ଚଣ୍ଡିଖୋଲ,୧୨/୧୨(ସନ୍ଧାନ ନିୟୁଜ)-ଜଣେ କର୍ତବ୍ୟନିଷ୍ଠ ଜନସେବକ ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ଯାଜପୁରର ପୂର୍ବତନ ଲୋକସଭା ସାଂସଦ ମୋହନ ଜେନାଙ୍କ ବିୟୋଗରେ ବିଭିନ୍ ମହଲରେ ଶୋକ ପ୍ରକାଶ ପାଇଛି । ୧୪ ଜୁଲାଇ ୧୯୫୭ ମସିହାରେ ଯାଜପୁର ଜିଲ୍ଲାର ବଡଚଣା ବ୍ଳକ ଅନ୍ତର୍ଗତ ଧାନମଣ୍ଡଳ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସ୍ଥାନୀୟ ଶିକ୍ଷାନୁଷ୍ଠାନରୁ ଶିକ୍ଷାଲାଭ ପରେ ଉତ୍କଳ ବୀଶ୍ୱ ବିଦ୍ୟାଲୟରେ ପୋଷ୍ଟ ଗ୍ରାଡୁଏଟ ଡିଗ୍ରୀ ହାସଲ କରିବା ସହ ଛାତ୍ର ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ବିଜୁ ବାବୁଙ୍କ ସଂସ୍ପର୍ଶରେ ଆସିବା ପରେ ସାଧାରଣ ଲୋକଙ୍କ ସେବା କରିବା ଲକ୍ଷ୍ୟରେ ସେ ସକ୍ରିୟ ରାଜନୀତିରେ ଅଂଶ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏହାପରେ ୨୦୦୪ ଓ ୨୦୦୯ରେ ୨ ଥର ସାଂସଦ ଭାବେ ନିାର୍ବଚିତ ହେବା ସହ ଅନେକ ଜନହିତକର କାଯ୍ୟ କରିଥିଲେ । ଏଥିସହ ଯାଜପୁରର ଐତିହ୍ୟ ସଂସ୍କୃତି ପରମ୍ପରାକୁ ବଜାୟ ରଖିବା ପାଇଁ ତାଙ୍କର ଉଦ୍ୟମ ଅବର୍ଣ୍ଣନୀୟ । ଆଜି ଭୁବନେଶ୍ୱେରସ୍ଥିତ କିମସ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ବିୟୋଗରେ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ବିଧାୟକ ଅମର ପ୍ରସାଦ ଶତପଥୀ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ କୈଳାସ ଚନ୍ଦ୍ର ରାଉତ, ନିରଞ୍ଜନ ସାହୁ, ପ୍ରହଲ୍ଲାଦ ନନ୍ଦ, ପ୍ରଭାକର ଶତପଥୀ, ଇତିଶ୍ରୀ ସାମଲ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରମାକାନ୍ତ ରାଉତ, ରବୀନ୍ଦ୍ର ଶାନ୍ତି, ଯାଜପୁର ଜିଲ୍ଲା ବିଜେପି ସାଧାରଣ ସଂପାଦକ ଦେବଜାନୀ ପ୍ରଧାନ, ସଂପାଦକ ପ୍ରମୋଦ ଜେନା, ଆଇନଜୀବୀ ଦେବରାଜ ବେହେରା, ପ୍ରକାଶ ଦାଶ, ଉଦୟନାଥ ସାହୁ, ସରପଂଚ ରମେଶ ପୃଷ୍ଟି, ଅଞ୍ଜୁଲତା ସ୍ୱାଇଁ, ଅକ୍ଷୟ ରାଉତରାୟ ଓ ପ୍ରିତମ ନାୟକ, ଅନନ୍ତ ଷଣ୍ଢ, ମାନସ କୁମାର ରାଉତ, ଅନିତା ବେହେରା ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।
ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ
|
December 12, 2022 |