ଯାଜପୁରର ପଦ୍ମଶ୍ରୀ ଉପାଧି ପାଇଥିବା ନନ୍ଦ ସାର ଶେଷ ନିଦ୍ରାରେ ଶୋଇଗଲେ

Spread the love

ଯାଜପୁର, ୦୮/୧୨/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାର ଗର୍ବ ଓ ଗୌରବ ଆଣିଦେଇଥିବା ୭୫ ବର୍ଷ ଧରି ପିଲାମାନଙ୍କୁ ପାଠ ପଢ଼ାଇବା ସହିତ ଏକ ପଲ୍ଲୀ ଗ୍ରାମର ନନ୍ଦ କିଶୋର ପୃଷ୍ଟି କରୋନାରେ ଆକ୍ରାନ୍ତ ହୋଇ ଯାଜପୁର ଜିଲ୍ଲା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଟାଟା କୋଭିଡ଼ ହସ୍ପିଟାକକୁ ନିଆଯାଇଥିଲା । ଟାଟ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଗତ ଶିନିବାର ଦିନ ଆମ୍ବୁଲାନ୍ସ ଯୋଗେ ସମହସ୍ପିଟାଲକୁ ଚିକିତ୍ସିତ ପାଇଁ ନିଆଯାଇଥିଲା । ସେଠାରେ ଶ୍ରୀ ପୃଷ୍ଟି ୧୦୪ ବର୍ଷ ବୟସରେ ଚିକିତ୍ସତି ହେଉଥିବା ବେଳେ, ଗତକାଲି ଦିନ ୧ଘଟିକା ୩୦ମିନିଟରେ ତାଙ୍କର ମୃତୁ୍ୟ ଘଟିବାରୁ ତାଙ୍କର ପରଲୋକ ହୋଇଥିଲା । ଏହି ଖବର ସାରା ଓଡ଼ିଶାରେ ଚହଳ ପକାଇବରୁ ପିତାମହ ଭିଷ୍ମ ଯାଜପୁର ସୁକିନ୍ଦା ବ୍ଲକ କନ୍ତିଆ ଗ୍ରାମର ନନ୍ଦ କିଶୋର ପୃଷ୍ଟି(ଗୁରୁଜୀ)ଙ୍କ ପରଲୋକ ହେବା ଜଣାପଡ଼ିବା ପରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀ ପୃଷ୍ଟିଙ୍କ ମରଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦ ସହ ତୋପ ସଲାମ ଦିଆଯାଇ ପୁର୍ଣ୍ଣତୟା ବୈତରଣୀ ନଦୀ କୂଳରେ କୋଭିଡ଼ କଟକଣା ନିୟମ ପରିଶରରେ ଏହି ପିତାମହ ଭିଷ୍ମ ଗୁରଜୀଙ୍କର ଶବ ସଂସ୍କାର କରାଯାଇଥିଲା । ଏହି ଅବସରରେ ପୁର୍ଣ୍ଣ ବୈତରଣୀ ବାରୁଣୀ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦ ସହିତ ଶ୍ରୀ ପୃଷ୍ଟିଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ନଭେମ୍ବର ୯ ତାରିଖରେ ପଦ୍ମଶ୍ରୀ ସମ୍ମାନୀତ କରାଯିବା ପାଇଁ ପିତାମହ ଭୀଷ୍ମଙ୍କୁ ପଲ୍ଲୀରୁ ଦିଲ୍ଲୀ ଯିବାପାଇଁ ଡାକରା ଆସିଥିଲା । ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନନ୍ଦ ସାରଙ୍କୁ ପଦ୍ମଶ୍ରୀ ଭୂଷଣରେ ସମ୍ମାନୀତ କରିଥିଲେ । ଚାଟଶାଳୀରୁ ରାଜଭବନ ଯାଇଥିବା ଶ୍ରୀ ପୃଷ୍ଟି ମହାମହିମଙ୍କୁ ଆଶ୍ରୀବାଦ କରିବା ସହିତ ଦିଲ୍ଲୀରୁ ପଲ୍ଲୀକୁ ଫେରିବା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ୧୪ ତାରିଖରେ ଓଡ଼ିଶା ସାମ୍ବାଦିକ ୟୁନିୟନ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ଅବସରରେ ପଦ୍ମର୍ଶୀ ଭୁଷିତ ନନ୍ଦ ସାର ଯୋଗଦାନ କରିଥିଲେ । ଯାଜପୁର ଜିଲ୍ଲା ଓୟୁଜେ ପକ୍ଷରୁ ସମ୍ବର୍ଦ୍ଦିତ କରାଯାଇଥିଲା । ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋର ଉପସ୍ଥିତ ରହିଥିବା ବେଳେ, ଯାଜପୁର ଜିଲ୍ଲା ଏସ୍ପି ରାହୁଲ ପିଆର, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ମଲିକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନତି, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ ମିଶ୍ର, ଉପଜିଲ୍ଲାପାଳ ଡ. ଶରତ ମହାପାତ୍ର, ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ ଯୋଗଦେଇଥିବା ବଳେ, ପିତାମହ ଭିଷ୍ମ ଗୁରଜୀ ନନ୍ଦ ସାର ପୂର୍ଣ୍ଣତୟା ବୈତରଣୀ କୂଳରେ ଚିରନଦ୍ରାରେ ସବୁଦିନ ପାଇଁ ଶୋଇଗଲେ । ହାତ ତିଆରି ମଣିଷ କାରଖାନା କରି ତାଙ୍କ ନିଜ ଗ୍ରାମରେ ସବୁଦିନ ପାଇଁ ଗୁରୁଜିଙ୍କର ସ୍ୱର ନିରବି ଗଲା । ଶ୍ରୀ ପୃଷ୍ଟିଙ୍କ ବିୟୋଗରେ ଯାଜପୁର ଜିଲ୍ଲାରେ ଗଣମାଧ୍ୟମ, ବିଭିନ୍ନ ପ୍ରେସକ୍ଲବ ପକ୍ଷରୁ ଅଶୃଳ ଶ୍ରଦ୍ଧାଞ୍ଜଳୀ ଦିଆଯିବା ସହିତ ରସୁଲପୁର ପ୍ରେସଫୋରମ ପକ୍ଷରୁ ଶ୍ରୀ ପୃଷ୍ଟିଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ।

Related Posts

About The Author

Add Comment