ଯାଜପୁରର ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ

Spread the love

ଯାଜପୁର ୧୪/୦୪ (ସନ୍ଧାନ ନିୟୁଜ) : ଯାଜପୁରରେ ପୁନର୍ବାର ଏକ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ସଂପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଅଂଚଳ ଭାବେ ଘୋଷଣା କରିଛି । ଜିଲ୍ଲାପାଳ ତଥା ଜିଲ୍ଲାମାଜିଷ୍ଟ୍ରେଟ ରଂଜନ କୁମାର ଦାସ ମଙ୍ଗଳବାର ପୂର୍ବାହ୍ନରେ ଏ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଏହି ପଜିଟିଭ ବ୍ୟକ୍ତି ଜଣକ ଯାଜପୁର ବ୍ଲକ ଯାଫରପୁର ପଂଚାୟତର ସାନ ତ୍ରିଲୋଚନପୁର ଗ୍ରାମର ବାସିନ୍ଦା କୋଲକତାରୁ ମାର୍ଚ୍ଚ ୨୮ ରାତି ଓ ୨୯ ତାରିଖ ଭୋରରୁ ପାଣିକୋଇଲିରେ ଏକ ଟାଟା ମ୍ୟାଜିକ ଗାଡ଼ିରେ ପହଂଚିଥିଲେ ବୋଲି ଜଣାଯାଇଛି । ସେଠାରୁ ଏକ ମାଛ ବୋଝେଇ ଗାଡିÿରେ ଟାଉନକୁ ଆସି ଚିକିତ୍ସା ପାଇଁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ମୁଖ୍ୟଚିକିତ୍ସାଳୟରେ ସେ ମାର୍ଚ୍ଚ ୨୯ ତାରିଖ ସକାଳ ୭.୩୦ ମି. ସମୟରେ ଧାଡିÿରେ ରହି ନାମ ପଞ୍ଜିକୃତ କରାଇଥିଲେ । ପରେ ନିଜ ଗ୍ରାମକୁ ଯାଇ ସେବେଠାରୁ ହୋମ କ୍ୱାରେନଟାଇନରେ ରହିଥିଲେ । ଥଣ୍ଡାକାଶ ଇତ୍ୟାଦି କାରଣରୁ ତାଙ୍କର ଅପ୍ରେଲ ୧୦ ତାରିଖରେ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା ଯାହା ୧୩ ତାରିଖ ରାତିରେ ପଜିଟିଭ ଆସିଥିଲା । ପଜିଟିଭ ଆସିବା ପରେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ହୋମକ୍ୱାରେନଟାଇନରେ ରଖାଯାଇ ଥିବାବେଳେ ପଜିଟିଭ ବ୍ୟକ୍ତିଙ୍କୁ କଟକସ୍ଥିତ ଅଶ୍ୱିନୀ ହସପିଟାଲକୁ ପ୍ରେରଣ କରାଯାଇଛି । କରୋନା ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ଗ୍ରାମ ସାନ ତ୍ରିଲୋଚନପୁର ସହ ସଇପୁର-୩ କୁ ୧୪ ତାରିଖ ଦିବା ୧୨ଘ. ରୁ ଚଳିତମାସ ୨୧ତାରିଖ ଦିବା ୧୨ଘ. ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଅଂଚଳ ଭାବେ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଘୋଷଣା ଓ ସଂପୃକ୍ତ ରୋଗୀକୁ ଅଶ୍ୱିନୀ ହସପିଟାଲ ପଠାଯିବା ପରେ ସଂପୃକ୍ତ ଗୃହ ଓ ଅଂଚଳକୁ ବିଶୋଧିତ କରାଯାଇଛି । ସେହି ଅଂଚଳକୁ ଏହି ସମୟ ମଧ୍ୟରେ ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ପାଇଁ ବିଡିÿଓ, ଯାଜପୁର, ସ୍ୱାସ୍ଥ୍ୟସେବା ପାଇଁ ମାର୍କଣ୍ଡପୁର ସ୍ୱାସ୍ଥ୍ୟଧିକାରୀ ଡା. ଆଲୋକନାଥ ସାମଲକୁ ଦାୟିତ୍ୱ ଦିଆଯାଇଥିବା ବେଳେ ଯାଜପୁର ତହସିଲଦାର ସଂପୃକ୍ତ ଅଂଚଳକୁ ବିଶୋଧନ କରାଇବା ଓ ପୋଲିସ ସହ ମିଶି ଆଇନ ଶୃଙ୍ଖଳା ରକ୍ଷା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଯେହେତୁ ସଂପୃକ୍ତ ବ୍ୟକ୍ତି ମାର୍ଚ୍ଚ ୨୯ ତାରିଖ ସକାଳ ୭.୩୦ମି. ଘଟିକାରେ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାର ଜଣାଯାଇଛି ତେଣୁ ଏହି ସମୟ ମଧ୍ୟରେ ତାଙ୍କ ସଂପର୍କରେ ଆସିଥିବା ବ୍ୟକ୍ତିମାନେ ସ୍ୱାସ୍ଥ୍ୟ ପରୀକ୍ଷା କରାଇନେବା ସହ ନିଜକୁ ନିଜେ କ୍ୱାରେନଟାଇନରେ ରଖିବାକୁ ଜିଲ୍ଲାପାଳ ଶ୍ରୀ ଦାସ ଅନୁରୋଧ କରିଛନ୍ତି । ଅପରପକ୍ଷରେ ଆମ ସମସ୍ତଙ୍କର ସାମୁହିକ ଦାୟିତ୍ୱ ସାମାଜିକ ଦ୍ୱରତ୍ୱକୁ ବଜାୟ ରଖିବା ଓ ନିଜ ଘରେ ରହି ନିଜକୁ ତଥା ନିଜ ପରିବାରକୁ ସୁରକ୍ଷିତ ରଖିବା ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

Related Posts

About The Author

Add Comment