା । ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ ଯୋଗଦେଇ ପତକା ଉତ୍ତୋଳନ କରି ଅଭିଭାଦନ ଗ୍ରହଣ କରିଥିଲେ । ଯାଜପୁର ଏସପି ପାଣିକୋଇଲ ଏସପି କାର୍ଯ୍ୟାଳରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ଜିଲ୍ଲା ଏସ୍ପି ରାହୁଲ ପିଆର ଯୋଗଦାନ କରି ପତକା ଉତ୍ତୋଳନ କରି ଅଭିଭାଦନ ଗ୍ରହଣ କରିଥିଲେ । ଯାଜପୁର ଜିଲ୍ଲାର ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ଅତିଥିମାନେ ଯୋଗଦାନ କରି ପତକା ଉତ୍ତୋଳନ କରିଥିଲେ । ୭୩ତମ ସାଧାରଣତନ୍ତ୍ର ଦିବସ ବିଭିନ୍ନ ବ୍ଲକ୍ କାର୍ଯ୍ୟାଳୟ ପରିଶରରେ ପାଳନ କରାଯାଇଥିଲା । ରସୁଲପୁର ବ୍ଲକ୍ର ବିଡ଼ିଓ ଉମାକାନ୍ତ ପରିଡ଼ା ଯୋଗଦାନ କରି ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ଶ୍ରୀ ପରିଡ଼ା ପତକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ଯାଜପୁର ସଦର ମହକୁମା କୋର୍ଟ ପରିଶରରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ସେହିପରି ଯାଜପୁରର ପ୍ରତ୍ରେକ ଥାନା ପରିଶରରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ଥାନା ଅଧିକାରୀ ଅଜୟ କୁମାର ଜେନା ପତକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ଯାଜପୁର ଜିଲ୍ଲାର ଶିକ୍ଷାନୁଷ୍ଠାନ ମାନଙ୍କରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ଏଥିରେ ଅତିଥିମାନେ ଯୋଗଦାନ କରି ପତକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ସେହିପରି ଯାଜପୁର ଜିଲ୍ଲାର ୧୦ଟି ବ୍ଲକ ମାନଙ୍କରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ବିଭିନ୍ନ ବେସରକାରୀ ସଂସ୍ଥା ମାନଙ୍କରେ କୋଭିଡ଼ ନିମୟ କଟକଣାରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ମହାପୁରଷ ମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।